Advertisment

ରହସ୍ୟରେ ବୋହୂର ମୃତ୍ୟୁ: ଶାଶୂକୁ ବାନ୍ଧିଲା ପୋଲିସ୍‌, ସ୍ୱାମୀ ଓ ଶ୍ୱଶୁରଙ୍କ ମିଳୁନି ପତ୍ତା...

ସ୍ୱାମୀଙ୍କ ଭଡ଼ା ଘରେ ବୋହୂର ରହସ୍ୟଜନକ ମୃତ୍ୟୁ ମାମଲାରେ ଶାଶୂଙ୍କୁ ପୋଲିସ୍‌ ଗିରଫ କରିଛି। କିନ୍ତୁ ଏଯାଏ ସ୍ୱାମୀ ଏବଂ ଶ୍ୱଶୁର କେଉଁଠି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Murder In Bhubaneswar

Woman arrested in daughter-in-law’s suicide case

ଭୁବନେଶ୍ୱର କଳିଙ୍ଗବିହାର-୯ ସ୍ଥିତ ସ୍ୱାମୀଙ୍କ ଭଡ଼ା ଘରେ ବୋହୂର ରହସ୍ୟଜନକ ମୃତ୍ୟୁ ମାମଲାରେ ଶାଶୂଙ୍କୁ ପୋଲିସ୍‌ ଗିରଫ କରିଛି। ଶାଶୂ ସାବିତ୍ରୀ ନାୟକଙ୍କୁ ତମାଣ୍ଡା ପୋଲିସ ଗିରଫ କରିଥିବା ସୂଚନା ମିଳିଛି। କିନ୍ତୁ ଏଯାଏ ସ୍ୱାମୀ ଏବଂ ଶ୍ୱଶୁର କେଉଁଠି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ମୃତ ବୋହୂ ହେଲେ ୨୮ ବର୍ଷୀୟା ସୁଶ୍ରୀ ସଙ୍ଗୀତା ବସ୍ତିଆ।

Advertisment

ସୂଚନା ଅନୁସାରେ, ୨୦୨୧ ମସିହା ଜାନୁୟାରୀ ୨୦ରେ କଟକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁର ପ୍ରବୀଣ ଚନ୍ଦ୍ର ନାୟକଙ୍କୁ ସଙ୍ଗୀତା ବିବାହ କରିଥିଲେ। ତେବେ ଦୀପାବଳି ଦିନ କୌଣସି କାରଣକୁ ନେଇ ପାରିବାରିକ ବିବାଦ ଉପୁଜିଥିଲା। ଏହାପରେ ରାତି ପ୍ରାୟ ୧୦ଟା ବେଳେ ଝୁଲନ୍ତା ଅବସ୍ଥାରେ ଭୁବନେଶ୍ୱର କଳିଙ୍ଗବିହାର-୯ ସ୍ଥିତ ସ୍ୱାମୀଙ୍କ ଭଡ଼ା ଘରୁ ସଙ୍ଗୀତାଙ୍କ ମୃତଦେହ ମିଳିଥିଲା

ମୃତ ସଙ୍ଗୀତାଙ୍କ ପରିବାରର ଅଭିଯୋଗ, ଝିଅକୁ ହତ୍ୟା କରି ପ୍ରମାଣ ଲୁଚାଇବାକୁ ଶାଶୂଘର ଲୋକେ ଉଦ୍ୟମ କରିଛନ୍ତି। ଏନେଇ ତମାଣ୍ଡୋ ଥାନାରେ ଏତଲା ବି ଦିଆଯାଇଛି। ପୋଲିସ ଏନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଶାଶୂ ସାବିତ୍ରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ବିବାହିତାଙ୍କ ରହସ୍ୟଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଅଭିଯୋଗ ହେଉଛି, ବିବାହ ପୂର୍ବରୁ ପ୍ରବୀଣ କୁଆଡ଼େ ନିଜକୁ ଇଞ୍ଜିନିୟର୍ ଦର୍ଶାଇଥିଲେ। କିନ୍ତୁ ବିବାହ ପରେ ସଙ୍ଗୀତା ଜାଣିଲେ କଳିଙ୍ଗବିହାରରେ ଭଡ଼ାଘରେ ରହୁଥିବା ସ୍ୱାମୀ ପାତ୍ରପଡ଼ା ପାଖରେ ୱାଟରବୋଟଲ ପ୍ଲାଣ୍ଟ କରି ବ୍ୟବସାୟ କରୁଛନ୍ତି।

Murder
Advertisment
Advertisment