Advertisment

ପରପୁରୁଷକୁ ଧରି ଫେରାର୍ ହେଲେ ସ୍ତ୍ରୀ; ସ୍ୱାମୀ କଲେ ଶୁଦ୍ଧିକ୍ରୀୟା

ସ୍ୱାମୀ ଥାଉ ଥାଉ ପରପୁରୁଷର ପ୍ରେମରେ ଅନ୍ଧ ହେଲେ ସ୍ତ୍ରୀ। ଦୁ‍ଇ ଛୁଆ ଆଉ ସ୍ୱାମୀକୁ ଛାଡି ହୋଇଗଲେ ଫେରାର୍। ସ୍ତ୍ରୀର ଏଭଳି କାଣ୍ଡ ପରେ ସ୍ୱାମୀ ଜୀଅନ୍ତା ସ୍ତ୍ରୀର କଲେ ଶୁଦ୍ଧିକ୍ରୀୟା।

ଅଦ୍ୟତନ ହୋଇଛି
Wife flew away from husband

Wife flew away from husband

Advertisment

କୁହାଯାଏ ପ୍ରେମ ଶାଶ୍ୱତ ! ଚିରନ୍ତନ..! କେଉଁଠି... କେବେ....କେଉଁ ବୟସରେ ପ୍ରେମ ହୋଇଯାଏ, ଜଣାପଡେନି। ପ୍ରେମ ମାନେନି ବାଡବତା। ସାମାଜିକ କଟକଣାକୁ ବି ଫୁ କରିଦିଏ ପ୍ରେମ। ତେଣୁ କେଉଁଠି ପ୍ରେମକୁ ନେଇ ଅନେକ କୀର୍ତ୍ତି ସ୍ଥାପନ ହୋଇଛି, ତ ଆଉ କେଉଁଠି ପରକ୍ରୀୟା ପ୍ରେମକୁ ନେଇ ସଂସାର ଭାଙ୍ଗିଛି।

Advertisment

ଏବେ ବଲାଙ୍ଗିର ସହର ରେ ଏକ ପରକୀୟା ପ୍ରେମକୁ ନେଇ ଚର୍ଚ୍ଚା ଜୋର ଧରିଛି। ବନ୍ଧୁପତ୍ନୀକୁ ନେଇ ଫେରାର ମାରିଛନ୍ତି ବନ୍ଧୁ। ଏନି‍ଇ ମାମଲା ଥାନାରେ ପହଞ୍ଚିଛି। ହେଲେ ବନ୍ଧୁଙ୍କ ସହିତ ପତ୍ନୀ ଫେରାର ମାରିଲା ପରେ, ଜୀବିତ ପତ୍ନୀଙ୍କ ଶୁଦ୍ଧିକ୍ରୀୟା ଏବେ ଅଧିକ ଚର୍ଚ୍ଚାର କାରଣ ହୋଇଛି।

ଜଣକର ମୃତ୍ୟୁ ପରେ ଯେପରି ଶୁଦ୍ଧି କରି ଭୋଜିଭାତ ଦିଆଯାଏ, ଠିକ ସେମିତି ପରପୁରୁଷ ସହିତ ଫେରାର ପତ୍ନୀଙ୍କ ଶୁଦ୍ଧିକରି ଗାଁ ଲୋକଙ୍କୁ ଭୋଜିଭାତ ଦେଇଛନ୍ତି ସ୍ୱାମୀ।

Advertisment

ଅଧିକ ପଢ଼ନ୍ତୁ: ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଖାଇଲା ଖିରି, ପୁରୀ ! ପରେ ରଖିଲା ଦୀର୍ଘ ଜୀବନ ପାଇଁ ବ୍ରତ

ସାଧାରଣତଃ କୌଣସି ଲୋକର ମୃତ୍ୟୁ ହେଲେ, କ୍ରୀୟାକ୍ରମର ଶେଷ ଦିନରେ ଶ୍ରାଦ୍ଧଭୋଜି ଦିଆଯାଇଥାଏ। କିନ୍ତୁ ଏଇଠି ଜିଅନ୍ତା ଲୋକର ଶ୍ରାଦ୍ଧ ହେବା ସହ ଦିଆଯାଇଛି ଭୋଜିଭାତ। ସ୍ତ୍ରୀ ଜୀବିତ ଥାଉ ଥାଉ ସ୍ତ୍ରୀର ସ୍ୱାମୀ ତାଙ୍କର ଶ୍ରାଦ୍ଧକ୍ରିୟା କରିଛନ୍ତି।

Advertisment

ସୂଚନା ମୁତାବକ ବଲାଙ୍ଗିର ଉପକଣ୍ଠ କୁରୁଳ ଗାଁର ଅକ୍ଷୟ ରାଉତ ଓ ସୁନୀତା ରାଉତ ସ୍ୱାମୀ-ସ୍ତ୍ରୀ ହୋଇଥିବା ବେଳେ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। କିନ୍ତୁ ସ୍ତ୍ରୀ ସୁନୀତା ପରକୀୟା ପ୍ରିତିରେ ମଦମସ୍ତ, ପରକୀୟା ପ୍ରେମରେ ଅନ୍ଧ ହୋଇ ଦୁଇ ଛୁଆ ଓ ସ୍ୱାମୀଙ୍କୁ ଛାଡି ଅକ୍ଷୟ ରାଉତଙ୍କ ବନ୍ଧୁ ବିକାଶ ଜୈନଙ୍କ ସହିତ ଫେରାର ହୋଇଯାଇଛନ୍ତି।

ପୂର୍ବରୁ ଥରୁଟିଏ ଫେରାର ହୋଇ ବି ସେ ଫେରି ଆସିଥିଲେ। ଦୁଇ ପରିବାର ଭିତରେ ମିଳାମିଶା ହୋଇଥିଲା। କିନ୍ତୁ ‘ପ୍ରକୃତି ନୈବ ମୁଚ୍ୟତେ’ ନ୍ୟାୟରେ ସେ ପୁଣିଥରେ ବିକାଶ ଜୈନ ଘର ଛାଡି ଫେରାର ହୋଇଛନ୍ତି। ଏହି ଘଟଣା ପରେ ଜାତି ଭାଇଙ୍କ ନିଷ୍ପତ୍ତି ଅନୁଯାୟୀ, କୌଣସି ଆଇନଗତ ଛାଡପତ୍ର ନଦେଇ, ସିଧାସଳଖ ସଧବା ସ୍ତ୍ରୀର ଶୁଦ୍ଧିକ୍ରୀୟା କରିଦେଲେ ସ୍ୱାମୀ।

ଶୁଦ୍ଧିକ୍ରୀୟାରେ ହେଉଥିବା ପୂଜାପାଠ ସହିତ ଭୋଜିଭାତ, ସବୁକିଛି ହେଲା। ସ୍ୱାମୀଙ୍କ କହିବା ମୁତାବକ, ତାଙ୍କ ସ୍ତ୍ରୀ ଜୀବିତ ଥିଲେ ବି ତାଙ୍କ ପରିବାର ପାଇଁ ମୃତ।

ସେପଟେ ପରକୀୟା ପ୍ରିତିରେ ମଧ୍ୟ ଉଜୁଡି ଯାଇଛି ବିକାଶ ଜୈନଙ୍କ ପରିବାର। ବିକାଶଙ୍କ ସ୍ତ୍ରୀ, ମୁସ୍କାନ ଜୈନ ମଧ୍ୟ ଏବେ ଦୁଃଖରେ ଅଛନ୍ତି। ମୁସ୍କାନଙ୍କ ମଧ୍ୟ ଦୁଇ ସନ୍ତାନ ଅଛନ୍ତି। ବଲାଙ୍ଗିର ଆଦର୍ଶଥାନାରେ ଉଭୟ ସୁନୀତା ଓ ବିକାଶଙ୍କ ନାଁରେ ଅଭିଯୋଗ କରିଛନ୍ତି ମୁସ୍କାନ। ଏସବୁ କାରବାରରେ ସୁନୀତାର ସ୍ୱାମୀ ଅକ୍ଷୟ ରାଉତର ହାତ ଥିବା ଅଭିଯୋଗ ଆଣିଛନ୍ତି ସେ। ମୁସ୍କାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅକ୍ଷୟ ରାଉତ। ହେଲେ ମାମଲା ରୁଜୁ କରି ତୁନି ପଡିଥିବା ପୋଲିସ ପ୍ରତିକ୍ରୀୟା ଦେବାକୁ ମନା କରିଛି।

(ବଲାଙ୍ଗୀରରୁ ମନୋରଞ୍ଜନ ଯୋଶୀଙ୍କ ରିପୋର୍ଟ)

Love Affair Love And Separate Love And Cheat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ