Astrospeak
  • Live TV
  • Read In English

Areca Nut Smuggling Investigation: ସମୁଦ୍ରରେ କିଏ ଚଳାଇଥିଲା ଗୁଆ ସ୍ମଗଲିଂ ? ଗିରଫ ୧୪ ସନ୍ଦିଗ୍ଧଙ୍କୁ ଚାଲିଛି ପଚରାଉଚରା

ଗୁଆ ଚାଲାଣ କିଏ କରୁଥିଲା ଓ କେଉଁଠାକୁ ହେଉଥିଲା ? ଗୁଆ ଆଢୁଆଳରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିଲା କି ?

କିଏ କରୁଥିଲା ଗୁଆ ସ୍ମଗଲିଂ ?
କିଏ କରୁଥିଲା ଗୁଆ ସ୍ମଗଲିଂ ?

ସମୁଦ୍ରରେ କିଏ ଚଳାଇଥିଲା ଗୁଆ ସ୍ମଗଲିଂ ? ପାରାଦୀପ ସମୁଦ୍ରରୁ କୋଟିଏ ଟଙ୍କାର ଗୁଆ ଜବତ ମାମଲାରେ ଚାଲିଛି ଛାନଭିନ୍‌ । ଗିରଫ ୧୪ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛନ୍ତି ଗୁଇନ୍ଦା ଅଧିକାରୀଙ୍କ ସହ ମେରାଇନ ପୋଲିସ, କଷ୍ଟମ୍ସ ଓ କୋଷ୍ଟଗାର୍ଡ ଅଧିକାରୀ । ଗୁଆ ଚାଲାଣ କିଏ କରୁଥିଲା ଓ କେଉଁଠାକୁ ହେଉଥିଲା ? ଗୁଆ ଆଢୁଆଳରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିଲା କି ? ଭାରତ ବିରୋଧୀ କାର୍ଯ୍ୟକଳାପ ହେଉନଥିଲା ତ ? ଏଭଳି ବିଭିନ୍ନ ଦିଗରୁ ଛାନଭିନ୍‌ କରୁଛନ୍ତି ତଦନ୍ତକାରୀ ଅଧିକାରୀ ।

ଅଧିକ ପଢ଼ନ୍ତୁ: ଅବକାରୀ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ସେପଟେ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ କେଉଁ ଦେଶର ତାହା ଏଯାଏଁ ଜଣାପଡ଼ିନି । ଟ୍ରଲରରେ ପ୍ରାୟ ୨ ବର୍ଷ ହେଲା ଏଭଳି କାରବାର ଚାଲିଥିବା ସୂଚନା ମିଳିଛି । ପାରାଦୀପର ଦୁଇ ଜଣ ବ୍ୟକ୍ତି ଏଥିରେ ସଂପୃକ୍ତ ଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ ତଦନ୍ତକାରୀ ଅଧିକାରୀଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି । ପାଟ୍ରୋଲିଂ ବେଳେ ପ୍ରାୟ ୨୫ ହଜାର କିଲୋଗ୍ରାମ ଓଜନର ଗୁଆ ଜବତ କରିଥିଲା କୋଷ୍ଟଗାର୍ଡ । ଗିରଫ ସନ୍ଦିଗ୍ଧମାନେ କୌଣସି ପରିଚୟପତ୍ର ଦେଖାଇ ପାରିନାହାନ୍ତି ।