Advertisment

ମୁଣ୍ଡ ମାଗି ଅଡ଼ୁଆରେ ଜେଲର୍‌ ମ୍ୟାଡାମ୍‌, ଆଜି ସୁଦ୍ଧା ଡିଜିପିଙ୍କୁ ଦିଆଯିବ ରିପୋର୍ଟ

ଜେଲର୍‌ ମ୍ୟାଡାମଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା । କଣ୍ଟାବାଞ୍ଜି ଲେଡି ଜେଲରଙ୍କ ସାମ୍ବାଦିକଙ୍କ ମୁଣ୍ଡ ମାଗିବା ଅଡ଼ିଓ ମାମଲା । ଲେଡ଼ି ଜେଲର, ଅଭିଯୋଗକାରୀ ଏବଂ ଜଣେ କର୍ମଚାରୀଙ୍କ ବୟାନ ରେକର୍ଡ ।

ଅଦ୍ୟତନ ହୋଇଛି
Kantabanji jailer to submit reports to DGP

Kantabanji jailer to submit reports to DGP

Advertisment

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଜେଲର ଜେଲର ମ୍ୟାଡାମ ଜଣେ ଦଲାଲକୁ ମୁଣ୍ଡ ମାଗିବା ଘଟଣାରେ ଆଜି ସୁଦ୍ଧା ଡିଜିପିଙ୍କୁ ରିପୋର୍ଟ ପ୍ରଦାନ କରିବେ ଘଟଣାର ତଦନ୍ତ କରୁଥିବା ସମ୍ବଲପୁର ଜେଲ ଡିଆଇଜି । ଗତକାଲି ସେ ଜେଲର ମ୍ୟାଡାମ, ଅଭିଯୋଗକାରୀ ଏବଂ ଅନ୍ୟ ଜଣେ ଜେଲ କର୍ମଚାରୀଙ୍କ ଠାରୁ ଷ୍ଟେଟମେଣ୍ଟ ଦାବି କରିଛନ୍ତି । ଡିଜିପିଙ୍କୁ ରିପୋର୍ଟ ପ୍ରଦାନ କରାଯିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ହେବା କଥା ତାହା କରାଯିବ ।

Advertisment

କଣ୍ଟାବାଞ୍ଜି ଜେଲର ବିକାଶଲତା ବାରୁ ଜଣେ ସାମ୍ବାଦିକଙ୍କ ମୁଣ୍ଡ ଜୀବନ୍ତ ବା ମୃତ ଅବସ୍ଥାରେ ଆଣି ଦେବାକୁ ଜଣେ ଦଲାଲକୁ କହୁଥିବାର ଏକ ଅଡ଼ିଓ ଭାଇରାଲ୍ ହୋଇଥିଲା। ତେବେ ମ୍ୟାଡାମ୍ ଯାହାଙ୍କ ମୁଣ୍ଡ ମାଗିଥିଲା, ସେ କୁଆଡ଼େ ତୁରେକେଲା ଅଞ୍ଚଳର ଏକ ଦୈନିକ ଖବରକାଗଜର ସ୍ଥାନୀୟ ପ୍ରତିନିଧି ନିମାଇଁ ଚରଣ ମହତ ବୋଲି ଜଣାପଡ଼ିଥିଲା । ଏହାପରେ ସାମ୍ବାଦିକ ଜଣକ ଥାନାରେ ଏତଲା ଦେବା ସହ ନିଜ ସୁରକ୍ଷା ଲୋଡ଼ିଥିଲେ । ଆଉ ତାଙ୍କ ଏତଲା ଆଧାରରେ ଜେଲରଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଥିଲା ।

ଏସବୁ ଭିତରେ ଜେଲର ନିଜ ଅଡିଓ ବାର୍ତ୍ତାଳପକୁ ସ୍ୱୀକାର କରିଥିବା ବେଳେ ଏହା ଥଟ୍ଟା-ମଜା ବୋଲି କହିଥିଲେ । ପ୍ରମୋଦ ବେହେରା ନାମକ ଯେଉଁ ବ୍ୟକ୍ତିଙ୍କ ସହ ସେ କଥା ହେଉଥିଲେ, ତାଙ୍କର ସେ ଜଣେ ସମ୍ପର୍କୀୟ ଭାଇ । ପ୍ରମୋଦଙ୍କୁ ସେ ବଜାରରୁ ମାଛ ମୁଣ୍ଡ କିଣି ଆଣିବାକୁ କହିଥିଲେ ବୋଲ ସଫେଇ ଦେଇଥିଲେ । ଏଣେ ଘଟଣାର ତଦନ୍ତ କରି ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ ସମ୍ବଲପୁର ଜେଲ୍ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ।...

Advertisment
DGP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ