• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱାସରେ ବିଷ ଦେଲେ ବନ୍ଧୁ । ହସଖୁସିରେ ସମୟ ବିତାଇବା ପାଇଁ ଘରୁ ବାହାରିଥିଲେ । ହେଲେ ବାର୍ଥ ଡେ ପାର୍ଟିକୁ ଡାକି ନେଇ ସାଙ୍ଗମାନେ ହିଁ ଜୀବନ ନେଇଗଲେ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳର ଏକ OYO Rooms ରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଏନେଇ ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି ପୋଲିସ୍‌ ।

ମୃତ ଯୁବକ ହେଲେ ନିଆଳି ଜଳାହରପୁରର ଦୁର୍ଗା ପ୍ରସାଦ ମିଶ୍ର । ଗତକାଲି ତାଙ୍କର ୩ ସାଙ୍ଗ ମାନଙ୍କ ସହ ବାର୍ଥ ଡେ ମନାଇବା ପାଇଁ ସେ ଘରୁ ବାହାରିଥିଲେ । ଜାଗମରା ଅଞ୍ଚଳର ଏକ OYO Roomsରେ ପାର୍ଟିର ଆୟୋଜନ ହୋଇଥିଲା । ସେହି ପାର୍ଟିରେ ଯୁବକଙ୍କ ବାନ୍ଧବୀ ଓ ଅନ୍ୟ ଦୁଇ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ପାର୍ଟିରେ କ’ଣ ହେଲା କେଜାଣି ଆଜି ଏହି ହୋଟେଲ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ହାତ ଓ ବେକରେ କ୍ଷତ ଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଭୋଜିରେ ଥିବା ଯୁବକ ଓ ଯୁବତୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଖଣ୍ଡଗିରି ଥାନାରେ ଯୁବକଙ୍କ ହତ୍ୟାକୁ ନେଇ ଅଭିଯୋଗ ହୋଇଛି । ଏନେଇ ଦୁର୍ଗାଙ୍କ ବୋଉଙ୍କୁ ରାତି ୨ଟାରେ ଏକ କଲ ଆସିଥିବା ସେ କହିଛନ୍ତି ।ହେଲେ କେଉଁ ପରିସ୍ଥିତିରେ ଯୁବକଙ୍କୁ ହତ୍ୟା କରାଯାଇଛି ଜଣାପଡ଼ି ନାହିଁ । ଅଭିଯୋଗ ଆଧାରରେ ପୋଲିସ୍‌ ଛାନଭିନ୍‌ କରୁଛି।