Advertisment

Grandmother's Cruelty: ନୃଶଂସ ଜେଜେମା'; ନାତି ନାତୁଣୀଙ୍କୁ ମାରି ଲହୁଲୁହାଣ କଲା, ଭୋକିଲା ରଖିଲା

ଭୁବନେଶ୍ୱର ଜିଜିପି କଲୋନୀରେ ନୃଶଂସ କାଣ୍ଡ I ମାଆର ମୃତ୍ୟୁ ପରେ ଦୁଇ ଭାଇ-ଭଉଣୀଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ ଜେଜେମା । ନିସ୍ତୁକ ମାଡ ଦେବା ସହ ଭୋକିଲା ରଖୁଥିଲେ । ଦୁଇ ଶିଶୁଙ୍କୁ ଉଦ୍ଧାର କଲା ମଞ୍ଚେଶ୍ୱର ଥାନା ପୋଲିସ ।

ଅଦ୍ୟତନ ହୋଇଛି
Grandmother's Cruelty

Grandmother's Cruelty

Advertisment

ଜେଜେମାଆ କଥା ଆସିଲେ, ଆଖି ଆଗରେ ନାଚିଯାଏ ଏକ ମମତାମୟୀ ଚେହେରାଟିଏ । ବାପା ମାଡ଼ ମାରିଲେ କି ମାଆ ଆକାଟ କଲେ ଆଗେ ଯିଏ କୋଳେଇ ନେଇ ଲୁହ ପୋଛିଦିଏ ସିଏ ଜେଜେମାଆ । କିନ୍ତୁ ଏମିତି ବି ଜେଜେମାଆ ଅଛି, ଯିଏ ସ୍ନେହ କରିବା ତ ଦୂରରେ ଥାଉ ନାତି ନାତୁଣୀଙ୍କ ପ୍ରତି ବର୍ବରତାର ସବୁ ସୀମା ଲଙ୍ଘି ଯାଇଛି । ବୋହୂ ମରିଗଲା ପରେ ଦୁଇ କୋମଳମତି ଶିଶୁଙ୍କ ଏଭଳି ନିର୍ଯାତନା ଦେଇଛି, ଯାହା ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଅଧିକ ପଢ଼ନ୍ତୁ: ବିଳମ୍ବିତ ରାତିରେ ଦୋକାନ ଭିତରକୁ ପଶିଗଲା କଣ୍ଟେନର...ଡ୍ରାଇଭରକୁ ଛାଡ଼ିଦେଲା ପୋଲିସ୍

ଭୁବନେଶ୍ୱରର ଜିଜିପି କଲୋନୀରୁ ଆଜି ଦୁଇ ଜଣ ଶିଶୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଦୁହେଁ ଭାଇ-ଭଉଣୀ ହୋଇଥିବାବେଳେ ପିଲା ଦୁହିଁଙ୍କ ଦେହସାରା ଦେଖିବାକୁ ମିଳିଛି କ୍ଷତ ଦାଗ । ମାଆ ଚାଲିଗଲା ପରେ ନୃଶଂସ ଜେଜେମାଆ ଦୁହିଁଙ୍କୁ ଅକଥନୀୟ ନିର୍ଯାତନା ଦେଇ ଏଭଳି ଅବସ୍ଥା କରିଛି । ୫ ଦିନ ହେଲା ଖାଇବାକୁ ନଦେବା ସହ ନିସ୍ତୁକ ଭାବେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି ।

Advertisment

ଯାହା ସୂଚନା ମିଳିଛି, ମାସେ ତଳେ ୨ ଶିଶୁଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀ ମାନସିକ ସ୍ଥିତି ହରାଇ ବସିଥିଲେ । ଫଳରେ ଜେଜେମା କୁନି କୁନି ପିଲାଙ୍କୁ ମାଡ଼ ମାରିବା ସହ ଘରେ ବନ୍ଦ କରି ରଖିଥିଲେ । ଏପରିକି ୫ ଦିନରୁ ଅଧିକ ହେବ ଖାଇବାକୁ ଦେଇ ନଥିଲେ  । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଦୁଇ ଶିଶୁଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ: ବଢିଲା ଓମଫେଡ୍ କ୍ଷୀର ଦର, ପ୍ରିମିୟମ-ଟୋନ୍‌ଡ-ଗୋଲ୍‌ଡ ରେଟ୍ କେତେ ? ଜାଣନ୍ତୁ...

Advertisment
Bhubaneswar Cruelty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ