Advertisment

ରାଜଧାନୀରେ ପୂରା ହୁଗୁଳିଗଲାଣି ଆଇନ ବ୍ୟବସ୍ଥା...

ଜଣେ କି ଦୁଇ ଜଣଙ୍କୁ ନୁହେଁ, ମରଣାନ୍ତକ ଆକ୍ରମଣ ହୋଇଛି ତିନି ତିନି ଜଣଙ୍କୁ। ସମୁଦାୟ ୫ ଜଣଙ୍କୁ ହମଲା ହୋଇଛି। ସମୟ ପ୍ରାୟ ଦିନ ୨ଟା ହେବ, ୧୦ରୁ ୧୨ଜଣ ମାଡ଼ିଆସି ଏଭଳି ହାଣିଚାଲିଥିଲେ ଜଣଙ୍କ ପରେ ଜଣଙ୍କୁ। ଲୋକ ଦେଖୁଛନ୍ତି, ଭୟରେ ଥରୁଛନ୍ତି କିନ୍ତୁ ଛଡ଼ାଇବାକୁ ବୋଧୁହୁଏ ସାହାସ କରିପାରୁନଥିଲେ କେହି।

author-image
Sarbeswar
ରାଜଧାନୀରେ ପୂରା ହୁଗୁଳିଗଲାଣି ଆଇନ ବ୍ୟବସ୍ଥା...

Bhubaneswar Case

ଭୁବନେଶ୍ୱର: ସହରାଞ୍ଚଳରେ ହୁଗୁଳି ଗଲାଣି କି ଆଇନ ବ୍ୟବସ୍ଥା ? ଅପରାଧୀଙ୍କ କ୍ରାଇମ୍ ଷ୍ଟାଇଲ୍ ଆଗରେ ନାଚାର୍ ହୋଇଗଲାଣି କି ପୋଲିସ ? କାରଣ ଅପରାଧୀଙ୍କ ଉପଦ୍ରବରେ ରାତି ତ ରାତି, ଦିନ ବି ହେଲାଣି ଭୟଙ୍କର। ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନରେ ଆଜି ଯେଉଁ ଘଟଣା ଘଟିଲା ତାହା ସୂଚାଉଛି କେତେ ଶୃଙ୍ଖଳିତ ଅଛି ରାଜଧାନୀ ଭୁବନେଶ୍ୱର। କାରଣ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ହାଣିଲା ଭୂଜାଲି। ଜଣେ କି ଦୁଇ ଜଣଙ୍କୁ ନୁହେଁ, ମରଣାନ୍ତକ ଆକ୍ରମଣ ହୋଇଛି ତିନି ତିନି ଜଣଙ୍କୁ। ସମୁଦାୟ ୫ ଜଣଙ୍କୁ ହମଲା ହୋଇଛି। ସମୟ ପ୍ରାୟ ଦିନ ୨ଟା ହେବ, ୧୦ରୁ ୧୨ଜଣ ମାଡ଼ିଆସି ଏଭଳି ହାଣିଚାଲିଥିଲେ ଜଣଙ୍କ ପରେ ଜଣଙ୍କୁ। ଲୋକ ଦେଖୁଛନ୍ତି, ଭୟରେ ଥରୁଛନ୍ତି କିନ୍ତୁ ଛଡ଼ାଇବାକୁ ବୋଧୁହୁଏ ସାହାସ କରିପାରୁନଥିଲେ କେହି। ଅପରାଧୀଙ୍କ ହୁଲିଆ ଆଉ ଅପରାଧ ଷ୍ଟାଇଲ୍ ଦେଖି କିଏ ମୁହଁ ଖୋଲିବେନି ବୋଲି ହାତଯୋଡ଼ି ଦେଉଥିଲେ ଲୋକେ। ତ ଆଉ କିଏ ସତ କହିବାକୁ ସାହସ କରି ପାରୁନାହାଁନ୍ତି। ଏଭଳି ପ୍ରାୟ ଅଧଘଣ୍ଟା ଧରି ଦୁର୍ବୃତ୍ତ ଖେଳିଛନ୍ତି ରକ୍ତରଂଜିତ ଖେଳ। ଅଥତ ମାତ୍ର ୨୦ ମିଟର୍ ଦୂର ଆଉଟ୍‌ପୋଷ୍ଟରେ ଥିବା ପୋଲିସ ଜାଣିପାରିଲାନି । ସେଇଠୁ କିଛି ଦୂରରେ ଆର୍ପିଏଫ୍, ଜିଆର୍ପି ସହ ଖାରବେଳନଗର ଏବଂ କ୍ୟାପିଟାଲ୍ ଥାନା ବି ଅଛି। ତଥାପି କେହି ଟେର୍ ପାଇଲେନି। ଶେଷରେ ଅପରାଧ ଭିଆଇ ଅପରାଧୀ ଖସିଯିବା ପରେ ପୋଲିସ ପହଞ୍ଚିଥିଲା। ମାମଲାରେ ରାଜା ନାମକ ଜଣେ ଅଭ୍ୟାସଗତ ଅପରାଧୀକୁ ଗିରଫ କରିଥିଲା। ଅନ୍ୟମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଥିବା କହିଛି ପୋଲିସ।

Advertisment

ଦିନ ଦ୍ୱିପହରରେ ରାଜଧାନୀର ଛାତି ଉପରେ ଏଭଳି ଅପରାଧ ନୁଆ ନୁହେଁ। ୨୦୨୦, ଜାନୁୟାରୀ ୧୦ ତାରିଖରେ ମାର୍କେଟ ବିଲ୍ଡିଂରେ ଆତଙ୍କରାଜ କଥା ସମସ୍ତଙ୍କର ମନେ ଅଛି। ଏହାସହ ୨୦ରୁ ୨୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପଶି ଦୋକାନୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ। ସେହିପରି ୨୦୨୦, ଅକ୍ଟୋବର ୪ ତାରିଖରେ ଭୁବନେଶ୍ୱର ସାମନ୍ତରାପୁରରେ ରାଜରାସ୍ତାରେ ଗୋଡେଇ ଗୋଡେଇ ହାଣିଦେଲେ ଜଣେ ମିଠା ଦୋକାନୀଙ୍କୁ। କେବଳ ଏତିକି ନୁହେଁ ବରଂ ୨୦୨୧, ମାର୍ଚ୍ଚ ୭ ତାରିଖରେ ଆଇଆର୍ସି ଭିଲେଜ୍ ହତ୍ୟାକାଣ୍ଡର ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ୍ କବଜାରୁ ଭିଡ଼ିଆଣି ପ୍ରଜାକୋର୍ଟରେ ଦଣ୍ଡଦେଲା ଭଳି ଆକ୍ରମଣ କରିଥିଲେ ୫ ଜଣ। ରାଜଧାନୀରେ ଆଇନକାନୁନକୁ ଖାତିର ନକରି ବିଭିନ୍ନ ସମୟରେ ଏଭଳି ଏକାଧିକ ଅପରାଧ ଭିଆଇଛନ୍ତି ଦୁର୍ବୃତ୍ତ। କେବଳ ରାଜଧାନୀ କାହିଁକି, ପୁରୀ ସହରରେ ଗତକାଲି ସମାନ ଷ୍ଟାଇଲରେ ଜଣଙ୍କ ମୁଣ୍ଡ ଗଡ଼ାଇଛନ୍ତି ଅପରାଧୀ। ବାସେଳିସାହି ଅଞ୍ଚଳର ଜିତେନ୍ଦ୍ର ପୁରୋହିତ ନାମକ ଜଣେ ଯୁବ ଶୋଲ କାରିଗରଙ୍କୁ ପୂର୍ବ ଶତ୍ରୁତାରୁ ଗୋଡାଇ ଗୋଡାଇ ହାଣିବା ସହ ହତ୍ୟା କରିଛନ୍ତି ୪ରୁ ୫ ଜଣ ଦୁର୍ବୃତ୍ତ।

Advertisment

ଏଠି ପ୍ରଶ୍ନ ଉଠୁଛି, କମିଶନରେଟ୍ ପୋଲିସ ଦ୍ୱାରା ଗଠିତ ଟିମ୍ ସିକ୍ସଟି କରୁଛି କଣ ? କଡ଼ା ସୁରକ୍ଷା ସତ୍ତ୍ୱେ ସହରାଞ୍ଚଳରେ କାହିଁକି ସଂଘଟିତ ହେଉଛି ବୀଭତ୍ସ ଅପରାଧ ? ଅପରାଧୀଙ୍କ ଗତିବିଧି ଠଉରାଇବାରେ ଦୁର୍ବଳ ହେଉଛି କି ଜିଲ୍ଲା ଇଣ୍ଟେଲିଜେନ୍ସ ? ତେବେ ଅପରାଧୀଙ୍କ ପାଇଁ ଘରୁ ବାହାରିବାକୁ ଡ଼ର ଲାଗୁଥିବା ଅନେକ କହିଲେଣି।

Bhubaneswar Odisha Crime
Advertisment
Advertisment