Advertisment

ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କିଏ?

ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଚରମାଇଣ୍ଡ କିଏ? କାହିଁକି ଘଟିଲା ଏମିତି ଜଘଣ୍ୟକାଣ୍ଡ?

author-image
Sarbeswar
ଅଦ୍ୟତନ ହୋଇଛି
Crime

Crime

ବଲାଙ୍ଗିର: ବଲାଙ୍ଗିର ଅରବିନ୍ଦ ସିଂହ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ନେଇ ପୋଲିସ ତନାଘନା ଚଲାଇଛି। ବଲାଙ୍ଗିର ସଦେଇପାଲିର ଏକ ଚାଷ ଜମିରୁ ମାରଣାସ୍ତ୍ର ଜବତ କରିଛି ପୋଲିସ୍। ଆଉ ହତ୍ୟାକାଣ୍ଡର ପୂରା ଦୃଶ୍ୟ ଓଟିଭି ହାତରେ ଲାଗିଛି। ଅଭିଯୁକ୍ତଙ୍କୁ ନେଇ ଚାଷ ଜମିରେ ପହଞ୍ଚିଥିଲା ପୋଲିସ୍। ଆଉ ସେହି ସ୍ଥାନରେ ପୂର୍ବରୁ ଲୁଚାଇ ରଖିଥିବା ମାରଣାସ୍ତ୍ରକୁ ବାହାର କରିଥିଲା ଅଭିଯୁକ୍ତ। ପୋଲିସ୍ ଏବେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଅଟକ ଦୁଇ ଜଣ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ର ବୋଲି ସୂଚନା ମିଳିଛି। ଆଉ ସେମାନଙ୍କୁ ପଚରାଉଚରା କରି ତଥ୍ୟ ଓଗାଳିବାକୁ ଚେଷ୍ଟା କରୁଛି ପୋଲିସ୍ । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ସେମାନେ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ବଲାଙ୍ଗିର ଏସ୍ଡିପିଓ ସୂଚନା ଦେଇଛନ୍ତି । ହେଲେ କାହିଁକି ହତ୍ୟାକାଣ୍ଡ ହେଲା ସେ ଦିଗରେ ବର୍ତ୍ତମାନ ତଦନ୍ତ ହେଉଛି।

ଗତକାଲି ୨ ଦୁର୍ବୃତ୍ତ ଘରେ ପଶି ଅରବିନ୍ଦ କୁମାରଙ୍କୁ ହତ୍ୟା କରିଥିଲେ । କାଲିପ୍ରାୟ ସନ୍ଧ୍ୟା ୭ଟା ବେଳେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କର ପ୍ରବଳ ଗହଳି ଜମିଥିଲା। ଏହାସହ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଆଉ ଅପରାଧୀ ଧରାପଡ଼ିବା ପରେ ହତ୍ୟାକାଣ୍ଡ କାହିଁକି ହେଲା? ଓ ଏଥିପାଇଁ କେଉଁମାନେ ଦାୟୀ ତାହାର ଖୋଳତାଡ଼ କରୁଛି ପୋଲିସ୍।

Advertisment
Odisha Crime Balangir
Advertisment
Advertisment