Advertisment

ଟପିଗଲେ ସବୁ ସୀମା: ଅପହରଣ ପରେ ନିର୍ଦ୍ଧୁମ ପିଟିଲେ, ଶେଷରେ ଯୁବତୀଙ୍କ ଆଖିରେ ଢାଳି ଦେଲେ କେମିକାଲ୍‌

ପ୍ରଥମେ ଅପହରଣ ପରେ ନିର୍ଦ୍ଧୁମ ପିଟିଲେ, ଶେଷରେ ଆଖିରେ ଢାଳି ଦେଲେ କେମିକାଲ୍‌। ମଧ୍ୟପ୍ରଦେଶ ପାନ୍ନା ଜିଲ୍ଲାରେ ଏହି ଅମାନବୀୟ କାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଜଣେ ୨୧ ବର୍ଷୀୟ ଯୁବତୀ ଓ ତାଙ୍କ ଭାଇଙ୍କୁ ଅପହରଣ କରିବା ସେମାନଙ୍କୁ ନିର୍ଦ୍ଧୁମ ପିଟିବା ସହ ଯୁବତୀଙ୍କ ଆଖିରେ ଏସିଡ୍‌ ଭଳି କିଛି କେମିକାଲ୍‌ ଢାଳି ଦେଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Beaten Up In Madhya Pradesh

Woman Beaten Up In Madhya Pradesh

ଭୋପାଳ: ପ୍ରଥମେ ଅପହରଣ ପରେ ନିର୍ଦ୍ଧୁମ ପିଟିଲେ, ଶେଷରେ ଆଖିରେ ଢାଳି ଦେଲେ କେମିକାଲ୍‌। ମଧ୍ୟପ୍ରଦେଶ ପାନ୍ନା ଜିଲ୍ଲାରେ ଏହି ଅମାନବୀୟ କାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଜଣେ ୨୧ ବର୍ଷୀୟ ଯୁବତୀ ଓ ତାଙ୍କ ଭାଇଙ୍କୁ ଅପହରଣ କରିବା ସେମାନଙ୍କୁ ନିର୍ଦ୍ଧୁମ ପିଟିବା ସହ ଯୁବତୀଙ୍କ ଆଖିରେ ଏସିଡ୍‌ ଭଳି କିଛି କେମିକାଲ୍‌ ଢାଳି ଦେଇଥିବା ଅଭିଯୋଗ ହୋଇଛି। 

Advertisment

ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବତୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରଥମେ ଯୁବତୀଙ୍କୁ ପାନ୍ନା ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରିୱା ସ୍ଥିତ ଏକ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଯୁବତୀଙ୍କ ଘର ପାନ୍ନା ଜିଲ୍ଲା ବରୋହା ଗାଁରେ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୨୧ରେ ଗାଁର କିଛି ଲୋକ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଅପହରଣ କରିଥିଲେ। ଗାଁର ଜଣେ ଯୁବତୀଙ୍କୁ ଜଣେ ବ୍ୟକ୍ତିଙ୍କ ସହ ଫେରାର କରିବା ପାଇଁ ସାହାଯ୍ୟ କରୁଛନ୍ତି ବୋଲି ଗାଁ ଲୋକେ ସେମାନଙ୍କୁ ସନ୍ଦେହ କରିଥିଲେ। ଯାହାକୁ ନେଇ ସେମାନଙ୍କୁ ଅପହରଣ କରାଯାଇଥିଲା। 

ଅଭିଯୁକ୍ତମାନେ ଅପହରଣ କରି ଯୁବତୀ ଓ ତାଙ୍କ ଭାଇଙ୍କୁ ଏକ ଜଙ୍ଗଲରେ ରଖିଥିଲେ। ସେଠାରେ ଉଭୟଙ୍କୁ ନିର୍ଦ୍ଧୁମ ପିଟିଥିଲେ। ଏପରି ଅପହରଣକାରୀମାନେ ଯୁବତୀଙ୍କ ହଇରାଣ ମଧ୍ୟ କରିଥିଲେ। ଏନେଇ ଯୁବତୀ ଜଣକ ଆପତ୍ତି ଉଠାଇବାରୁ ଅପହରଣକାରୀମାନେ ତାଙ୍କ ଆଖିରେ ଏସିଡ୍‌ ଭଳି କିଛି କେମିକାଲ୍‌ ଢାଳି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। 

Advertisment

‘ସେମାନେ ଅତି ନିର୍ଦ୍ଦୟ ଭାବେ ମୋତେ ଓ ମୋ ଭାଇଙ୍କୁ ନିର୍ଦ୍ଧୁମ ପିଟି ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୋ ଆଖିରେ ତେଜାବ୍‌(ଏସିଡ୍‌) ଢାଳି ଦେଇଥିଲେ। ପରେ ଅପହରଣକାରୀମାନେ ଗାଁରେ ଫୋପାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ’ ବୋଲି ଯୁବତୀ ଜଣକ ଅଭିଯୋଗ ଆଣି ଏହା କହିଛନ୍ତି।

ଘଟଣାକୁ ନେଇ ପୋଲିସ୍‌ ଏକ ମାମଲା ରୁଜୁ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୋଗର ୫ ଘଣ୍ଟା ମଧ୍ୟରେ ପୋଲିସ୍‌ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ସାଇବର ସେଲ୍‌ ସହାୟତାରେ ଟ୍ରାକ୍‌ କରାଯାଇ ପୋଲିସ୍‌ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ଥିଲା। 

Woman Beaten Up Madhya Pradesh
Advertisment
Advertisment