• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୟସ ଏଇ ୧୫ କି ୧୬ ହେବ । ଯାହାକୁ ଆମେ କିଶୋର ଅବସ୍ଥା କହିଥାଉ । ଏଇ ବୟସରେ ନିଜ ଶିକ୍ଷକଙ୍କ ଗୋଡ଼କୁ ଗୁଳି ମାରି, ନିଜକୁ ଗ୍ୟାଙ୍ଗଷ୍ଟର ବୋଲି ପରିଚୟ ଦେଉଛନ୍ତି ଦୁଇ ବାଳକ । ଆଉ କହୁଛନ୍ତି, ଏଇଠି ଖେଳ ସରିନି । ଆହୁରି ୩୯ ଥର ଗୁଳି ମାରିବୁ ଶିକ୍ଷକଙ୍କୁ । ଆମର ଟାର୍ଗେଟ୍‌ ୪୦ ଥର ଗୁଳି ମାରିବା । ଏବେ ଥରେ ମାରିଛୁ । ଆହୁରି ୩୯ ଥର ମାରିବୁ । ଏମିତି କହି ଏକ ଭିଡିଓ ପୋଷ୍ଟ କରିଥିଲେ ଦୁଇ ବାଳକ ।

ଭିଡିଓ ଭାଇରାଲ ହେବା ପରେ ପୋଲିସ ଦୁଇ ଜଣଙ୍କୁ ଗୁରୁବାର ଗିରଫ କରିଛି । ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ସେପଟେ ଶିକ୍ଷକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଶିକ୍ଷକଙ୍କ ନାଁ ସୁମିତ ବୋଲି ପୋଲିସ କହିଛି । ଉତ୍ତରପ୍ରଦେଶର ଆଗ୍ରାରେ ଏହି ଘଟଣା ଘଟିଛି। 

ତେବେ ଘଟଣା ଏତିକିରେ ସରି ନାହିଁ । ଦୁଇ ବାଳକଙ୍କୁ ପୋଲିସ ଗିରଫ କରିଛି ସତ, ହେଲେ ସେମାନେ ଏବେ ବି ଧମକ ଦେଇଛନ୍ତି । କହିଛନ୍ତି ୬ ମାସ ପରେ ଆମେ ପୁଣି ଫେରିବୁ । ଆଉ ପୁଣି ଶିକ୍ଷକଙ୍କୁ ଗୁଳି କରିବୁ । ଥରେ ଗୁଳି କରିଛୁ ଆଉ ୩୯ ଥର କରିବୁ ।