Advertisment

KIIT Students: ପାଠ ପଢିବାକୁ ଆସି କାହିଁକି ଜୀବନ ହାରୁଛନ୍ତି କିଟ୍ ଛାତ୍ରଛାତ୍ରୀ ?

ନେପାଳ ଛାତ୍ରୀଙ୍କ ପରେ ପୁଣି ଜଣେ ବି-ଟେକ୍ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ, ଶିକ୍ଷାନୁଷ୍ଠାନରେ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
Why Are KIIT Students Losing Their Lives

Why Are KIIT Students Losing Their Lives

Advertisment

ମୃତ୍ୟୁ ପୂର୍ବରୁ ମାଆଙ୍କୁ ୨୦୦ ଟଙ୍କା ମାଗିଥିଲେ କିଟ୍ ଛାତ୍ର । ଟଙ୍କା ନେବା ପରେ କାହିଁକି ସ୍ୱିଚ ଅଫ୍ କରିଥିଲେ ଫୋନ ? ମୃତ୍ୟୁର କାରଣ କଣ ହୋଇପାରେ ? ହତ୍ୟା, ନା ଜୀବନ ହାରିଛନ୍ତି ଛାତ୍ର, ତନ୍ନାଘନା କରୁଛି ପୋଲିସ ।

Advertisment

ତେବେ ଏଠି ପ୍ରଶ୍ନ ପାଠ ପଢିବାକୁ ଆସି କାହିଁକି ଜୀବନ ହାରୁଛନ୍ତି କିଟ୍ ଛାତ୍ରଛାତ୍ରୀ । ନେପାଳ ଛାତ୍ରୀଙ୍କ ପରେ ପୁଣି ଜଣେ ବି-ଟେକ୍ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ, ଶିକ୍ଷାନୁଷ୍ଠାନରେ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାଦିନ ଅର୍ଣ୍ଣବ ଦିନ ସାରା ହଷ୍ଟେଲରେ ଅନୁପସ୍ଥିତ ରହିବା, ରାତିରେ ରୁମକୁ ନ ଆସିବା କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦର୍ଶାଉଛି। ସୋମବାର ଠାରୁ ଅର୍ଣ୍ଣବ ନିଖୋଜ ଥିଲେ। ମଙ୍ଗଳବାର ମଞ୍ଚେଶ୍ୱରର ଏକ ପରିତ୍ୟକ୍ତ କୋଠାରୁ ଅର୍ଣ୍ଣବଙ୍କ ମୃତଦେହ ମିଳିଥିଲା। ମୃତ ଛାତ୍ରଙ୍କ ବାପା କହିଛନ୍ତି ସୋମବାର ରାତିରେ ଅର୍ଣ୍ଣବ ତାଙ୍କ ମାଆଙ୍କ ସହ କଥା ହୋଇଥିଲେ। ମାଆଙ୍କୁ ୨ଶହ ଟଙ୍କା ମାଗିଥିଲେ, ମାଆ ୟୁପିଆଇରେ ଟଙ୍କା ପଠାଇବା ପରେ ଆଉ ଫୋନ୍ ଲାଗିନଥିଲା

ଅଧିକ ପଢ଼ନ୍ତୁ : କିଟ୍‌ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ; ମିଳିଲା ଝୁଲନ୍ତା ମୃତଦେହ

ପୋଲିସର କହିବା ଅନୁସାରେ, ଛାତ୍ରଙ୍କ ପକେଟରୁ କିଟ୍‌ର ଏକ କୁପନ୍ ମିଳିଥିଲା, ଯାହା ଫଳରେ ସେ କିଟ୍‌ରେ ପଢୁଥିବା ଜଣା ପଡ଼ିଥିଲା। ମୃତ୍ୟୁ ପୂର୍ବଦିନ ୧୧ଟାରୁ କଲେଜ ହଷ୍ଚେଲ ଛାଡ଼ିଥିଲେ ମୃତ ଅର୍ଣ୍ଣବ ମୁଖାର୍ଜୀ, ଏହା ପରଠୁ କୌଣସି ଖୋଜଖବର ମିଳିନଥିଲା। ମଞ୍ଚେଶ୍ୱରରେ  ଜଣେ ସିକ୍ୟୁରିଟି ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଛାତ୍ର ଜଣକ ନିୟମିତ ଭାବେ ଏସପ୍ଲାନେଡ୍ ଯା'ଆସ କରୁଥିଲେ। ଏହି ବାଟରେ ଯିବା ସମୟରେ ମଞ୍ଚେଶ୍ୱରରେ ଥିବା ପରିତ୍ୟକ୍ତ କୋଠାକୁ ଦେଖି ଆତ୍ମହତ୍ୟା ପାଇଁ ବାଛିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । 

Advertisment

ତେବେ କିଟ୍ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କର ମୃତ୍ୟୁ ହେଲା କେମିତି ? ସେ ମଞ୍ଚେଶ୍ବର ଅଞ୍ଚଳକୁ ଯାଇଥିଲେ କାହିଁକି ? ମୃତଦେହ ଉଦ୍ଧାର ହୋଇଥିବା ନିର୍ମାଣାଧୀନ କୋଠା ପାଖକୁ ସେ ଏକୁଟିଆ ଯାଇଥିଲେ, ନା ସାଙ୍ଗରେ ଆଉ କିଏ ଥିଲେ ? ଏଣେ କିଟ୍ କର୍ତ୍ତୃପକ୍ଷ କହିଛନ୍ତି- ଘଟଣାଟି କ୍ୟାଂପସ୍ ବାହାରେ ଘଟିଛି। ତେଣୁ ପୋଲିସର ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। 

ଅଧିକ ପଢ଼ନ୍ତୁ:କିଟ୍ ପାଇଁ ବଢ଼ିଲା ଅଡ଼ୁଆ: NHRCଙ୍କ ତଦନ୍ତ ନିର୍ଦ୍ଦେଶ

KIIT B-Tech Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ