• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆମେରିକାରେ ପୁଣି ବର୍ଣ୍ଣବୈଷମ୍ୟ ନିଆଁ । ଫ୍ଲୋରିଡା ପ୍ରଦେଶରେ ଜାଣିଶୁଣି କୃଷ୍ଣକାୟ ଲୋକଙ୍କୁ ଟାର୍ଗେଟ କରିବାର ମାମଲା ସାମ୍ନାକୁ ଆସିଛି । ଫ୍ଲୋରିଡାର ଜ୍ୟାକସନଭିଲେରେ ଶନିବାର ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ୩ ଜଣ କୃଷ୍ଣକାୟ ଲୋକଙ୍କୁ ଗୁଳି କରି ହତ୍ୟା କରିଛି । ଏକ ଦୋକାନ ବାହାରେ ଗୁଳି ବିନିମୟ ହୋଇଥିବା ବେଳେ ସ୍ଥାନୀୟ ପୋଲିସ୍‌ କହିଛି । ତିନି ଜଣଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲା ।

ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ କୁହାଯାଇଛି, ହତ୍ୟାକାରୀ କୃଷ୍ଣକାୟ ଲୋକଙ୍କୁ ଘୃଣା କରୁଥିଲା । ତେବେ ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଏକ ବୃହତ ଗୋଷ୍ଠୀର ଅଂଶ ଥିଲା ବୋଲି କୌଣସି ପ୍ରମାଣ ନାହିଁ । ହତ୍ୟାକାରୀର ବୟସ ମାତ୍ର ୨୦ ବର୍ଷ । ସେ ଏକ ଗ୍ଲୋକ୍ ହ୍ୟାଣ୍ଡଗନ୍ ଏବଂ ଏକ ଆର୍ -୧୫ ସେମି ଅଟୋମେଟିକ ରାଇଫଲରେ ଗୁଳି ଚଳାଇଥିଲେ । ତେବେ ହତ୍ୟାକାଣ୍ଡ ପର ଠାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ହତ୍ୟାକାରୀ ନିକଟରୁ କିଛି ନୋଟ ମଧ୍ୟ ଉଦ୍ଧାର କରାଯାଇଛି। ବନ୍ଧୁକରେ ଏକ ସ୍ୱସ୍ତିକ ଚିହ୍ନ ଅଙ୍କା ହୋଇଥିବା ଦେଖିବାକୁ ମିଳିଛି ।

ପାଞ୍ଚ ବର୍ଷ ପୂର୍ବେ ଜ୍ୟାକସନଭିଲେରେ ଏଭଳି ଏକ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା । ଏକ ଭିଡିଓ ଗେମ୍ ଟୁର୍ନାମେଣ୍ଟ ସମୟରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ହତ୍ୟାକାରୀ ଆତ୍ମହତ୍ୟା କରିଥିଲା । ଏହି ଘଟଣାର ପାଞ୍ଚ ବର୍ଷ ପରେ ହତ୍ୟାକାରୀ କୃଷ୍ଣକାୟଙ୍କୁ ଟାର୍ଗେଟ କରିଥିବା ଜଣାପଡିଛି।