• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୩୦ ଲକ୍ଷ ଟଙ୍କା ଲୁଟ ମାମଲାରେ ବନ୍ଧା ହେଲେ ପୋଲିସ କନେଷ୍ଟବଳ । ଗିରଫ କନେଷ୍ଟବଳ ହେଲେ ତନୁଜ ସାବତ । ସୂଚନା ଅନୁସାରେ ଗଜପତି ଜିଲ୍ଳା ପାରଳାଖେମୁଣ୍ଡି ଥାନା କେରାଣ୍ଡି ଗାଁ ନିକଟ ଜଙ୍ଗଲରେ ୫ଶହ ଓ ୨ ହଜାର ଟଙ୍କା ନୋଟ ନେଇ ଡିଲ ଚାଲିଥିଲା । ୫୦୦ ଟଙ୍କିଆ ନୋଟ୍ ବଦଳରେ ୩୦ ଲକ୍ଷ ଓ ୨ ହଜାର ଟଙ୍କା ନୋଟ୍ ବଦଳରେ ୬୦ ଲକ୍ଷ ଦେବାକୁ ଡିଲ ଚାଲିଥିଲା । ଏହି ଡିଲ୍ ପାଇଁ ଆନ୍ଧ୍ର ପ୍ରଦେଶରୁ ଗୋଟିଏ ଟିମ୍ ଆସିଥିଲେ ।

ତେବେ ଟଙ୍କା ଡିଲ୍ ବେଳେ କନେଷ୍ଟବଳ ତନୁଜ ସାବତ ୬୦ ଲକ୍ଷ ଟଙ୍କା ନଦେଇ ୩୦ ଲକ୍ଷ ଟଙ୍କା ଝାଂପି ନେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ଘଟଣାରେ ପୋଲିସ କନେଷ୍ଟବଳ ତନୁଜ ଓ ଆନ୍ଧ୍ର ପ୍ରଦେଶର ବିନୋଦ ରାୟପିଲିଙ୍କୁ ଗିରଫ କରିଛି ।  ତନୁଜଙ୍କ ନାଁରେ ମାମଲା ରୁଜୁ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ପାରଳାଖେମୁଣ୍ଡି ଏସଡିପିଓ କହିଛନ୍ତି ।

୩୦ ଲକ୍ଷ ଟଙ୍କା ଦେଲେ, ୬୦ ଲକ୍ଷ ଟଙ୍କା ନେବ...! ଠକିବା ପାଇଁ ଏପରି ମାୟା ଜାଲ ବିଛାଉଥିଲେ ଠକ । ଆଉ ସେହି ଜାଲ୍‌ରେ ଯିଏ ପଡୁଥିଲେ, ତାଙ୍କୁ ଖୋଳ କରିଦେଉଥିଲେ । ଏଥିରେ ଜଣେ ପୋଲିସ୍‌ କନଷ୍ଟେବଲ ମଧ୍ୟସ୍ତି ଭାବେ କାମ କରୁଥିଲେ । ଯାହାଙ୍କୁ ଧରିଛି ପାରଳାଖେମୁଣ୍ଡି ପୋଲିସ୍‌ । କନଷ୍ଟେବଲଙ୍କ ସହିତ ଅନ୍ୟ ଜଣଙ୍କୁ ମଧ୍ୟ ବାନ୍ଧିଛି ପୋଲିସ୍‌ । ତେବେ ନିଜକୁ ‘ବସ୍‌’ ବୋଲି ପରିଚୟ ଦେଉଥିବା ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଅଛି । ତାକୁ ଗିରଫ କରିବା ପାଇଁ ପୋଲିସ୍‌ ଉଦ୍ୟମ ଜାରି ରଖିଛି ।