Vigilance Raid
ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘର, ଅଫିସ ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଠାବ ହେଲାଣି ମାଳ ମାଳ ଘର ଓ ଫ୍ଲାଟ୍ ।
ବର୍ତ୍ତମାନ ସୁଦ୍ଧା ରେଡ୍ରୁ ରାମଚନ୍ଦ୍ର ମିଶ୍ରଙ୍କର ୩୦ରୁ ଅଧିକ ପ୍ଲଟ୍ ଥିବା ଠାବ ହୋଇଥିବା ସୂଚନା ମିଳିଛି । ବଲାଙ୍ଗିର ଠିକାଦାରପଡ଼ା, ସମ୍ବଲପୁର ଅଇଁଠାପାଲି, ବୁର୍ଲା, ତରଭାରେ ଘର ଅଛି । ସେହିପରି ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ୨ BHK ଫ୍ଲାଟ୍, ସମ୍ବଲପୁର ମୟୂର ରେସିଡେନ୍ସୀରେ ୩ BHK ଆପାର୍ଟିମେଣ୍ଟ, ଭୁବନେଶ୍ବର ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସରେ ରହିଛି ୨-BHK ଆପାର୍ଟମେଣ୍ଟ।
ପଢନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ; ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ...
ସେହିପରି ସମ୍ବଲପୁର ତରଭାରେ ରାଇସ୍ ମିଲ୍ ଅଛି । ଏସବୁ ସ୍ଥାନ ସମେତ ଭୁବନେଶ୍ବର ଧର୍ମବିହାର ଭଡ଼ା ଘରେ ବି ରେଡ୍ କରିଛି ଭିଜିଲାନ୍ସ। ଭୁବନେଶ୍ବର, ସୋନପୁର, ବରଗଡ଼, ବଲାଙ୍ଗୀର ସମେତ ରାଜ୍ୟର ୧୦ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଏକାଧିକ ବ୍ୟାଙ୍କର ରହିଛି ଜମା ରାଶି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ୨ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିବା ସୂଚନା ମିଳିଛି । ଚଢ଼ାଉରେ ଭିଜିଲାନ୍ସର ୧୦ ଡିଏସପିଙ୍କ ସମେତ ୧୫ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722245020.jpg)