/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642933231.jpg)
Unsafe Bhubaneswar: Miscreants Loot Gold & Silver Ornaments Worth Rs 12 Lakh From Jeweller
ରାଜଧାନୀରେ ମାତିଛନ୍ତି ଲୁଟେରା । ରାସ୍ତାଘାଟଠୁ ଆରମ୍ଭ କରି ଗଳି କନ୍ଦି ଆଉ ସାହି ଯାଏ ସବୁଠି ଲମ୍ୱିଛି ଅପରାଧର ଚେର । ଅପରାଧୀଙ୍କ ଗତିବିଧି ବଢ଼ିବା ପରେ ଏବେ କେତେବେଳେ ଯେ, କଣ ହେବ ଏବେ ତାହା କହିବା ମୁସକିଲ ହୋଇପଡ଼ିଛି । ଲକ୍ଷ୍ମୀସାଗର ଅଞ୍ଚଳ ଏକ ସୁନା ଦୋକାନ ସମ୍ମୁଖରୁ ଅଳଙ୍କାର ଥିବା ବ୍ୟାଗକୁ ଧରି ଚମ୍ପଟ ମାରିଛନ୍ତି ଲୁଟେରା ।
ସୂଚନା ଅନୁସାରେ,ଗତ ତିନି ଦିନ ତଳେ ବସନ୍ତ ଆଚାରୀ ନାମକ ଜଣେ ସୁନା ବ୍ୟବସାୟୀ ସକାଳୁ ନିଜ ଦୋକାନ ଖୋଲିବାକୁ ପହଞ୍ଚିଥିଲେ । ହାତରେ ଥିବା ବ୍ୟାଗ୍ ରଖି ଦୋକାନ ଖୋଲିବା ସମୟରେ ଜଣେ ଯୁବକ ଚମ୍ପଟ ମାରିଲେ । ଆଉ ପୂର୍ବ ଯୋଜନା ମୁତାବକ ଅନ୍ୟ ଜଣେ ସହଯୋଗୀ ବାଇକ୍ରେ ବସାଇ ଆଖି ପିଚୁଲାକେ ସେଠୁ ଗାଏବ ହୋଇଯାଇଥିଲେ । ଏହି ସବୁ ଘଟଣାର ଭିଡିଓ ଏବେ ସିସିଟିଭିରେ କଏଦ ହୋଇଛି । ଚୋରି ହୋଇଥିବା ବ୍ୟାଗ୍ରେ ୧୫ କିଲୋ ରୁପା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଥିଲା । ଏନେଇ ବ୍ୟବସାୟୀ ଜଣକ ଲକ୍ଷ୍ମୀସାଗର ଥାନାରେ ମାମଲା ମାମଲା ରୁଜୁ କରିଛନ୍ତି ।
ସେହିପରି, ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ହାଇଟେକ୍ ଲୁଟେରା। ହଟ୍କେ ଅନ୍ଦାଜରେ ଫିଲ୍ମ ଷ୍ଟାଇଲରେ କରୁଛନ୍ତି ଲୁଟ୍। ଗ୍ରାହକ ସାଜି ଆସୁଛନ୍ତି, ଆଉ କଳା କନା ବୁଲାଇ ଚାଲି ଯାଉଛନ୍ତି। ଟାର୍ଗେଟ୍ରେ ମେଡିସିନ ଷ୍ଟୋର। ଗତକାଲି ଭୁବନେଶ୍ୱର ରବି ଟକିଜ୍ ଓ ଆଇଆର୍ସି ଭିଲେଜରେ ଏଭଳି ଲୁଟ୍ ଘଟଣା ସାମ୍ନାକୁ ଆସିଥିଲା । ସବୁଠାରୁ ବଡ଼ କଥା, ଏହି ୨ ଅଞ୍ଚଳରୁ ହୋଇଥିବା ଲୁଟ୍ ଘଟଣାର ଅଭିଯୁକ୍ତ ମଧ୍ୟ ସମାନ ଥିବା ପୋଲିସ ସନ୍ଦେହ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)