• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଂସ ପାଇଁ ଘରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତୁମୁଳ ଯୁଦ୍ଧ । କଥା ଏତେ ଦୂର ଗଲା ଯେ ମହିଳାଙ୍କ ଜୀବନ ଚାଲିଗଲା । ଉତ୍ତରପ୍ରଦେଶର ଆଲିଗଡରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଛୁରୀରେ ଗଳା କାଟି ହତ୍ୟା କରିଛି। ମେହବୁବନଗରର ଷ୍ଟ୍ରିଟ୍ ନମ୍ବର -୫ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଘରକୁ ମାଂସ ନ ଆଣିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏଥିରେ ଯୁବକ ଜଣକ ଏତେ ରାଗି ଯାଇଥିଲେ ଯେ ହିତାହିତ ଜ୍ଞାନ ହରାଇ ସ୍ତ୍ରୀର ଜୀବନ ନେଇଯାଇଛନ୍ତି । ଘଟଣା ପରଠାରୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

ସଗିର ନାମକ ଯୁବକ ସୋମବାର ରାତିରେ କାମ ସାରି ଘରକୁ ଫେରିଥିଲେ । ୩୦ ବର୍ଷିୟା ସ୍ତ୍ରୀ ଗୁଡୋ ସ୍ୱାମୀଙ୍କ ହାତରେ ମାଂସ ମଗେଇଥିଲେ । ହେଲେ ସଗିର ଆସିବା ସମୟରେ ମାଂସ କଥା ସମ୍ପୂର୍ଣ୍ଣ ଭୁଲିଯାଇଥିଲେ । ଏହି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଲାଗିଗଲା । ସେତେବେଳେ ପାଖରେ ୩ ପିଲା ମଧ୍ୟ ଉପସ୍ଥିତ ଥିଲେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଗଲା ଯେ ସଗିର ରୋଷେଇ ଘରେ ରଖାଯାଇଥିବା ଛୁରୀ ନେଇ ଗୁଡୋଙ୍କ ବେକକୁ କାଟି ଦେଇଥିଲା ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ,ବାର୍ଥ ଡେ ପାର୍ଟିକୁ ଡାକି ନେଇ ଓୟୋ ରୁମ୍‌ରେ ଯୁବକଙ୍କୁ ହତ୍ୟା !

ପିଲାମାନେ ଏହା ଦେଖି ଚିତ୍କାର କରିବା ସହ ଜୋରରେ କାନ୍ଦିବା ଆରମ୍ଭ କରିଥିଲେ । ଚିତ୍କାର ଶୁଣି ଆଖପାଖର ଲୋକମାନେ ସଗିରଙ୍କ ଘରେ ପହଞ୍ଚିଥିଲେ । ଲୋକଙ୍କୁ ଦେଖିବା ମାତ୍ରେ ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରିଥିଲା । ହେଲେ ପଡ଼ୋଶୀ ତାକୁ ଧରି ନେଇଥିଲେ । ପରେ ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଗିରଙ୍କୁ ଗିରଫ କରିଛି । ଏଥିସହିତ ଗୁଡୋଙ୍କ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି ।