Advertisment

“ମାସିକିଆ ଚାନ୍ଦା ନଦେଲେ ସାଙ୍ଘାତିକ ହଇରାଣ ହେବ”

ନଭେମ୍ବର ୯ ତାରିଖରେ ଯାଇଥିବା ଏହି ଭାଇରଲ ଇମେଲରେ ଲେଖାଯାଇଛି ଯେ, ଯଦି ମାସିକିଆ ଚାନ୍ଦା ଦିଆନଯାଏ ତେବେ ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ପୋଲିସ, ଲୋକାଲ ୟୁନିଅନ, ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଫିସରଙ୍କର ଆଦୌ ସହଯୋଗ ମିଳିବ ନାହିଁ। ତେଣୁ ଯଥାଶୀଘ୍ର ସେମାନଙ୍କର ମାସିକ ଚାନ୍ଦା ରିଲିଜ କରାଯାଉ।ଏପରିକି କାଳିଆପାଣି IIC ମଧ୍ୟ ଫୋନ କରି କାଳୀପୂଜା ଭେଟି ପାଇଁ ତାଗିଦ କରିଲେଣି ବୋଲି ଏଥିରେ ଉଲ୍ଲେଖ ରହିଛି।

author-image
Sarbeswar
ଅଦ୍ୟତନ ହୋଇଛି
“ମାସିକିଆ ଚାନ୍ଦା ନଦେଲେ ସାଙ୍ଘାତିକ ହଇରାଣ ହେବ”

Viral e-mail

ଯାଜପୁର(ଅଭୟ ପତି): କଥାରେ ଅଛି ପଇସା କ୍ୟା ନକରେ କାମ୍। ଏହି ଉକ୍ତିର ଝଲକ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ଓସ୍ତାପାଳ ବେଦାନ୍ତ କମ୍ପାନୀରେ। ଗତ ନଭେମ୍ବର ମାସରେ କମ୍ପାନୀର ହେଡ଼ ଅଫିସକୁ ଯାଇଥିବା ଏକ ଇମେଲ ଭାଇରଲ ହେବା ପରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଇରଲ ଇମେଲ ଅନୁସାରେ ୨୦୨୦ ମସିହା ଅକ୍ଟୋବର ମାସରେ କାଳିଆପାଣି ସ୍ଥିତ ଓସ୍ତପାଳ ଏବଂ କଲରଙ୍ଗିଅତା ଚଳାଉଥିବା ଫେକର (FACOR) କମ୍ପାନୀଠାରୁ ବେଦାନ୍ତ କମ୍ପାନୀ ଏହାର କ୍ରୋମାଇଟ ଉତ୍ତୋଳନ ଦାୟିତ୍ୱ ଅଫିସିଆଲି ନେଇଥିଲା। ତେବେ ବେଦାନ୍ତ ଦାୟିତ୍ୱ ନେବାପରେ ଏଠାରେ କାର୍ଯ୍ୟ କରୁଥିବା ଅଫିସର ମାନଙ୍କର ହାତଖର୍ଚ୍ଚ ବନ୍ଦ ହୋଇଯାଇଥିଲା।ଫଳରେ ବିଭିନ୍ନ ଅଫିସର, ୟୁନିଅନ,ପୋଲିସ ମାନଙ୍କୁ ଦିଆଯାଉଥିବା ମାସିକିଆ ବଟି ବନ୍ଦ ହୋଇଯାଇଥିଲା।

Advertisment

ତେବେ ନଭେମ୍ବର ୯ ତାରିଖରେ ଯାଇଥିବା ଏହି ଭାଇରଲ ଇମେଲରେ ଲେଖାଯାଇଛି ଯେ, ଯଦି ମାସିକିଆ ଚାନ୍ଦା ଦିଆନଯାଏ ତେବେ ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ପୋଲିସ, ଲୋକାଲ ୟୁନିଅନ, ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଫିସରଙ୍କର ଆଦୌ ସହଯୋଗ ମିଳିବ ନାହିଁ। ତେଣୁ ଯଥାଶୀଘ୍ର ସେମାନଙ୍କର ମାସିକ ଚାନ୍ଦା ରିଲିଜ କରାଯାଉ।ଏପରିକି କାଳିଆପାଣି IIC ମଧ୍ୟ ଫୋନ କରି କାଳୀପୂଜା ଭେଟି ପାଇଁ ତାଗିଦ କରିଲେଣି ବୋଲି ଏଥିରେ ଉଲ୍ଲେଖ ରହିଛି।

Advertisment

ଏହି ଇମେଲଟି ଓସ୍ତପାଳ ମାଇନ୍ସର ମ୍ୟାନେଜର ଅଜୟ ପାତ୍ର ତାଙ୍କର ଉପରିସ୍ଥ ଅଧିକାରୀ R K Singh ଙ୍କୁ ୯.୧୧.୨୦ ରେ ପଠାଇଥିବା ଦର୍ଶାଯାଇଛି। ତେବେ ଏହାକୁ ପରେ ୧୩.୧୧.୨୦ରେ ପୁନର୍ବାର ପଠାଇଛନ୍ତି। ତେବେ ଏହି ମେଲକୁ ପାଥେୟ କରି ସିନିୟର GM RK Singh ପୋଲିସ DG,ଭିଜିଲାନ୍ସ, ଯାଜପୁର ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଇମେଲ ଯୋଗେ ଅଭିଯୋଗ କରିବା ପରେ ଏହି ଘଟଣାର ଖୁଲାଶା ହୋଇଛି। ତେବେ ପ୍ରକୃତରେ ଭାଇରଲ ହୋଇଥବା ଇମେଲରେ ଯାହାଙ୍କର ନାମ ଅଛି, ସେମାନଙ୍କୁ ମାସିକିଆ ଚାନ୍ଦା ଦିଆଯାଏ ନା ତାଙ୍କ ନାମରେ ଆଉ କିଏ ଚଳୁ କରେ ତାହାର ଖୁଲାଶା ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ତେବେ ଏହି ଘଟଣାକୁ ନେଇ କଂଗ୍ରେସ ନେତା ନରସିଂହ ମିଶ୍ର ଟୁଇଟ କରିବାପରେ ଚର୍ଚ୍ଚା ଜୋର ଧରିଛି। ତେବେ ଗଣମାଧ୍ୟମକୁ ସମ୍ପୃକ୍ତ ମାଇନ୍ସ ମ୍ୟାନେଜର ଅଜୟ ପାତ୍ର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ମତେ ଓ କମ୍ପାନୀକୁ ବଦନାମ କରିବାପାଇଁ ଏହା ଏକ ଚକ୍ରାନ୍ତ। ଏବଂ ଏଥିରେ ଉଲ୍ଲେଖ ଥିବା ଅନ୍ୟମାନଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

Odisha News Jajpur Viral E Mial
Advertisment
Advertisment