• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମରିଗଲା ମାନବିକତା

  • ଚୋରି ସନ୍ଦେହରେ ଭିଲ ଯୁବକଙ୍କୁ ନିର୍ଦ୍ଧୁମ ମାଡ

ନିମଚ : ଆଦିବାସୀ ଯୁବକଙ୍କ ପ୍ରତି ବର୍ବରତା । ପ୍ରଥମେ ବାଡ଼େଇଲେ ପରେ ଗାଡ଼ି ପଛରେ ବାନ୍ଧି ଘୋଷାଡ଼ିନେଲେ । ମଧ୍ୟପ୍ରଦେଶର ନିମଚ ଜିଲ୍ଲାରେ ଅମାନୁଷିକତାର ସୀମା ପାର କଲା ପରି ଘଟଣା ସାମ୍ନାକୁ ଆସିଛି । ଚୋରି ସନ୍ଦେହରେ ଜଣେ ଜଣେ ଭିଲ ଯୁବକଙ୍କୁ ନିର୍ଦ୍ଧୁମ ମାଡ ମରାଯାଇଥିଲା । ଆଉ ତା’ପରେ ଯୁବକଙ୍କୁ ପିକଅପ୍ ଗାଡି ପଛରେ ବାନ୍ଧି ରାସ୍ତାରେ ଘୋଷାଡ଼ି ନେଇଥିଲେ । ପକ୍କା ରାସ୍ତାରେ ଘୋଷାଡ଼ି ନେବାରୁ ପିଠିରୁ ଚମଡ଼ା ଉତୁରି ଯାଇଥିଲା, ରକ୍ତାକ୍ତ ହୋଇଯାଇଥିଲେ ଯୁବକ ଜଣକ । ଏତିକିରେ ମନ ମାନିଲାନି ଯେ ପୁଣି ଯୁବକଙ୍କୁ ବିଧା ଗୋଇଠା ମାରିଥିଲେ ଲୋକମାନେ । ତେବେ ଏନେଇ ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଖାନାରେ ଜୀବନ ହାରିଲେ ଯୁବକ ।

ନିମଚ ଜିଲ୍ଲାର ସିଙ୍ଗୋଲି ଥାନା ଅଞ୍ଚଳରୁ ଏପରି ବର୍ବର ଘଟଣା ଘଟିଛି । ଘଟଣାର ପୂରା ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଚୋରି ସନ୍ଦେହରେ ଲୋକମାନେ ପୀଡିତଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବାଣଦା ଗାଁର ବାସିନ୍ଦା କହ୍ନୈୟା ନାମକ ଜଣେ ପୀଡିତଙ୍କୁ ମାଡ ମାରିବା ସହ ପିକଅପ୍ ଗାଡିରେ ଘୋଷାଡ଼ି ନେଇଥିଲେ । ତେବେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ ବି ଲୋକମାନେ ତାଙ୍କୁ ଛାଡ଼ିନଥିଲେ, ଆହତ ଅବସ୍ଥାରେ ତାଙ୍କୁ ପୁଣି ପିଟି ଥିଲେ । ହାତଯୋଡ଼ି ଛାଡ଼ିଦେବାକୁ ନେହୁରା ହେଉଥିଲା ଯୁବକ ଜଣକ । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ମରିବା ପୂର୍ବରୁ ଦୟାର ଭିକ ମାଗୁଛି କହ୍ନୈୟା ।

ପୀଡିତାଙ୍କୁ ମାଡ ମାରିଥିବା ଲୋକମାନେ ଡାଏଲ୍ ୧୦୦ କୁ ଡକାଇଥିଲେ । ଚୋରକୁ ଧରିଥିବା ପୋଲିସକୁ କହିଥିଲେ । ପୋଲିସ ପହଞ୍ଚି ପୀଡିତଙ୍କୁ ନିମୁଚ ଜିଲ୍ଲା ଡାକ୍ତରଖାନାକୁ ନେଇଯାଇଥିଲା। ହେଲେ ସେତେବେଳକୁ ସବୁ ଶେଷ ହୋଇ ସାରିଥିଲା । ଅତି ବର୍ବରତା ସହ ମାଡ଼ ମାରିଥିବା ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ମାମଲାରେ ଅଭିଯୁକ୍ତମାନେ ନିଜେ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଭିଡିଓଟି ପୋଲିସ ସାମ୍ନାକୁ ଆସିବା ମାତ୍ରେ ଉତ୍ତେଜନା ପ୍ରକାଶ ପାଇଥିଛି । ନିମୁଚ ଏସପି ସୁରଜ ବର୍ମା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହତ୍ୟା ଏବଂ ଆଟ୍ରୋସିଟି ଆକ୍ଟ ଅନୁଯାୟୀ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଛି । ସେପଟେ ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ।