• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ଗୁଳିମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି । ଗୁରୁବାର ଦିନ ମହିଳା ଫୁଟବଲ ବିଶ୍ୱକପ ଉଦଘାଟନ ହେବାର ୧୨ ଘଣ୍ଟା ପୂର୍ବରୁ କେନ୍ଦ୍ରୀୟ ଅକଲ୍ୟାଣ୍ଡରେ ଗୁଳିମାଡ଼ ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ସହ ଜଡିତ ବିଷୟ ନୁହେଁ ଏବଂ ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ୍‌ ଆରମ୍ଭ ନେଇ ସରକାରଙ୍କ ଘୋଷଣା କରିଛନ୍ତି । ଅନ୍ୟପଟେ ପୋଲିସ ଗୁଳିରେ ବନ୍ଧୁକଧାରୀ ମଧ୍ୟ ଟଳିପଡ଼ିଛି ।

ନ୍ୟୁଜିଲ୍ୟାଣ୍ଡରେ ହୋଇଥିବା ଗୁଳି ବିନିମୟରେ ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସ ଦୁଃଖ ପ୍ରକାଶ କରିଛନ୍ତି । ଏକ ନିର୍ମାଣ ସ୍ଥଳରେ ଗୁଳିକାଣ୍ଡ ଯୋଗୁଁ ପୋଲିସ କର୍ମଚାରୀଙ୍କ ସମେତ ଛଅ ଜଣ ଆହତ ହୋଇଛନ୍ତି । ସେପଟେ ମହିଳା ଫିଫା ବିଶ୍ୱକପ୍‌ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ଖେଳାଳୀ ସେଣ୍ଟ୍ରାଲ ଅକଲାଣ୍ଡ ପହଞ୍ଚି ସାରିଲେଣି । ଏହି ଗୁଳିକାଣ୍ଡ ଯୋଗୁ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲେ ବି ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ ଆରମ୍ଭ ହେବା ହେବ ।

ସେହିପରି ଅକଲ୍ୟାଣ୍ଡରେ ପହଞ୍ଚି ସାରିଥିବା ଆମେରିକୀୟ ଜାତୀୟ ଦଳ ବିବୃତ୍ତି ଜାରି କରି କହିଛନ୍ତି, ସମସ୍ତ ଖେଳାଳି ଏବଂ କର୍ମଚାରୀ ସୁରକ୍ଷିତ ଅଛନ୍ତି । ପୋଲିସ ପକ୍ଷରୁ କୁହାଯାଇଛି, ହାତରେ ବନ୍ଧୁକ ଧରି ଦୁର୍ବୃତ୍ତ ଜଣକ ନିର୍ମାଣ ସ୍ଥଳ ଆଡ଼କୁ ବଢ଼ିଥିଲା ଓ ଆଖିବୁଜା ଗୁଳି ଚାଳନା ଆରମ୍ଭ କରି ଦେଇଥିଲା । କିଛି ସମୟ ପରେ ପୋଲିସ ଗୁଳିରେ ସେ ମଧ୍ୟ ଘଟଣାସ୍ଥଳରେ ଟଳି ପଡ଼ିଥିଲା ।

ସୂଚନା ଅନୁସାରେ ନ୍ୟୁଜିଲାଣ୍ଡ ଓ ନରୱେ ମଧ୍ୟରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ମିଳିତ ଆୟୋଜନ ଅଧିକାର ମିଳିଛି ।