Ghazipur Triple Murder
ସାମାନ୍ୟ ଜମି ପାଇଁ ନିଜ ପରିବାରକୁ ଉଜାଡ଼ିଦେଲା ପୁଅ । ପରିବାର ଲୋକଙ୍କୁ କଲା ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି । ଉତ୍ତରପ୍ରଦେଶର ଗାଜିପୁରରେ । ଏଠାରେ ଜଣେ ବ୍ୟକ୍ତି ଜମି ପାଇଁ ନିଜ ବାପା, ମା’ ଏବଂ ଭଉଣୀଙ୍କୁ ହତ୍ୟା କରିଛି ।
ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସ ଶବଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ବ୍ୟକ୍ତି ତିନିଜଣଙ୍କୁ କୁରାଢ଼ୀରେ ଆକ୍ରମଣ କରି ହତ୍ୟା କରିଛି । ଏହି ଘଟଣା ଗାଜିପୁରର ନନ୍ଦଗଞ୍ଜ ଥାନା ଅଞ୍ଚଳରେ ଘଟିଛି ।
ଅଭିଯୁକ୍ତ ବ୍ୟକ୍ତି ଏବଂ ତାଙ୍କ ପରିବାର ମଧ୍ୟରେ ଜମି ନେଇ ଅନେକ ସମୟ ଧରି ବିବାଦ ଚାଲିଥିଲା। ଏହି ବିବାଦରୁ ଅଭିଯୁକ୍ତ ଆଜି ଏହି ହତ୍ୟାକାଣ୍ଡ ଘଟାଇଛି । ତିନିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।ପୋଲିସ ବର୍ତ୍ତମାନ ଏହି ମାମଲାର ପ୍ରତ୍ୟେକ ଦିଗରୁ ତଦନ୍ତ କରୁଛି। ହତ୍ୟା ପଛରେ ଜମି ବିବାଦକୁ କାରଣ ଭାବେ କୁହାଯାଉଛି, ଯାହା ଦୀର୍ଘ ସମୟ ଧରି ପରିବାର ମଧ୍ୟରେ ଚାଲିଥିଲା। ହତ୍ୟା କରିବା ପରେ ହତ୍ୟାକାରୀ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ ପାଇଁ ତିନିଟି ଟିମ ଗଠନ କରିଛି। ବିଭିନ୍ନ ସ୍ଥାନ ଗୁଡ଼ିକରେ ଚଢ଼ାଉ କରୁଛି ଟିମ୍ । ଘଟଣାସ୍ଥଳରେ ପହଞ୍ଚିଥିବା ଗାଜିପୁର ପୋଲିସ ଅଧୀକ୍ଷକ ଡକ୍ଟର ଈରଜ ରାଜା କହିଛନ୍ତି ଯେ ହତ୍ୟା ପଛରେ ଜମି ବିବାଦ କାରଣ ବୋଲି ଜଣାପଡ଼ିଛି।
ମାତା-ପିତା ଜମିର କିଛି ଅଂଶ ଭଉଣୀଙ୍କ ନାମରେ କରିଥିଲେ। ଏଥିରେ ପୁଅ ଅଭୟ ଯାଦବ ରାଗି ଯାଇଥିଲେ । ଏହାକୁ ନେଇ ଆଜି ସେ ଏହି ହତ୍ୟାକାଣ୍ଡ ଘଟାଇଛି । ସେ ଆହୁରି କହିଛନ୍ତି ଯେ ଅଭିଯୁକ୍ତକୁ ଗିରଫ ପାଇଁ ଟିମଗୁଡ଼ିକୁ ନିୟୋଜିତ କରାଯାଇଛି, ଶୀଘ୍ର ହତ୍ୟାକାରୀକୁ ପୋଲିସ ଧରିବ ।
ମୃତକ ମାନେ ହେଲେ ଶିବରାମ ଯାଦବ (୬୫ ବର୍ଷ), ଶିବରାମଙ୍କ ପତ୍ନୀ ଜମୁନୀ ଦେବୀ (୬୦ ବର୍ଷ) ଏବଂ ଶିବରାମଙ୍କ ଝିଅ କୁସୁମ ଦେବୀ (୩୬ ବର୍ଷ) । ତିନିଜଣଙ୍କ ଶବକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି। ହତ୍ୟାକାରୀ ପୁଅ ଗାଜିପୁରରେ ଏକ ଘରୋଇ ଫ୍ୟାକ୍ଟ୍ରୀରେ କାମ କରୁଥିଲା, ତାଙ୍କ ଭଉଣୀ ବିବାହିତା ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753623175.jpg)