/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672388024.jpg)
Tunisha Sharma death case
ପ୍ରେମ-ପ୍ରତାରଣାର ଲୁଚାଚୋରା ଖେଳ ସାମ୍ନାରେ ହାରିଗଲା ଜୀବନ । ସମ୍ପର୍କ ଭାଙ୍ଗିଯିବା ପରେ ଚୁନା ହୋଇଗଲା ନୀରିହ ମନ । ଯେଉଁ ବୟସରେ ସ୍ୱପ୍ନର ଦୁନିଆ ଗଢ଼ିବା କଥା, ସେହି ବୟସରେ ଟିଭି ଅଭିନେତ୍ରୀ ତୁନିଶା ଶର୍ମା(Tunisha Sharma) ଜୀବନ ହାରିଦେଇଛନ୍ତି । ଦିନ ଯେତିକି ବଢ଼ୁଛି, ଅଭିନେତ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ସହ-ଅଭିନେତା ସେଜାନ ଖାନଙ୍କୁ ତୁନିଶା ଆତ୍ମହତ୍ୟା ମାମଲାରେ ଗିରଫ କରାଯାଇଛି । ଏବେ ତୁନିଶାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତୁନିଶାଙ୍କ ମାଆ ବନିତା ।
କ’ଣ କହିଛନ୍ତି ତୁନିଶାଙ୍କ ମା’ ?
ଘଟଣା ଦିନ ତୁନିଶାଙ୍କୁ ଆମ୍ବୁଲାନ୍ସରେ ନିଆଯାଇ ନଥିଲା । ନିଜ ଗାଡ଼ିରେ ଅନ୍ୟ କିଛି ଲୋକଙ୍କ ସହ ତୁନିଶାଙ୍କୁ ମେଡିକାଲକୁ ନିଆଗଲା । ତେଣୁ ଏହା ହତ୍ୟାକାଣ୍ଡ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି । ପ୍ରେମରେ ଫସାଇବା ପରେ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ । ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥାଇ ବି ସେ ତୁନିଶାଙ୍କୁ ଠକୁଥିଲେ ।
ଅଧିକ ପଢ଼ନ୍ତୁ: ତୁନିଷା ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ ! ସିଜାନଙ୍କ ହ୍ୱାଟସଆପ୍ ଚାର୍ଟ ଡିଲିଟ୍
ତୁନିଶା କହୁଥିଲା, ସେଜାନ ସେଟରେ ଡ୍ରଗ୍ସ ସେବନ କରୁଥିଲେ । ବ୍ରେକ୍ଅପ୍ ଦିନ ତୁନିଶାଙ୍କୁ ସେଜାନ ଚାପୁଡ଼ା ମାରିଥିଲା । ଏପରିକି ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ ମଧ୍ୟ କରୁଥିଲା । ଏକଥା ତୁନିଶା କାନ୍ଦି କାନ୍ଦି ନିଜ ମା ସାମ୍ନାରେ ବଖାଣିଥିଲେ ।
ମୃତ୍ୟୁର କିଛି ସମୟ ପୂର୍ବରୁ ତୁନିଶା ବେଶ୍ ଖୁସି ଥିଲେ । ହଠାତ୍ କେମିତି ଆତ୍ମହତ୍ୟା କରିବେ ବୋଲି ପ୍ରଶ୍ନ କରିଛନ୍ତି ତୁନିଶାଙ୍କ ମା’ । ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି । ...ଗତ ୨୪ ତାରିଖ ଦିନ ସୁଟିଂ ସେଟର ଭ୍ୟାନିଟି ଭ୍ୟାନରୁ ତୁନିଶାଙ୍କ ମୃତଦେହ ମିଳିଥିଲା । ଡିପ୍ରେସନ୍ ପରେ ସେ ଆତ୍ମହତ୍ୟା କରିଥିବା କହିଛି ପୋଲିସ୍ । ତେବେ ଏନେଇ ସନ୍ଦେହ ଉପୁଜିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)