Advertisment

ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ, ବିରୋଧ କରିବାରୁ ବାଇକରୁ ଯୁବତୀଙ୍କୁ ଠେଲି ଦେଲା ସଇତାନ

ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହେଲେ ଯୁବତୀ । ଶରୀରରେ ଗଭୀର ଆଘାତ ଲାଗିଥିବାରୁ ଅବସ୍ଥା ସଙ୍କଟାପନ୍ନ ।

author-image
Prangyan Parimita
ଅଦ୍ୟତନ ହୋଇଛି
crime

crime

ବିଶ୍ୱାସରେ ବିଷ । ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ। ଆଉ ଏହାକୁ ବିରୋଧ କରିବାରୁ ବାଇକରୁ ଠେଲି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଚୌଦ୍ୱାର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ଗତକାଲି ଭୁବନେଶ୍ୱର ପଟିଆ ଅଞ୍ଚଳର ଜଣେ ଯୁବତୀ ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଯାଇଥିଲେ । ରାତି ପାଖାପାଖି ୮ଟା ସମୟରେ କଟକ ଆସିବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଜଣେ ଯୁବକ ତାଙ୍କୁ ବାଇକରେ ନେଇ କଟକ ଛାଡିଦେବେ ବୋଲି କହିଥିଲେ । ଏଥିରେ ଯୁବତୀ ଜଣକ ରାଜି ହୋଇଯାଇଥିଲେ । ଆଉ ଯୁବକଙ୍କୁ ୩୦୦ ଟଙ୍କା ପେଟ୍ରୋଲ ପକାଇବା ପାଇଁ ଦେଇଥିଲେ।

ହେଲେ କିଛି ବାଟ ଆସିବା ପରେ କଟକ ମୁଖ୍ୟ ରାସ୍ତାରେ ନଯାଇ ଜଙ୍ଗଲ ଅଞ୍ଚଳକୁ ନେବା ବେଳେ ଯୁବତୀ ଜଣକ ପ୍ରତିବାଦ କରିଥିଲେ । ଏହାପରେ ବାଇକ ଚାଳକ ଜଣଙ୍କ ଦୁଷ୍କର୍ମ ପାଇଁ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀ ଜଣଙ୍କ ବିରୋଧ କରିବାରୁ ତାଙ୍କୁ ପେଲି ଦେଇଥିଲେ। ଯୁବତୀ ଜଣକ ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଚୌଦ୍ୱାର ପୋଲିସକୁ ଖବର ଦେଇ ମେଡିକାଲ ପଠେଇଥିଲେ।

Advertisment

ତାଙ୍କର ଗୋଟିଏ ହାତ ଭାଙ୍ଗି ଯିବା ସହ ମୁଣ୍ଡ,ଗୋଡ଼,ପେଟ ଓ ଛାତିରେ ଆଘାତ ଲାଗିଛି । ଏବେ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ପୋଲିସ ତାଙ୍କର ବୟାନ ରେକର୍ଡ କରିଛି । ...

Rape Attempt
Advertisment
Advertisment