• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାକିରି କରିଛନ୍ତି ହୋମଗାର୍ଡ । ହେଲେ ତାଙ୍କ ଆକାଉଣ୍ଟରେ ନେଣଦେଶ ହୋଇଛି ୫୪ କୋଟି ଟଙ୍କା । ଆୟକର ବିଭାଗ ବି ହେଲା ଛାନିଆ । ଜଣେ ହୋମଗାର୍ଡଙ୍କ ବେତନ ଅତି ବେଶିରେ କେତେ, ତାହା ତ ସମସ୍ତେ ଜାଣନ୍ତି । ହେଲେ ତାଙ୍କ ଆକାଉଣ୍ଟରେ ଅଚାନକ ଏତେ ଟଙ୍କାର ନେଣଦେଣ କେମିତି ହେଲା ? କେଉଁଠୁ ଆସିଲା ଏତେ ଟଙ୍କା ? ଲଟେରୀ ଲାଗିଗଲା ନା କେଉଁଠୁ ପାଇଗଲେ ପୋତା ଧନ ?

ଅଚାନକ ଜଣେ ହୋମଗାର୍ଡଙ୍କ ଆକାଉଣ୍ଟରେ ଏତେ ଟଙ୍କାର ନେଣଦେଣ ଦେଖି ଆୟକର ବିଭାଗ ନୋଟିସ ପଠାଇଲା । ଆଉ ସେହି ନୋଟିସ ଦେଖି ହୋମଗାର୍ଡଙ୍କର ଉଡ଼ିଗଲା ହୋସ୍‌ । କାରଣ ହୋମଗାର୍ଡ ନିଜେ ଜାଣିନାହାନ୍ତି ତାଙ୍କ ଆକାଉଣ୍ଟରେ ଏତେ ଟଙ୍କାର କାରବାର କେବେ ହେଲା ଓ କେମିତି ହେଲା ? କିଏ ଏଥିପାଇଁ ଦାୟୀ ? କାହା ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଥିଲା ? ଏବିଷୟରେ ସେ କିଛି ଜାଣିନାହାନ୍ତି ।

ଆୟକର ବିଭାଗର ନୋଟିସ ଦେଖି ହୋମଗାର୍ଡ ଜଣକ ଆଇଟି ବିଭାଗକୁ ଯୋଗଯୋଗ କରିବା ପରିବର୍ତ୍ତେ ସଙ୍ଗେ ସଙ୍ଗେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରସ୍ଥ ହୋଇ ସାହାଯ୍ୟ ମାଗିଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ୍‌ ହୋମଗାର୍ଡଙ୍କ ଅଭିଯୋଗ ଶୁଣିବା ପରେ ସ୍ଥାନୀୟ ଏସ୍‌ପି ଅଭିଷେକଙ୍କ ସହ ମଙ୍ଗଳବାର କଥା ହୋଇଥିଲେ । ଏହାପରେ ହୋମଗାର୍ଡଙ୍କ ଅଭିଯୋଗ ଅନୁଯାୟୀ, ୟୁପି ପୋଲିସର ସାଇବର ଥାନାରେ ଏକ ମାମଲା ରୁଜୁ ହେଲା ।

ଏହି ଘଟଣା ୟୁପି ସାମ୍‌ଲି ଅଞ୍ଚଳରୁ ସାମ୍ନାକୁ ଆସିଛି । ହୋମଗାର୍ଡ ଜଣକ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଅଫିସ୍‌ରେ ନିଯୁକ୍ତ ଥିଲେ । ତାଙ୍କ ପାନ୍‌କାର୍ଡରୁ ଏଭଳି ଅର୍ଥ ନେଣଦେଣର ସୁରାକ୍‌ ପାଇଥିଲା ଦିଲ୍ଲୀ ଆୟକର ବିଭାଗ । ଏହି ନେଣଦେଣ ୨୦୧୮ ମସିହାରୁ ଚାଲିଥିବା ଆୟକର ବିଭାଗ କହିଛି । 

ନୋଟିସ ପାଇବା ପରେ ହୋମଗାର୍ଡ ଜଣକ ନିଜ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଧରି ଆୟକର ବିଭାଗକୁ ଯାଇଥିଲେ । ସେଠାରେ ନିଜ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଦେଖାଇଥିଲେ । ସାଥିରେ ତାଙ୍କର କେବଳ ଦରମା ଟଙ୍କା ହିଁ ଆସିଥିଲା । କିନ୍ତୁ ଆୟକର ବିଭାଗ କହିଥିଲା ଯେ, ତାଙ୍କ ନାଁରେ ଥିବା ପାନ୍‌କାର୍ଡ, ଯେଉଁ ବ୍ୟାଙ୍କ୍‌ ଆକାଉଣ୍ଟ ସହ ଲିଙ୍କ ରହିଛି ସେଥିରେ କୋଟି କୋଟି ଟଙ୍କାର ନେଣଦେଣ ହୋଇଛି ।