/odishatv-khabar/media/post_attachments/uploadimage/library/16_9/16_9_0/crime_1688359968.jpg)
crime
ପାରିବାରିକ କଳହର କରୁଣ ପରିଣତି । ରାଗରେ ହିତାହିତ ଜ୍ଞାନ ଭୁଲିଗଲେ ମହିଳା । ନିଜର ତିନି ଛୁଆଙ୍କୁ କୂଅକୁ ଫିଙ୍ଗିବା ପରେ ନିଜେ ମଧ୍ୟ ଡେଇଁ ପଡ଼ିଲେ । ଶେରଗଡ ବ୍ଲକ ଲାଉଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
Advertisment
ଗତକାଲି ରାତିରେ ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତର ଲାଉଗୁଡା ଗାଁରେ ଜଣେ ମହିଳା ତାଙ୍କର ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗିଦେବା ସହ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୌଭାଗ୍ୟବଶତଃ ମହିଳା ଓ ତାଙ୍କ ବଡ ଝିଅଙ୍କୁ ଗାଁ ଲୋକମାନେ ଉଦ୍ଧାର କରିଛନ୍ତି । କିନ୍ତୁ ମହିଳାଙ୍କ ସାନ ଝିଅ ଓ ପୁଅକୁ ଉଦ୍ଧାର କରଯାଇ ପାରି ନଥିଲା ।
ଦୁଇଜଣଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ କୂଅ ଭିତରୁ ଉଦ୍ଧାର କରିଛନ୍ତି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ହେଲେ କେଉଁଥି ପାଇଁ କଳହ ହୋଇଥିଲା, କୂଅକୁ ଡେଇଁବା ସମୟରେ ପାଖରେ କେହି ଥିଲେ କି ନାହିଁ.. ସେ ସମ୍ପର୍କରେ କିଛି ସୂଚନା ନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)