Advertisment

Groom Beat Bride: ବର ମାଗିଲା ବୋଲେରୋ: ବେଦିରେ ଉଡ଼ିଲା ଚେୟାର୍‌

ଉତ୍ତରପ୍ରଦେଶର ରାମପୁର ସ୍ଥିତ ଶୁମାଲି ଅଞ୍ଚଳ। ଏଠାକାର ତ୍ରିଲୋକି ସିଂହ ଦିବାକରଙ୍କ ଝିଅର ବାହାଘର ୬ ମାସ ପୂର୍ବେ ଶାହଜାହାଦ ନଗର ଥାନା ସ୍ଥିତ ଦୁଦାଇରେ ରହୁଥିବା ସୁଭାଷଙ୍କ ସହ ସ୍ଥିର ହୋଇଥିଲା। ଯୌତୁକ ବାବଦକୁ ୧୦ ଲକ୍ଷ ଟଙ୍କା ନଗଦ ଓ ଜିନିଷ ପତ୍ର ଦେବାକୁ କନିଆଁ ପକ୍ଷ ରାଜି ହୋଇଥିଲେ।

ଅଦ୍ୟତନ ହୋଇଛି
Marriage

Marriage

Advertisment

ବାଜୁଥିଲା ଶାହାନାଇ। ଡିଜେର ତାଳେ ତାଳେ ନାଚୁଥିଲେ ବରଯାତ୍ରୀ। ଏପଟେ କନିଆଁ ବି ଥିଲା ପୂରା ପ୍ରସ୍ତୁତ। ହାତରେ ବରଣମାଳା ଧରି ବରକୁ କରିଥିଲା ଅପେକ୍ଷା। ବରଯାତ୍ରୀ ନେଇ ବର ଆସିଲା, ମଣ୍ଡପରେ ବରଣ ମାଳା ବି ପଡିଲା। ବର-କନିଆଁକୁ ଆଶୀର୍ବାଦ ଦେବା ପାଇଁ ରୁଣ୍ଡ ହୋଇଥିଲେ ବନ୍ଧୁବାନ୍ଧବ।

Advertisment

ଏତିକି ବେଳେ ଯୌତୁକକୁ ନେଇ ଆରମ୍ଭ ହେଲା ଯୁକ୍ତିତର୍କ। ବେଦି ଉପରେ ବୋଲେରୋ ଡିମାଣ୍ଡ କରିଥିଲା ବର। ତା’ପରେ ମଣ୍ଡପ ଉପରେ ହିଁ ବର-କନ୍ୟାଙ୍କ ଆରମ୍ଭ ହୋଇଯାଇଥିଲା ତୁ ତୁ ମେଁ ମେଁ । ଦେଖୁ ଦେଖୁ ଏହା ମହାଭାରତର ରୂପ ନେଇଥିଲା। ହୋଇଥିଲା ଖଣ୍ଡଯୁଦ୍ଧ। ଚାପୁଡା ଉପରେ ପଡିଥିଲା ଚାପୁଡା। ବେଦି ଉପରେ ଉଡିଥିଲା ଚୌକି ଚେୟାର। ଏଭଳି କିଛି ଘଟଣା ଉତ୍ତର ପ୍ରଦେଶରରୁ ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ: ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ, କହିଲେ...

Advertisment

ଉତ୍ତରପ୍ରଦେଶର ରାମପୁର ସ୍ଥିତ ଶୁମାଲି ଅଞ୍ଚଳ। ଏଠାକାର ତ୍ରିଲୋକି ସିଂହ ଦିବାକରଙ୍କ ଝିଅର ବାହାଘର ୬ ମାସ ପୂର୍ବେ ଶାହଜାହାଦ ନଗର ଥାନା ସ୍ଥିତ ଦୁଦାଇରେ ରହୁଥିବା ସୁଭାଷଙ୍କ ସହ ସ୍ଥିର ହୋଇଥିଲା। ଯୌତୁକ ବାବଦକୁ ୧୦ ଲକ୍ଷ ଟଙ୍କା ନଗଦ ଓ ଜିନିଷ ପତ୍ର ଦେବାକୁ କନିଆଁ ପକ୍ଷ ରାଜି ହୋଇଥିଲେ। ଫେବ୍ରୁଆରୀ ୨୮ରେ ହେବାର ଥିଲା ବିବାହ। ବିବାହ ପୂର୍ବରୁ ତ୍ରିଲୋକି ସିଂହ ନିଜ କଥା ରଖିଥିଲେ। ବର ଘରକୁ ପଠାଇ ଦେଇଥିଲେ ନଗଦ ୧୦ ଲକ୍ଷ ଟଙ୍କା ଏବଂ ଯୌତୁକ ସାମଗ୍ରୀ। କିନ୍ତୁ, ବର ସୁଭାଷଙ୍କ ବାପା ବାରମ୍ବାର ଦାବି କରୁଥିଲେ ବୋଲେରୋ। ଝିଅ ଘର ଲୋକେ ଏହା ଦେବାକୁ ପ୍ରସ୍ତୁତ ନଥିଲେ।

ବିବାହ ଦିନ ନାଚି ଗାଇ ବରଯାତ୍ରୀ ନେଇ ଝିଅ ଘରେ ପହଞ୍ଚିଥିଲା ସୁଭାଷ। ସବୁ କିଛି ରୀତିନୀତି ଅନୁସାରେ ଠିକ୍ ଚାଲିଥିଲା। ବରଣମାଳା ପିନ୍ଧା ବି ସରିଥିଲା। ଏତିକି ବେଳେ ବିବାହ ପୂର୍ବରୁ ମଣ୍ଡପ ଉପରେ ବୋଲେରୋ ଡିମାଣ୍ଡ କରିଥିଲେ ସୁଭାଷ। ଝିଅପକ୍ଷ ଏଥିରେ ରାଜି ନହେବାରୁ ସେ ରାଗି ଯାଇଥିଲେ। ବେଦି ଉପରେ ହିଁ କନିଆଁକୁ ମାରିଥିଲେ ଚାପୁଡା। ଆଉ ତା’ପରେ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଆରମ୍ଭ ହେଲା ପିଟାପିଟି । ବିବାହର ସାହାନାଇ ବାଜୁଥିବା କଲ୍ୟାଣ ମଣ୍ଡପରେ ଉଡିଥିଲା ଚୌକି ଚେୟାର୍ । ଯିଏ ଯାହାକୁ ପାରିଲେ ପିଟି ଚାଲିଲେ। କଥା ଯାଇ ଥାନାରେ ପହଞ୍ଚିଥିଲା। ପୁଲିସ ଆସିବା ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ବର ଓ ତା’ସାଙ୍ଗରେ ତା’ ଘର ଲୋକ। ଏହି ଘଟଣାରେ ପୁଲିସ ବରର ବାପାଙ୍କୁ ଗିରଫ କରିଛି। ମାରପିଟ୍‌ରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ତେବେ ଏଭଳି ଘଟଣା ନୁଆଁ ନୁହେଁ । ପୂର୍ବରୁ ମଧ୍ୟ ଯୌତୁକକୁ ନେଇ ମାରପିଟ୍ ହେବାର ଅନେକ ମାମଲା ସାମ୍ନାକୁ ଆସିଛି । ତେବେ ପ୍ରଶ୍ନ ଉଠୁଛି , ସମାଜରୁ ଯୌତୁକ ନାମକ ଜହରର କେବେ ଅନ୍ତ ଘଟିବ। କେତେ ଜଣ ଆଉ ଏହି ଯୌତୁକ ଜୁଇରେ ଜଳିବେ। କେତେ ଆଉ ଏଭଳି ବାହାଘର ଭାଙ୍ଗିବ?

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ରେସ୍ତୋରାଁରେ ଓଡ଼ିଆରେ ନାମଫଳକ ଲେଖି ହଟହଟା ହେଲେ ମାଲିକ

Uttar Pradesh Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ