Vigilance raids Dayanidhi Bagh’s properties
ବଡ଼ ଖବର । ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍ । ରେଡ୍ ବେଳେ ଠାବ ହେଲା ୫୭ ଏକର ଜମି, ୨ଟି ଫାର୍ମହାଉସ୍ । ଇଏ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ନା ଜମିଦାର ? ଏତେ ଜମି କେମିତି କଲେ ? କେଉଁଠି ଆସିଲା ଟଙ୍କା ? ଯାହାକୁ ନେଇ ଏବେ ନାନା ପ୍ରଶ୍ନ....
ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ରହିଛନ୍ତି ଦୟାନିଧି ବାଗ । ଭୁବନେଶ୍ବର ଗୋଠପାଟଣାରେ 3-BHK, ଚନ୍ଦ୍ରଶେଖରପୁରରେ ରହିଛି ବିଲ୍ଡିଂ । ନବରଙ୍ଗପୁରରେ ୩ ହଜାର ବର୍ଗଫୁଟର ଏକ ନିର୍ମାଣାଧୀନ କୋଠା ମଧ୍ୟ ରହିଛି । ନବରଙ୍ଗପୁରରେ ସପିଂ କମ୍ପ୍ଲେକ୍ସ, ୪୦ ଏକରର ଫାର୍ମ ହାଉସ୍ ମଧ୍ୟ ରହିଛି । ୪୦ ଏକରର ଫାର୍ମ ହାଉସ୍ରେ ପ୍ରାୟ ୧ କୋଟିର ବିନିଯୋଗ ହୋଇଛି ବୋଲି ସୂଚନା ମିଳିଛି।
ତେବେ ୬ ଏକରର ଆଉ ଏକ ଫାର୍ମ ହାଉସରେ ପ୍ରାୟ ୩୪ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ଭବାନୀପାଟଣା ଟାଉନ ଉପକଣ୍ଠରେ ଆଉ ୧୧ ଏକର ଜମି ରହିଥିବା ସୂଚନା । ୫୫ ଲକ୍ଷର ବ୍ୟାଙ୍କ ଜମା, ଏକ ଚାରି ଚକିଆ ବେନାମୀ ଗାଡ଼ି ଠାବ ମଧ୍ୟ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751284687.jpg)