Advertisment

ବିଦେଶିନୀଙ୍କୁ ଠକିଲେ; ୩୦୦ଟଙ୍କାର ଗହଣାକୁ ୬କୋଟିରେ ବିକି ଲଗାଇଲେ ଚୂନା

ପୋଲିସର ସୂଚନା ଅନୁସାରେ, ଚେରିଶ୍ ୨୦୨୨ରେ ଏହି ଗହଣା ଦୋକାନୀଙ୍କ ସହ ଇନଷ୍ଟାଗ୍ରାମ୍‌ରେ ପରିଚିତ ହୋଇଥିଲେ। ଏହାପରେ ସେ ରୂପାର ଗହଣାରେ ସୁନାର କେଟିଂ ଦେଇ ତାଙ୍କୁ ବିକ୍ରି କରିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
US Woman Buys Fake Jewellery Rs 300 For Rs 6 Crore

Fake Jewellery

ଭାରତରେ ବିଦେଶୀ ମହିଳା ପର୍ଯ୍ୟଟକଙ୍କୁ ଲଗାଇଲେ ଚୂନା। ଜଣେ ଆମେରିକୀୟ ମହିଳା ପର୍ଯ୍ୟଟକ ବଡ଼ ଧରଣର ଠକେଇର ଶିକାର ହୋଇଛନ୍ତି। ମାତ୍ର ୩୦୦ଟଙ୍କାର ନକଲି ଗହଣା କିଣି ସେ ଗଣିଛନ୍ତି ୬କୋଟି। ଠକେଇର ଶିକାର ହୋଇଥିବା ମହିଳା ଜଣକ ହେଲେ ଚେରିଶ।

Advertisment

୨ବର୍ଷ ତଳେ ସେ ଗହଣା କିଣିଥିବା ବେଳେ ଏକ ପ୍ରଦର୍ଶନୀରେ ଏହା ନକଲି ବୋଲି ଜଣାପଡିଥିଲା। ଏନେଇ ଗହଣା ଦୋକାନୀଙ୍କ ବିରୋଧରେ ମାମଲା ହୋଇଛି।ସୂଚନା ଅନୁସାରେ, ୨ବର୍ଷ ତଳେ ଚେରିଶ୍ ଭାରତ ଆସିଥିଲେ। ସେ ଜୟପୁରର ଗୋପାଳଜୀ କା ରାସ୍ତା ନିକଟରେ ଥିବା ଜୋହରି ବଜାର ଦୋକାନରୁ ଗହଣା କିଣିଥିଲେ। ଯାହାର ମୂଲ୍ୟ ଥିଲା ୬କୋଟି। ଗହଣା ଦୋକାନୀ ତାଙ୍କୁ ଏକ ହଲ୍‌ମାର୍କ ସାର୍ଟିଫିକେଟ୍‌ ମଧ୍ୟ ଦେଇଥିଲେ। ଏହାପରେ ସେ ଆମେରିକା ଫେରି ଯାଇଥିଲେ।

ଅଧିକ ପଢ଼ନ୍ତୁ: ଚାକିରି କରେଇ ଦେବାକୁ କହି ଠକିଦେଲେ,୨ କୋଟିରୁ ଅଧିକ ଟଙ୍କାର ଠକେଇ

ଚଳିତବର୍ଷ ଏପ୍ରିଲରେ ଆମେରିକାରେ ଏକ ଗହଣା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସେଠାରେ ସେ ତାଙ୍କର ଗହଣା ନକଲି ବୋଲି ଜାଣିବାକୁ ପାଇଲେ।ଏହାପରେ ସେ ଜୟପୁର ଫେରି ସେହି ଦୋକାନରେ ପହଞ୍ଚିଥିଲେ। ଦୋକାନ ମାଲିକ ଗୌରବ ସୋନିଙ୍କୁ ଏନେଇ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ଗୌରବ ସୋନି ଓ ତାଙ୍କ ବାପା ରାଜେନ୍ଦ୍ର ସୋନି ଏହି ଘଟଣା ପରେ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Advertisment

ଏନେଇ ଆମେରିକା ଦୂତାବାସ ଓ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଚେରିଶ୍। ପୋଲିସର ସୂଚନା ଅନୁସାରେ, ଚେରିଶ୍ ୨୦୨୨ରେ ଏହି ଗହଣା ଦୋକାନୀଙ୍କ ସହ ଇନଷ୍ଟାଗ୍ରାମ୍‌ରେ ପରିଚିତ ହୋଇଥିଲେ। ଏହାପରେ ସେ ରୂପାର ଗହଣାରେ ସୁନାର କେଟିଂ ଦେଇ ତାଙ୍କୁ ବିକ୍ରି କରିଥିଲେ। ଏହି ଘଟଣା ପରେ ସେମାନେ ଫେରାର୍ ଅଛନ୍ତି। ଉଭୟ ବାପ-ପୁଅଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରିଛି।

Gold Ornaments Foreigners
Advertisment
Advertisment