Advertisment

ସ୍ୱାମୀଙ୍କୁ ହତ୍ୟା କଲେ, ସାଙ୍ଗମାନଙ୍କୁ ଘରକୁ ଡାକି ଗ୍ରାଣ୍ଡ୍‌ ପାର୍ଟି ଦେଲେ...

ଆମେରିକାରେ ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା, ଯେଉଁ ଦିନ ସେ ସ୍ୱାମୀଙ୍କୁ ହତ୍ୟା କଲେ ଠିକ୍‌ ଏହାର ଦିନକ ପରେ ସାଙ୍ଗମାନଙ୍କୁ ଡାକି ଘରେ ପାର୍ଟି ଦେଇଥିଲେ।

author-image
Rajalaxmi Sahoo
Woman Allegedly Murdered Husband And Threw A Grand Party

Woman Allegedly Murdered Husband And Threw A Grand Party

ସ୍ୱାମୀଙ୍କୁ ହତ୍ୟା କଲେ, ଠିକ୍‌ ଏହାର ଦିନକ ପରେ ସାଙ୍ଗମାନଙ୍କୁ ଘରକୁ ଡାକି ଗ୍ରାଣ୍ଡ୍‌ ପାର୍ଟି ଦେଲେ। ଆମେରିକାରେ ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା, ଯେଉଁ ଦିନ ସେ ସ୍ୱାମୀଙ୍କୁ ହତ୍ୟା କଲେ ଠିକ୍‌ ଏହାର ଦିନକ ପରେ ସାଙ୍ଗମାନଙ୍କୁ ଡାକି ଉତାହ ସ୍ଥିତ କମାସ ଘରେ ପାର୍ଟି ଦେଇଥିଲେ। 

Advertisment

ମିଳିଥିବା ସୂଚନା ଅନୁସାରେ, ଏରିକ୍‌ଙ୍କ ମୃତ୍ୟୁ ପରେ କଉରି ଘର ବନ୍ଦ କରି ଦେଇଥିଲେ। ଏହାପରେ ସେ ଗ୍ରାଣ୍ଡ୍‌ ପାର୍ଟି ସେଲିବ୍ରେସନ ପାଇଁ ଘରକୁ ସାଙ୍ଗମାନଙ୍କୁ ଡାକି ଥିଲେ। ଯେଉଁଠାରେ ସେ ଓ ତାଙ୍କର ସାଙ୍ଗମାନେ ମଦ ପିଇବା ସହ ପାର୍ଟି ସେଲିବ୍ରେସନ କରିଥିଲେ। KUTV ରିପୋର୍ଟ ଅନୁସାରେ, ସ୍ୱାମୀ ଏରିକ୍‌ ରିଚିନ୍ସଙ୍କୁ ବିଷ ଦେଇ ମାରିବା ଅଭିଯୋଗରେ କଉରି ରିଚିନ୍ସକୁ ଗତ ସପ୍ତାହରେ ପୋଲିସ୍‌ ଗିରଫ କରିଥିଲା। ଗତବର୍ଷ ମାର୍ଚ୍ଚ ୪ରେ କଉରି ଏହି ହତ୍ୟାକାଣ୍ଡ ଭିଆଇଥିଲା। ସ୍ୱାମୀଙ୍କ ମୃତ୍ୟୁର ବର୍ଷକ ପରେ ସେ ବହି ପ୍ରକାଶିତ କରିଥିଲେ, ଯାହାର ନାଁ "Are You With Me?" ଥିଲା।

NBC News ରିପୋର୍ଟ ଅନୁସାରେ, କଉରି ତଦନ୍ତକାରୀ ସଂସ୍ଥାକୁ କହିଥିଲେ ଯେ, ମୃତ୍ୟୁର ପୂର୍ବ ରାତିରେ ସେ ସ୍ୱାମୀଙ୍କ ସହ ପାର୍ଟି କରିଥିଲେ। ଆଉ ସ୍ୱାମୀଙ୍କୁ ସେ ଭୋଡକା ପିଇବାକୁ ଦେଇଥିଲେ। ହେଲେ କିଛି ଘଣ୍ଟା ପରେ ଏରିକ୍‌ କୌଣସି ଜବାବ ଦେଇନଥିଲେ। ତାଙ୍କୁ ବଞ୍ଚାଇବାକୁ ଅନେକ ଉଦ୍ୟମ କରାଯାଇଥିଲା। ହେଲେ ସବୁ ପ୍ରଚେଷ୍ଟା ଫେଲ୍‌ ମାରିଥିଲା ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

କିନ୍ତୁ ପରେ ଡାକ୍ତର ଜାଣିବାକୁ ପାଇଥିଲେ ଓଭରଡୋଜ୍‌ ଯୋଗୁ ଏରିକ୍‌ଙ୍କ ମୃତ୍ୟୁ ହୋଇଛି। କୋର୍ଟ ଡକ୍ୟୁମେଣ୍ଟସ୍‌ ଅନୁସାରେ, କଉରି ୨୦୨୨ ମସିହା ଫେବୃଆରୀରେ ଜଣେ ବ୍ୟକ୍ତିଙ୍କୁ ମେସେଜ କରିଥିଲେ। ଏଥିରେ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚାରିଥିଲେ, ଜଣେ ନିବେଶକଙ୍କ ପାଇଁ କିଛି ଯନ୍ତ୍ରଣାଦାୟକ ଔଷଧ ମିଳିପାରିବ କି ନାହିଁ। ଏହାପରେ ସେ ହାଇଡ୍ରୋକୋଡୋନ୍ ବଟିକା ପାଇଥିଲେ। ଏହାର ୩ ଦିନ ପରେ ଏରିକ୍‌ ଓ କଉରି ଏକାଠି ଡିନର୍‌ କରିଥିଲେ। ତେବେ ଏହାର କିଛି ସମୟ ପରେ ଏରିକ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। 

ମାର୍ଚ୍ଚ ୪ରେ କଉରି ନିଜେ ପୋଲିସ୍‌କୁ ଫୋନ୍‌ କରି କହିଥିଲେ, ତାଙ୍କ ସ୍ୱାମୀ କୌଣସି ଜବାବ ଦେଉ ନାହାନ୍ତି। ହେଲେ ପରେ ଜଣାପଡ଼ିଥିଲା ସେ ନିଜେ ହିଁ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। 

Murder
Advertisment
Advertisment