REBATI RAMAN JOSHI, ACF
ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF। ACF ରେବତୀ ରମଣ ଯୋଶୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ସମ୍ବଲପୁର ଓ ବରଗଡ଼ରେ ଏକକାଳୀନ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ।
ସମ୍ୱଲପୁର ଡିଅର ପାର୍କ ନିକଟରେ ଥିବା ସରକାରୀ ବାସଭବନ, ଅଫିସ୍ ରୁମ୍ ଓ ଅଇଁଠାପାଲିରେ ଥିବା ତିନି ମହଲା କୋଠାରେ ଚଢାଉ କରାଯାଉଛି। ଏଥିସହ ସମ୍ବଲପୁରର ଚର୍ଚ୍ଚ ଛକ ନିକଟରେ ଥିବା ବ୍ରିଜଧାମ ହାଉସିଂ ସୋସାଇଟି କହ୍ନେୟା ବ୍ଲକର ୫ ଓ ୬ନଂ ଫ୍ଲାଟ୍ରେ ରେଡ୍ ହୋଇଛି।
Residential building at Padmapur, Bargarhସମ୍ବଲପୁର ଫାର୍ମ ରୋଡ୍ ସିଟି ପ୍ରାଇଡ୍ ଆପାର୍ଟମେଣ୍ଟ ବିଲଡିଂର A-406 ଫ୍ଲାଟ, ସମ୍ବଲପୁର-ଝାରସୁଗୁଡା ରାସ୍ତାର ମାଲିପାଲିରେ ଥିବା ଏକ ମହଲା ବ୍ୟବସାୟିକ କୋଠା ଓ ବରଗଡ଼ ବିଜେପୁରର ପୈତୃକ ଘର ବଲଣ୍ଡାରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍। ଚଢାଉରେ ୩ DSP, ୧୦ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।
Triple storeyed building of Sri Joshi at Ainthapalli, Sambalpur /odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733459665.jpg)