/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707556788.jpg)
uncle throw teen into river
ବୟସ ୧୫ । ୯ମ ଶ୍ରେଣୀରେ ପାଠ ପଢ଼ୁଥିଲା ନାବାଳିକା ଝିଅ । ଝିଅକୁ ବାହାକରିବାକୁ ଚେଷ୍ଟା କରୁଥିଲେ ବାପା । ହେଲେ ବିବାହ ପ୍ରସ୍ତାବରେ ରାଜି ନହେବାରୁ ରାଗିଯାଇ ନଦୀକୁ ଫିଙ୍ଗିଦେଲେ । ଏପରି ଏକ ଅଭିଯୋଗ ଆସିଛି ଆଗ୍ରାର ବାମ୍ରୋଲି କାଟାରା ପୋଲିସ ଷ୍ଟେସନ ଅଞ୍ଚଳରୁ ।
ବାହାଘର ପାଇଁ ୯ମ ଶ୍ରେଣୀର ୧୫ ବର୍ଷୀୟ ଝିଅ ରାଜି ନହେବାରୁ ଜଣେ ବନ୍ଧୁଙ୍କ ସହ ମିଶି ଯମୁନା ନଦୀକୁ ବାପା ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଝିଅଟି ନଦୀରେ ପଡ଼ି ଚିତ୍କାର କରୁଥିଲା । ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଘଟଣାସ୍ଥଳରେ ତିନିଜଣ ବ୍ୟକ୍ତି ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲେ । ପରେ ଏନେଇ ପୋଲିସକୁ ସୂଚନା ଦେଇଥିଲେ ।
ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲା । ନାବାଳିକାର ଚିକିତ୍ସା କରାଇବା ପରେ ଗୁରୁବାର ଦିନ ନାବାଳିକାକୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁଡିସି)କୁ ନିଆଯାଇଥିଲା । ସେଠାରେ ନାବଳିକା ଜଣକ ତାଙ୍କ ସହ ଘଟିଥିବା ଘଟଣାକୁ କହିଥିଲେ ।
ପୋଲିସ ଏନେଇ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ପଣ୍ଟୁନ୍ ବ୍ରିଜ ନିକଟରୁ ନାବାଳିକାକୁ ଉଦ୍ଧାର କରାଯାଇଛି । ତାଙ୍କ ପିତା ଜଣେ ବନ୍ଧୁଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ବିବାହ କରିବାକୁ ଚେଷ୍ଟା କରୁଥିଲେ । ହେଲେ ନାବାଳିକା ରାଜି ହୋଇନଥିଲେ । ଏହି ଘଟଣାରେ ନାବାଳିକାର ବାପାଙ୍କ ସହ ଆନ୍ୟ ଜଣଙ୍କୁ ପୋଲିସ ଖୋଜୁଛି । ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଥିବା ପୋଲିସ କହିଛି ।
ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୦୭ (ହତ୍ୟା ଉଦ୍ୟମ) ରୁଜୁ କରାଯାଇଛି । ନାବାଳିକାଙ୍କୁ ଗୁରୁଗ୍ରାମକୁ ନେଇ ସେଠାରେ ଏକ ଘରୋଇ ଫାର୍ମରେ କାମ କରାଉଥିଲେ । ହେଲେ ଝିଅଟିର ବିବାହ କରିବାକୁ ପରେ ଚେଷ୍ଟା କରାଯାଇଥିଲା ।
ଝିଅ ରାଜି ନହେବାରୁ ତାର ଗଳା କାଟି ହତ୍ୟା ଉଦ୍ୟମ କରିଥିଲେ ଦୁଇ ଅଭିଯୁକ୍ତ । ହେଲେ ସେଠାରେ ନାବାଳିକା ବଡ଼ ପାଟିରେ ଚିତ୍କାର କରିବାରୁ ଅଭିଯୁକ୍ତମାନେ ତାଙ୍କୁ ନଦୀକୁ ଫିଙ୍ଗିଦେଇଥିବା ପୋଲିସ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)