• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିତା ମାତା ସବୁବେଳେ ସନ୍ତାନର ମଙ୍ଗଳ ଚିନ୍ତା କରିଥାନ୍ତି । ଏ ଦୁନିଆରେ ଯଦି କେହି ଆପଣଙ୍କ ଅସୁବିଧା ସମୟରେ ପାଖରେ ବିନା ସଙ୍କୋଚରେ ଛିଡ଼ା ହୁଅନ୍ତି ତେବେ ସେମାନେ ହେଲେ ପିତା-ମାତା । ସନ୍ତାନର ଖୁସିରେ ପିତା-ମାତା ଖୁସି ହୋଇଥାନ୍ତି । ଆମେ ଆଜି ଆପଣଙ୍କୁ ଏମିତି ଏକ ଭିନ୍ନ ପିତା-ମାତାଙ୍କ କଥା କହିବୁ । ଯାହା ଶୁଣିଲେ ଆପଣ କହିବେ ପିତା-ମାତା ବି କ’ଣ ଏତେ ନିଷ୍ଠୁର ହୋଇପାରନ୍ତି ? ନିଜ ଝିଅ ଉପରେ କେବେ କୌଣସି ପିତା-ମାତା ଏସିଡ୍ ଢ଼ାଳି ପାରନ୍ତି ।

ଆଜ୍ଞା ହଁ କଥାଟା ସତ । ପୁରା କାହାଣୀଟି ହେଲା, ଝିଅ ପାଖରେ ଥିଲା ପ୍ରେଗ୍‌ନେନ୍ସି ଟେଷ୍ଟ କିଟ୍‌ । ତାକୁ ଦେଖି ରାଗିଗଲେ ପିତା-ମାତା । ଆଉ ତା’ଉପରେ ଢ଼ାଳିଦେଲେ ଏସିଡ୍ । ଖାଲି ଏସିଡ୍ ପକାଇଛନ୍ତି ତା’ ନୁହେଁ ତାକୁ ଜୀବନରେ ବି ମାରି ଦେଇଛନ୍ତି । ଆଉ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରେଗ୍‌ନେନ୍ସି ଟେଷ୍ଟ କିଟ୍‌ ଦେଖି ଝିଅର କୁକର୍ମ କଥା ଚିନ୍ତା କରି ସନ୍ଦେହ କଲେ ପିତା-ମାତା । ତାପରେ ଏଭଳି କଣ୍ଡ ଭିଆଇଲେ । 

ଅଧିକ ପଢ଼ନ୍ତୁ: ବିଶ୍ୱାସରେ ବିଷ ଦେଲା ସାଙ୍ଗ: ରୁମ୍‌କୁ ଡାକିକି ନେଲେ, ଡ୍ରିଙ୍କସ୍‌ରେ ନିଶା ଦେଇ ଗଣଦୁଷ୍କର୍ମ କଲେ!

ଗତ ବୁଧବାର ପୋଲିସ ୨୧ ବର୍ଷିୟ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ପୋଲିସର କହିବାନୁଯାୟୀ ତାଙ୍କ ପିତା-ମାତା ଏହି ହତ୍ୟାରେ ସମ୍ପୃକ୍ତ । ଏହାସହ ଆଉ ଦୁଇ ଜଣ ସମ୍ପର୍କୀୟ ମଧ୍ୟ ଏହି ହତ୍ୟାକାଣ୍ଡରେ ସାମିଲ ରହିଛନ୍ତି । ଯୁବତୀଙ୍କ ଉପରେ ଏସିଡ୍‌ ଢ଼ାଳି ତାଙ୍କ ପରିଚୟ ଲୁଚାଇବାକୁ ମଧ୍ୟ ଅଭିଯୁକ୍ତମାନେ ଚେଷ୍ଟା କରିଥିବା ପୋଲିସ କହିଛି । ସମସ୍ତ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହ ଘଟଣା ଉତ୍ତର ପ୍ରଦେଶ କୌସାମ୍ବି ଜିଲ୍ଲାର ଟେନ୍‌ ସାହ ଆଲମାବାଦ୍‌ ଗାଁରେ ଘଟିଛି ।

ଫେବ୍ରୁଆରୀ ୩ରେ ନରେଶ, ନିଜ ଝିଅ ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲା । ମଙ୍ଗଳବାର ଗାଁ ବାହାରେ ଥିବା କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପର ଦିନ ଅର୍ଥାତ ବୁଧବାର ସ୍ଥାନୀୟ ଏସ୍‌ପି ବ୍ରିଜେଶ କୁମାର ଶ୍ରୀବାସ୍ତବ ଗଣମାଧ୍ୟମ ଆଗରେ ପୁରା ତଥ୍ୟ ରଖିଥିଲେ । ସେ କହିଥିଲେ ଯୁବତୀଙ୍କ ବାପା ନରେଶ ଓ ତାଙ୍କ ପତ୍ନୀ ଶୋଭା ଦେବୀ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି । ଗତ ଫେବ୍ରୁଆରୀ ୩ରେ ଏହି ଘଟଣା ଘଟିଥିଲା ।

ପୋଲିସ ଆହୁରି ମଧ୍ୟ କହିଛି ଯେ, ଯୁବତୀଙ୍କ ପରିଚୟ ଲୁଚାଇବା ପାଇଁ ବାପା-ମାଆ ଝିଅର ମୁହଁରେ ବ୍ୟାଟେରୀ ଏସିଡ୍‌ ଢ଼ାଳିଥିଲେ । ଏହି ଘଟଣାରେ ନରେଶର ଦୁଇ ଭାଇ ଗୁଲାବ ଓ ରମେଶ ମଧ୍ୟ ସମ୍ପୃକ୍ତ । ସେମାନଙ୍କୁ ଗିରଫ କରାଯାଇଛି ।

ନରେଶର କହିବାନୁଯାୟୀ, ତାଙ୍କ ଝିଅ ଅନେକ ପୁଅ ମାନଙ୍କ ସହ ଫୋନ୍‌ରେ ଗପୁଥିଲା । କିଛି ପ୍ରେଗ୍‌ନେନ୍ସି ଟେଷ୍ଟ କିଟ୍‌ ମଧ୍ୟ ତା’ପାଖରେ ଥିଲା । ଯାହା ଫଳରେ ନରେଶ ସନ୍ଦେହ କରିଥିଲା ଯେ, ଝିଅ କୌଣସି ପୁଅ ସହ ପ୍ରେମ ସମ୍ପର୍କରେ ରହିଛି । ଆଉ ଏଥିପାଇଁ ସେ ଖୁବ୍‌ ରାଗିଯାଇଥିଲେ । ଆଉ ତାପରେ ତାକୁ ହତ୍ୟା କରିଥିଲେ ।