/odishatv-khabar/media/post_attachments/uploadimage/library/16_9/16_9_0/crime_1669614899.jpg)
crime
ପଣିକିଆ ପାଇଁ ଛାତ୍ରକୁ ଭୟାନକ୍ ଦଣ୍ଡ । ପଣିକିଆ କହି ନପାରିବାରୁ ଜଣେ ଶିକ୍ଷକ ଏପରି ନିର୍ଦ୍ଦୟ ପାଲଟି ଯାଇଛନ୍ତିଯେ, ଆପଣଙ୍କ କାନକୁ ବିଶ୍ୱାସ ହେବନି । ଶିକ୍ଷକ ଜଣକ ରାଗରେ ପିଲା ହାତରେ ଡ୍ରିଲ୍ ମେସିନ୍ ଚଳାଇ ଦେଇଛନ୍ତି । କାନପୁର ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି । ତେବେ ସୌଗାଭ୍ୟବଶତଃ ଛାତ୍ର ଜଣକ ଏଥିରୁ ବର୍ତ୍ତି ଯାଇଛନ୍ତି । ଟିକିଏ ବିଳମ୍ବ ହୋଇଥିଲେ ଗୋଟିଏ ହାତ ହରାଇଥାଆନ୍ତା ସଂପୃକ୍ତ ଛାତ୍ର ।
କାନପୁର ଜିଲ୍ଲାର ପ୍ରେମନଗରରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଛାତ୍ରକୁ ଶିକ୍ଷକ ୨କ ପଣିକିଆ ପଚାରିଥିଲେ । ହେଲେ ଛାତ୍ର ଜଣକ ପଣିକିଆ ଭୁଲିଯାଇଥିଲେ । ଆଉ ଉତ୍ତର ଦେଇ ନପାରିବାରୁ ରାଗିଯାଇଥିଲେ ଶିକ୍ଷକ । ହିତାହିତ ଜ୍ଞାନ ଭୁଲି ପାଖରେ ଥିବା ଡ୍ରିଲିଂ ମେସିନ ଆଣି ଛାତ୍ରର ହାତରେ ଚଳାଇ ଦେଇଥିଲେ ଶିକ୍ଷକ । ତେବେ ବଡ ଅଘଟଣ ଘଟିବା ପୂର୍ବରୁ ପାଖରେ ଥିବା ଆଉ ଜଣେ ଛାତ୍ର ଡ୍ରିଲ ମେସିନର ସୁଇଚକୁ ତୁରନ୍ତ ବନ୍ଦ କରିଦେଇଥିଲା ।
ଅଧିକ ପଢ଼ନ୍ତୁ: ଶିକ୍ଷକଙ୍କୁ କଠୋର ନିର୍ଦ୍ଦେଶ ! ସ୍କୁଲ ଆରମ୍ଭର ୧୫ ମିନିଟ୍ ପୂର୍ବରୁ ଆସିବେ, ଛୁଟି ହେବାର ୩୦ ମିନିଟ୍ ପରେ ଯିବେ
ଅନ୍ୟପଟେ ପୀଡିତ ଛାତ୍ର ଜଣକ ହାତରେ ଅଳ୍ପ ଆଘାତ ଲାଗିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୀଡିତ ଛାତ୍ରଙ୍କ ପରିବାର ଲୋକେ ସ୍କୁଲରେ ପହଞ୍ଚି ହଙ୍ଗାମା କରିଛନ୍ତି । ଏବେ ଚିକିତ୍ସା କରାଯାଇ ପିଲାଟିକୁ ଘରକୁ ପଠାଯାଇଛି । ସେପଟେ ଏହି ଘଟଣା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସୂଚନା ଦିଆଯାଇଛି ।
ସୂଚନା ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୂରା ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି । ଦୋଷ ପ୍ରମାଣିତ ହେଲେ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)