Advertisment

Unexpected Marriage Twist: ଆତ୍ମସମର୍ପଣ କଲେ ଶାଶୁ ଏବଂ ଜ୍ବାଇଁପୁଅ, ଶାଶୁ କହିଲା...

ଶାଶୁ-ଜ୍ବାଇଁଙ୍କ ଲଭଷ୍ଟୋରୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଖବର ଭାଇରାଲ ହେବା ପରେ ଏବେ ଉଭୟ ପ୍ରେମୀ ଯୁଗଳଙ୍କର ପ୍ରେମ ନିଶା ଛାଡ଼ିଯାଇଛି । ଉଭୟ ଥାନାରେ ପହଞ୍ଚି ଆତ୍ମସପର୍ମଣ କରିଛନ୍ତି ।

ଅଦ୍ୟତନ ହୋଇଛି
UP Woman Elopes With Would-Be Son-In-Law

UP Woman

Advertisment

ବାହାଘର କାର୍ଡ ଛପା ସରିଥିଲା । କିଣା ସରିଥିଲା ଶାଢ଼ୀ ସାଙ୍ଗକୁ ଗହଣା ଗାଣ୍ଠି । ୧୦ ଦିନ ପରେ ପଡିଥାନ୍ତା ହାତଗଣ୍ଠି । ବେଦିରେ ବସିଥାନ୍ତା ଝିଅ । ହେଲେ ତା’ପୂର୍ବରୁ ଜ୍ବାଇଁପୁଅକୁ ଧରି ଫେରାର ହୋଇଗଲା ମା’ । ଝିଅ ବଦଳରେ ମା’ ପ୍ରେମରେ ପଡିଲା ଜ୍ବାଇଁପୁଅ । ଆଉ କାହାକୁ କିଛି ନଜଣାଇ ଉଭୟ ହୋଇଗଲେ ନ ଦୋ ଗ୍ୟାରା ।

Advertisment

ଶାଶୁ-ଜ୍ବାଇଁଙ୍କ ଏହି ଲଭଷ୍ଟୋରୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଖବର ଭାଇରାଲ ହେବା ପରେ ଏବେ ଉଭୟ ପ୍ରେମୀ ଯୁଗଳଙ୍କର ପ୍ରେମ ନିଶା ଛାଡ଼ିଯାଇଛି । ଉଭୟ ଥାନାରେ ପହଞ୍ଚି ଆତ୍ମସପର୍ମଣ କରିଛନ୍ତି । ଉତ୍ତରପ୍ରଦେଶ ଆଲିଗଡ ଜିଲ୍ଲା ମଡ୍ରାକ ଥାନା ମୋହନପୁର ଗାଁରେ ଜିତେନ୍ଦ୍ର ଓ ସ୍ୱପ୍ନା ଦେବୀଙ୍କ ଝିଅର ବାହାଘର ମାଚରିଆ ଗାଁର ୨୫ ବର୍ଷୀୟ ରାହୁଲଙ୍କ ସହିତ ସ୍ଥିର ହୋଇଥିଲା ।

ସବୁ କିଛି ଠିକ୍‌ଠାକ ଚାଲିଥିଲା । ଏପ୍ରିଲ ୧୬ ତାରିଖରେ ହୋଇଥାନ୍ତା ବାହାଘର । ତେବେ ବାହାଘରର ଠିକ୍‌ ୧୦ ଦିନ ପୂର୍ବରୁ ଜ୍ୱାଇଁ ରାହୁଲଙ୍କ ସହ ଫେରାର ହୋଇଯାଥିଲେ ଶାଶୁ ସ୍ବପ୍ନା ଦେବୀ । ବାହାଘର ଠିକ୍‌ ହେବା ଦିନଠାରୁ ଜ୍ବାଇଁପୁଅକୁ ଦିଲ୍‌ ଦେଇ ଦେଇଥିଲେ ଶାଶୁ । ଯେତେବେଳେ ରାହୁଲ ଫୋନ୍‌ କରୁଥିଲେ ସେତେବେଳେ ଝିଅକୁ ନଦେଇ ସେ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ ।

Advertisment

ଏପ୍ରିଲ ୬ ତାରିଖ ସନ୍ଧ୍ୟାରେ ଆଲିଗଡରୁ କାସଗଞ୍ଜରେ ପହଞ୍ଚିଥିଲେ ସ୍ବପ୍ନା । ଫୋନ୍ ମାଧ୍ୟମରେ ରାହୁଲଙ୍କୁ ସେଠାକୁ ଡାକିଥିଲେ । ଏହାପରେ ଉଭୟ ଫେରାର ହୋଯାଇଥିଲେ । ଚାରିଆଡେ ଖବର ପ୍ରସାର ପରେ ଏବେ ଉଭୟରେ ଆସି ଥାନାରେ ଆତ୍ମସପର୍ମଣ କରିଛନ୍ତି ।

ସେପଟେ ପୁଅକୁ ଗୁଣି କରି ଶାଶୁ ସାଙ୍ଗରେ ନେଇଯାଇଥିବା ରାହୁଲଙ୍କ ବାପା ଅଭିଯୋଗ କରିଛନ୍ତି । ଥାନାରେ ପହଞ୍ଚିବା ପରେ କେମିତି ଫେରାର ହୋଇଥିଲେ, ସବୁ କଥା କହିଛନ୍ତି ସ୍ବପ୍ନା ଦେବୀ । ସେ କହିଛନ୍ତି 'ତାଙ୍କୁ ସ୍ୱାମୀ ମଦ ପିଇ ମାଡ଼ ମାରୁଥିଲେ ଏବଂ ତାଙ୍କ ଝିଅ ମଧ୍ୟ ତାଙ୍କ ସହିତ ବାରମ୍ବାର ଝଗଡ଼ା କରୁଥିଲେ । ତେଣୁ ସେ ଆଉ ତାଙ୍କ ପାଖକୁ ଯିବେନି। ଯାହା ବି ହେଉ ସେ ରାହୁଲଙ୍କ ସହିତ ରହିବେ ଏବଂ ତାଙ୍କୁ ବିବାହ କରିବେ ।'

Advertisment

ପୋଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ଶାଶୁ ଓ ଜ୍ବାଇଁପୁଅର ସମ୍ପର୍କରେ ଲାଗିଛି କଳଙ୍କ । ଆଲିଗଡ଼ର ଏହି ଅଦ୍ଭୁତ ପ୍ରେମ କାହାଣୀ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ଏ ଘଟଣା ଯିଏ ବି ଶୁଣୁଛି ଚକିତ ହୋଇଯାଉଛି ।

ଅଧିକ ପଢ଼ନ୍ତୁ: ମୀରଟରେ ସାପକାମୁଡା ନୁହେଁ, ଯୁବକଙ୍କ ପ୍ରି-ପ୍ଲାନ୍ଡ ହତ୍ୟା ଉପରୁ ହଟିଲା ପରଦା

Uttar Pradesh Extramarital Affair Viral Video Unique Love Story Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ