• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୀମା ଟପିଗଲା ବର୍ବରତା । ଦୁଇ ଛୁଆଙ୍କ ମୁହଁ ବନ୍ଦ କରି ହତ୍ୟା କରିବା ପରେ ମା’ର ବେକ କାଟିଦେଲେ ଦୁର୍ବୃତ୍ତ । ପରେ ବନ୍ଦ ଘରେ ଫିଙ୍ଗିଦେଲେ ।

ସୂଚନା ଅନୁସାରେ ଦ୍ୱାରକା ଭର ନାମକ ଜଣେ ବ୍ୟକ୍ତି ଏକ କମ୍ପାନୀରେ ଚାକିରି କରୁଥିଲେ । ସେଠାରେ ତାଙ୍କର ପତ୍ନୀ ଓ ଦୁଇ ପିଲା ରହୁଥିଲେ । ତେବେ ପତ୍ନୀ ସୁମିତାଙ୍କ ବେକକଟା ଯାଇଥିବା ବେଳେ ଚାରି ବର୍ଷର ପୁଅ ଓ ଏକ ବର୍ଷର ଝିଅକୁ ହତ୍ୟା କରିଛି ଦୁର୍ବୃତ୍ତ । ଏହି ଘଟଣା ଏବେ ସଂପୃକ୍ତ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଅଧିକ ପଢ଼ନ୍ତୁ: ନିଶାପାଣି ପାଇଁ ଟଙ୍କା ଦେବାକୁ ବାପା ମନା କରିବାରୁ ଛୁରୀ ଭୁଷିଦେଲା ପୁଅ

ଗତ ମଙ୍ଗଳବାର ରାତିରେ ଦ୍ୱାରକା କାମ ସାରି ଘରକୁ ଆସିବା ପରେ ତାଙ୍କ ପତ୍ନୀ ଓ ପିଲାଙ୍କୁ ପାଇନଥିଲେ । ଫଳରେ ଦ୍ୱାରକା ତାଙ୍କ ବନ୍ଧୁ ଗୁଡ଼ୁଲଙ୍କ ଘରକୁ ଯାଇଥିଲେ । ସେଠାରେ ମଧ୍ୟ ବନ୍ଧୁଙ୍କ ଘର ବନ୍ଦ ଥିବା ଦେଖିଥିଲେ । ଘର ବନ୍ଦ ଥିବାରୁ ଦ୍ୱାରକା ଘରର ଝରକା ବାଟେ ଦେଖିବାକୁ ଚେଷ୍ଟା କରିଥିଲେ ।

ସେଠାରେ ତାଙ୍କ ପତ୍ନୀଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ । ଘର ଭିତରକୁ ପଶିବାରୁ ପତ୍ନୀଙ୍କ ବେକକଟା ଯାଇଥିବା ଦେଖିଥିଲେ ଦ୍ୱାରକା । ପତ୍ନୀଙ୍କ ପାଖରୁ ଦୁଇଟି ପିଲାଙ୍କ ମୁହଁ ବନ୍ଧା ଅବସ୍ଥାରେ ମୃତଦେହ ମିଳିଥଲା । ପରେ ପରେ ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ପିଲାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଥିବା ବେଳେ ପତ୍ନୀ ସୁମିତା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଆସାମର ଜଗନ୍ନାଥପୁରରେ ଏହି ଘଟଣା ଘଟିଛି । ଘଟଣାରେ ସମ୍ପୃକ୍ତ ଥିବା ଦ୍ୱାରକାଙ୍କ ବନ୍ଧୁ ଗୁଡୁଲୁଙ୍କୁ ପୋଲିସ ସନ୍ଦେହ କରିବା ସହ ତାଙ୍କ ଘରେ ଯାଞ୍ଚ କରୁଛି । ଅନୈତିକ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଥିବା ବେଳେ ଗୁଡୁଲୁକୁ ଧରିବାକୁ ପୋଲିସ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି ।