• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତିନି ଜଣଙ୍କୁ ବିଭତ୍ସ ହତ୍ୟା । ବନ୍ଦ ଘର ଭିତରୁ ୩ ଜଣଙ୍କ ମୃତଦେହ ଠାବ ହୋଇଛି । ବରଗଡ଼ ଭେଡେନ ଥାନା ଆଖିଫୁଟା ଗାଁରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଏକ ଘର ଭିତରେ ସ୍ୱାମୀ ଓ ତାଙ୍କର ୨ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତକଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଥିବା ସୂଚନା ରହିଛି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ହତ୍ୟା ସନ୍ଦେହ କରାଯାଉଛି । ତେବେ କିଏ ଏଭଳି କାଣ୍ଡ ଘଟାଇଛି ସେସମ୍ପର୍କରେ କୌଣସି ଖବର ନାହିଁ ।

 ମୃତକମାନେ ହେଲେ ଗାଁର ଟଙ୍କଧର ସାହୁ ଏବଂ ତାଙ୍କ ଦୁଇ ସ୍ତ୍ରୀ ମାଧବୀ ସାହୁ ଓ ଦ୍ରୌପଦୀ ସାହୁ । ଦୁଇ ଜଣ ସ୍ତ୍ରୀ ଥିଲେ ମଧ୍ୟ ସମସ୍ତଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା । ଟଙ୍କଧର ପ୍ରଥମ ବିବାହ କରିବା ପରେ କୌଣସି ସନ୍ତାନ ସନ୍ତତି ନହେବାରୁ ସେ ଦ୍ୱିତୀୟ ବିବାହ କରିଥିଲେ । ବିବାହ ପରେ ସ୍ୱାମୀ ଓ ଦୁଇ ସ୍ତ୍ରୀ ମିଳିମିଶି ଗୋଟିଏ ଛାତ ତଳେ ରହୁଥିଲେ । ତେଣୁ ପାରିବାରିକ କଳହ ଯୋଗୁଁ ଏପରି ହୋଇନଥିବା କୁହାଯାଉଛି । ପଡ଼ିଶା ଘର ଲୋକେ ମୃତଦେହ ଦେଖି ପୋଲିସ୍‌କୁ ଖବର ଦେଇଥିଲେ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବର୍ତ୍ତମାନ ଭେଡେନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।  ସାଇଣ୍ଟିଫିକ୍ ଟିମ୍‌କୁ ଡକାଯାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିବା ପରେ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁ କେମିତି ହୋଇଛି, ତାହା ଜଣାପଡ଼ିବ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି ।

  • Reported by:
  • Deepak Sharma