Advertisment

ରେଡ୍ ପରେ ବିଡିଓଙ୍କ ହାତରୁ ଖସିଗଲା ତହସିଲଦାର ଦାୟିତ୍ୱ

ଚଢାଉ ବେଳେ ଲକ୍ଷେ ୭୦ ହଜାର ନଗଦ ଟଙ୍କା ସହ ୩୩୦ଗ୍ରାମ୍ ସୁନା ଓ ୧୧୦୦ ଗ୍ରାମ୍ ରୁପା ଅଳଙ୍କାର ଜବତ ହୋଇଛି।

author-image
Chandan Shishu
Vigilance Raid

Vigilance Raid

ଭିଜିଲାନ୍ସ ପକ୍ଷରୁ ରେଡ୍ ପରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାରଙ୍କ ଅମାପ ସମ୍ପତ୍ତିର ଖୋଲୁଛି ଗୁମର। ତାଙ୍କର କଟକ, କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ୨୪ଟି ପ୍ଲଟ ରହିଛି। ଏଥିସହ ୨ଟି ଅଟ୍ଟାଳିକା ରହିଛି। ୧ କୋଟି ୨୨ ଲକ୍ଷ ଟଙ୍କା ମୂଲ୍ୟର ତିନି ମହଲା ଘର ଓ ୧କୋଟି ୧୦ ଲକ୍ଷ ଟଙ୍କା ମୂଲ୍ୟର ଦି ମହଲା ଘର ଠାବ ହୋଇଛି।ଗୋଟିଏ ଇଟା ଫ୍ରାକ୍ଟ୍ରି, ୪ଟି ଚାରି ଚକିଆ ଓ ୩ଟି ଦୁଇ ଚକିଆ ଗାଡି ରହିଛି। 

Advertisment

ଚଢାଉ ବେଳେ ଲକ୍ଷେ ୭୦ ହଜାର ନଗଦ ଟଙ୍କା ସହ ୩୩୦ଗ୍ରାମ୍ ସୁନା ଓ ୧୧୦୦ ଗ୍ରାମ୍ ରୁପା ଅଳଙ୍କାର ଜବତ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଶ୍ୱିନୀ କୁମାରଙ୍କ ଘର ସହ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା। ତାଙ୍କ ବାସଭବନ ସହ କଟକ ଝିଙ୍କିରିଆ, ବୟାଳିଶି ମୌଜାରେ ଥିବା ଘରେ ଚଢଉ ହୋଇଥିଲା।

ଅଶ୍ୱିନୀ କୁମାର ପୂର୍ବରୁ ମହାକାଳପଡାରେ ବିଡିଓ ଥିବାରୁ ସେଠାରେ ମଧ୍ୟ ରେଡ୍ ହୋଇଛି। ଅଶ୍ୱିନୀଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ ଖପୁରିଆ ସ୍ଥିତ ଅଫିସରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ। ସେପଟେ ଭିଜିଲାନ୍ସ ରେଡ୍ ପରେ ଅଶ୍ୱିନୀ କୁମାର ଜଟଣୀ ତହସିଲଦାର ହେବା ନେଇ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରିଛି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ। ଖୋର୍ଦ୍ଧା ବିଡିଓ ରୁମାନା ଜାଫ୍ରୀଙ୍କୁ ଜଟଣୀ ତହସିଲଦାର ଭାବେ ଦାୟିତ୍ୱ ଦିଆଯାଇଛି। 

Advertisment
Advertisment
Advertisment