Advertisment

ମାତ୍ର ସାଢେ ୩ ବର୍ଷରେ କୁଆଡୁ ଆସିଲା ୫ କୋଟିର ସଂପତ୍ତି ?

ସାଢେ ୩ ବର୍ଷରେ ୫ କୋଟିର ସଂପତ୍ତି..ସେଥିରୁ ନଗଦ କେବଳ ୩ କୋଟି ଟଙ୍କା..ଆୟର ୫ ଶହ ପ୍ରତିଶତରୁ ଅଧିକ ସଂପତ୍ତି । କାହା ପୃଷ୍ଠ ପୋଷକତାରେ ଲୁଟୁଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ?

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Adl Sub Collector

ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ, ୨୦୨୦ ଯାଏଁ ନିଲମ୍ବନ ହେଲେ । ଆଉ ପୁଣି ପ୍ରମୋସନ ନେଇ ଚାକିରିରେ ଯୋଗ ଦେଇ ସାଢେ ୩ ବର୍ଷରେ ଆୟ କରିଛନ୍ତି ୫ କୋଟିର ସଂପତ୍ତି । ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ରେଡରୁ ଏମିତି ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ବିରୋଧୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନାଁରେ ନେତୃତ୍ୱ ସ୍ଥାପନ କରୁଥିବା ଅଧିକାରୀଙ୍କ ପୃଷ୍ଠପୋଷକତାରେ ଦୁର୍ନୀତି କରୁଥିଲେ ନବରଙ୍ଗପୁର  ଉପଜିଲ୍ଲାପାଳ। ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି ରାଜନୈତିକ ପୃଷ୍ଠପୋଷକତା ଥିଲେ ରେଡ୍ ହୋଇନଥାନ୍ତା

Advertisment

ସାଢେ ୩ ବର୍ଷରେ ୫ କୋଟିର ସଂପତ୍ତି..ସେଥିରୁ ନଗଦ କେବଳ ୩ କୋଟି ଟଙ୍କା..ଆୟର ୫ ଶହ ପ୍ରତିଶତରୁ ଅଧିକ ସଂପତ୍ତି । କାହା ପୃଷ୍ଠ ପୋଷକତାରେ ଲୁଟୁଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ? ବାବୁଙ୍କ ପଛରେ ରାଜନେତା ଥିଲେ ନା ଥିଲେ ପାୱାରଫୁଲ ଅଫିସର? ଲାଞ୍ଚ ମାମଲାରେ ୧୪ ମାସ ନିଲମ୍ବନ ପରେ କାହା ସୁପାରିଶରେ ପାଇଲେ ପ୍ରୋମସନ ସହ ପୁନଃ ନିଯୁକ୍ତି ? ଆଜି ସରକାରଙ୍କୁ ଟାର୍ଗେଟ କରି ନାଁ ନନେଇ ଫାଇଭ ଟି ସଚିବଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଯିଏ ନିଜ ନେତୃତ୍ୱ ସ୍ଥାପନ କରୁଛନ୍ତି । ସେ ଅଧିକାରୀ ଅତିରିକ୍ତ ଉପଜିଲ୍ଲାପାଳଙ୍କ ପୃଷ୍ଠପୋଷକତା ସାଜିଥିଲେ । ଏବେ ସେହି ବାବୁଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି । ଏହା ସହ ଚଳିତ ବର୍ଷ ଦୁର୍ନୀତିଗ୍ରସ୍ଥଙ୍କ ଠାରୁ ପ୍ରାୟ ୧୦୦ କୋଟି ଟଙ୍କା ମିଳିଥିବା ଅଭିୟୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ଅନ୍ୟପଟେ ଦଳ ପକ୍ଷରୁ ଅଭିଯୋଗ କରି ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି, ଉକ୍ତ ଅଧିକାରୀ ବିଡିଓ ଥିବା ବେଳେ ଲକ୍ଷେ ଟଙ୍କା ଲାଞ୍ଚ ନେଇ ୨ ବର୍ଷ ନିଲମ୍ବନ ହେବା ସତ୍ତ୍ବେ କେମିତି ଅତିରିକ୍ତ ଜିଲ୍ଲାପାଳ ଭାବେ ପ୍ରୋମୋସନ ପାଇଲେ । ଏହାସହ ଜବତ ହୋଇଥିବା ସଂପତ୍ତି ତାଙ୍କର ନା କେଉଁ ଶାସଦକ ଦଳର ନେତା କିମ୍ଭା ଅଧିକାରୀଙ୍କର ବୋଲି ଆଶଙ୍କା କରିଛି ଦଳ। ସେହିପରି କଂଗ୍ରେସ ଅଭିଯୋଗ କରି କହିଛି ଉକ୍ତ ସରକାରୀ ବାବୁଙ୍କ ପଛରେ ନିଜେ ସରକାର ଅଛନ୍ତି । ଅଭିଯୋଗକୁ ଖଣ୍ଡନ କରି  ବିଜେଡି କହିଛି କୌଣସି ରାଜନୈତିକ କିମ୍ବା ଉଚ୍ଚ ଅଧିକାରୀଙ୍କ ପୃଷ୍ଠ ପୋଷକତା ନଥିଲା । 

Advertisment

ସେପଟେ ପ୍ରଶାନ୍ତଙ୍କଠାରୁ ୫କୋଟି ସଂପତ୍ତି ଠାବ ହେବା ମାମଲା କରି ଗିରଫ କରିଛି ଭିଜିଲାନ୍ସ । ଯେଉଁଥିରେ ପ୍ରାୟ ୩ କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ ହୋଇଥିବାବେଳେ।୨୭ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । କଟକ ଏବଂ ଭୁବନେଶ୍ୱରର ପ୍ରାଇମ ଲୋକେସନରେ ବାବୁଙ୍କର ରହିଛି ୫ଟି ପ୍ଲଟ । ନବରଙ୍ଗପୁରରେ ଏତକ ବେନାମି ପ୍ଲଟ ଲାଗିଚି ଭିଜିଲ୍ନାସ ହାତରେ । ୨ ଟି କାର ଏବଂ ଗୋଟିଏ ବାଇକ ସହ ପୁଅ, ଝିଅଙ୍କ ପାଠପଢା ଖର୍ଚ୍ଚ ପାଇଁ ବାବୁ ଖର୍ଚ୍ଚ କରିଛନ୍ତି ୮୭ ଲକ୍ଷ ଟଙ୍କା।

ପ୍ରଶାନ୍ତଙ୍କ ନିକଟରୁ ଆୟର ୫୦୬ ପ୍ରତିଶତ ଅଧିକ ସଂପତ୍ତି ମିଳିଥିବା ଭିଜିଲାନ୍ସ କହିଛି । ସବୁଠୁ ବଡ କଥା ହେଲା ଡ୍ରାଇଭର ଏବଂ ବିଡିଓ କାର୍ଯ୍ୟାଳୟରେ ରାସନ କାର୍ଡ ପାଇଁ ଆବେଦନ କରିଥିବା ଜଣେ ଲୋକଙ୍କ ନାଁରେ ବେନାମୀ ଆକାଉଣ୍ଟ କରି ଉଭୟରେ ୨୦ ଲକ୍ଷ ଲେଖାଁଏ ଜମା ରଖିଥିଲେ ବାବୁ । ଏମିତି ୬ ବେମାନୀ ଆକାଉଣ୍ଟ ରହିଛି ବାବୁଙ୍କ ପାଖରେ ଯେଉଁଥିରେ କୋଟି କୋଟିର ଜମା ରହିଛି। ଆଉ ଏ ସବୁ ସଂପତ୍ତିର ଆୟର ଉତ୍ସ  ହିସାବ ଦେଇ ପାରୁନିଥିବାରୁ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ ।

ବଡ କଥା ହେଉଛି ବିଶ୍ରା ବିଡ଼ିଓ ଥିବା ବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ହୋଇ ନିଲମ୍ବନ ହୋଇଥିଲେ ପ୍ରଶାନ୍ତ । ୨୦୧୮ ନଭେମ୍ବରରୁ ୨୦୨୦ ଜାନୁଆରୀ ଯାଏଁ ମାତ୍ର ଦେଢ ବର୍ଷରେ ପ୍ରଶାନ୍ତଙ୍କୁ ମିଳିଥିଲା ପଦନ୍ନୋତି ସହ ପୁନଃ ନିଯୁକ୍ତି । ଯାହା ପ୍ରଶାନ୍ତଙ୍କ ପଛରେ ରାଜନୈତିକ ବ୍ୟକ୍ତି କିମ୍ବା ପାୱାରଫୁଲ ଅଧିକାରୀଙ୍କ ପୃଷ୍ଠପୋଷକତାର ସନ୍ଦେହକୁ ବଢାଇଛି ।

Vigilance Raid Corruption OAS Officer
Advertisment
Advertisment