• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ଅଦ୍ଭୁତ ବିଶ୍ୱା ସ ଦେଖିବାକୁ ମିଳିଥାଏ । ଯାହାକୁ ଜାଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଅନ୍ଧବିଶ୍ୱାସ ଯୋଗୁଁ କିଛି ଜୀବନ ମଧ୍ୟ ଚାଲିଯାଇଥାଏ । ବର୍ତ୍ତମାନ ସେହିପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିବା ପରେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ପ୍ରତ୍ୟେକ ବାପା-ମା’ ଚାହାଁନ୍ତି ସେମାନଙ୍କ ପିଲା ସୁନ୍ଦର ହୁଅନ୍ତୁ । କିନ୍ତୁ ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଏକ ସୁନ୍ଦର ସନ୍ତାନ ପାଇବା ପାପ ବୋଲି ବିବେଚନା କରାଯାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ସ୍ଥାନ ଭାରତରେ ରହିଛି । 'ଜାରୱା' ନାମକ ଏକ ଜନଜାତି ଆଣ୍ଡାମାନର ୟୁନିଅନ୍ ଟେରିଟୋରୀରେ ରୁହନ୍ତି । ଆଣ୍ଡାମାନରେ ବସବାସ କରୁଥିବା ଏହି ଜନଜାତି ସମ୍ପ୍ରଦାୟର ଲୋକେ ଦୁନିଆର ସର୍ବ ପୂରାତନ ଜନଜାତିମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ । ଏହି ଜନଜାତିଙ୍କ ନିକଟରେ ଏକ ନିଷ୍ଠୁର ପରମ୍ପରା ରହିଛି । ଯାହାକି ଅତି କଠୋର ଓ ଅନ୍ଧବିଶ୍ୱାସ ।

ଅଧିକ ପଢ଼ନ୍ତୁ: ଏମିତି ଗାଁ ଯେଉଁଠି ଲୋକେ କିଛି ପିନ୍ଧନ୍ତି ନାହିଁ; ପର୍ଯ୍ୟଟକଙ୍କ ପାଇଁ ବି ଲାଗୁ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଏଠାରେ ଏକ ଗୋରା ଶିଶୁ ଜନ୍ମନିଏ, ତେବେ ଶିଶୁଟିକୁ ହତ୍ୟା କରାଯାଇଥାଏ । କାରଣ ଏହି ସ୍ଥାନରେ ଗୋରା ହୋଇ ଜନ୍ମନେଇଥିବା ଶିଶୁକୁ ଅଭିଶାପ ବୋଲି ଧରିନିଆଯାଏ । ଏହି ଜନଜାତି ଆଫ୍ରିକାର ମୂଳଅଂଶ ବୋଲି କୁହାଯାଇଥାଏ ।

ଜାରୱା ଜନଜାତିର ଅଧିକାଂଶ ଲୋକଙ୍କର ରଙ୍ଗ କଳା ହୋଇଥାଏ । ହେଲେଏହି ଜନଜାତିର ଜଣେ ମହିଳାଙ୍କ ଏକ ସୁନ୍ଦର ସନ୍ତାନ ରହିଛି । ପିଲାଟିକୁ ନେଇ ଲୋକମାନେ ବିଶ୍ୱାସ କରନ୍ତି ସେହି ଶିଶୁ ଜାରୱା ଗୋଷ୍ଠୀର ନୁହେଁ । ପିଲାଟି ଅନ୍ୟ ଗୋଷ୍ଠୀର ବୋଲି ବିଶ୍ୱାସ କରାଯାଏ । ଖାଲି ସେତିକି ନୁହେଁ, ଏହି ଜନଜାତିରେ ଯେତେବେଳେ ଏକ ଶିଶୁ ଜନ୍ମ ନିଏ, ସେତେବେଳେ ଶିଶୁଟିକୁ ସମଗ୍ର ଜନଜାତିର ମହିଳାମାନଙ୍କର କ୍ଷୀର ଖାଇବାକୁ ଦିଆଯାଇଥାଏ ।

କୁହାଯାଏ ନବଜାତକୁ ସମସ୍ତ ମହିଳାଙ୍କର ସ୍ତନ୍ୟପାନ କରାଇବା ଦ୍ୱାରା ସମ୍ପ୍ରଦାୟର ଶୁଦ୍ଧତା ବଜାୟ ରହିଥାଏ । ମିଡିଆ ରିପୋର୍ଟ ଅନୁସାରେ ୯୦ଦଶକରେ ଏହି ଜନଜାତି ଆବିଷ୍କୃତ ହୋଇଥିଲେ । ଭାରତ ସରକାର ସେମାନଙ୍କ ଫଟୋ ଉଠାଇବା କିମ୍ବା ସୋସିଆଲ ମିଡିଆରେ ପୋଷ୍ଟ କରିବା ଉପରେ କଡା ନିୟମ କରିଛନ୍ତି ।

ଯଦି କେହି ସେମାନଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ୍ କରନ୍ତି, ତେବେ ସେମାନଙ୍କୁ ଜେଲ ଯିବାକୁ ପଡିପାରେ ବୋଲି କୁହାଯାଇଛି । ତାହା ସହିତ ତାଙ୍କୁ ଜରିମାନା ମଧ୍ୟ କରାଯାଇପାରେ । ଏପରି ଏକ ଅଜବ ପରମ୍ପରା ଏଠି ପ୍ରଚଳିତ ହେଉଥିବା କାରଣରୁ ଜାରୱା ଜନଜାତିର ଲୋକମାନେ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି ।