Advertisment

ସାମ୍ନାକୁ ଆସିଲା KBN ଗ୍ୟାଙ୍ଗ୍‌ର ନୂଆ ଗ୍ରୁପ୍ ‘ଟାଉନ୍ ଟାଇଗର’

ସାମ୍ନାକୁ ଆସିଲା KBN ଗ୍ୟାଙ୍ଗ୍‌ର ନୂଆ ଗ୍ରୁପ୍ ‘ଟାଉନ୍ ଟାଇଗର’। କେବିଏନ୍‌ ଗ୍ୟାଙ୍ଗର କିଛି ଯୁବକ ‘ଟାଉନ୍ ଟାଇଗର’ ନାଁରେ ଏହି ନୂଆ ଗ୍ରୁପ୍‌ କରିଥିଲେ।

author-image
Rajalaxmi Sahoo
Town Tiger Group

Town Tiger Group

ଭୁବନେଶ୍ୱର: ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ କରି ଭୁବନେଶ୍ୱରରେ ଆତଙ୍କ ସୃଷ୍ଟି କରୁଥିବା KBN ଗ୍ରୁପ୍‌କୁ ଦମନ କରିବା ଲାଗି ଗୋଟିଏ ପଟେ ପୋଲିସ୍‌ ଅପରେସନ୍‌ ଜାରି ରହିଥିବା ବେଳେ ଅନ୍ୟପଟେ ଏହି ଗ୍ୟାଙ୍ଗ୍‌ର ଏକ ନୂଆ ଗ୍ରୁପ୍‌ ଏବେ ସାମ୍ନାକୁ ଆସିଛି। KBN ଗ୍ୟାଙ୍ଗ୍‌ର ଏହି ନୂଆ ଗ୍ରୁପ୍‌ ନାଁ ‘ଟାଉନ୍ ଟାଇଗର’। ଏନେଇ କମିଶନରେଟ୍ ପୋଲିସ ସୂଚନା ଦେଇଛନ୍ତି। 

Advertisment

କେବିଏନ୍‌ ଗ୍ୟାଙ୍ଗର କିଛି ଯୁବକ ‘ଟାଉନ୍ ଟାଇଗର’ ନାଁରେ ଏହି ନୂଆ ଗ୍ରୁପ୍‌ କରିଥିଲେ। ଦାଦାଗିରି କରି ପତିଆର ଜାହିର କରିବା ଓ ଦାଦାବଟି ଆଦାୟ କରିବା ଏହି ଗ୍ୟାଙ୍ଗର ମୁଖ୍ୟ ଲକ୍ଷ୍ୟ ଥିଲା। ସନିଆ ଓରଫ ସନାତନ ଏହି ଗ୍ରୁପର ଆଡମିନ୍ ଥିଲା। ପୋଲିସ୍‌ ଏହି ଗ୍ରୁପ୍‌ ସମ୍ପର୍କରେ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହାପରେ ଅନେକ ପିଲା ଏହି ଗ୍ରୁପ୍‌ରୁ ଲେପ୍ଟ ହୋଇଯାଇଥିଲେ। ତେବେ ଲେଫ୍ଟ ହୋଇଥିବା ଗ୍ରୁପ୍‌ର ଯୁବକଙ୍କୁ ପୋଲିସ ଏବେ ଖୋଜୁଛି। ଏହାସହ ୨୯ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।  

ସୂଚନାଥାଉ କି, ଦୁଇ ଦିନିଆ ରିମାଣ୍ଡ ଅବଧି ସରିବା ପରେ KBN ଗ୍ରୁପ୍‌ର ୫ ଜଣ ସଦସ୍ୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ରିମାଣ୍ଡରେ ନେଇ ପଚରାଉଚରା ବେଳେ KBN ଗ୍ରୁପ୍ ସଦସ୍ୟଙ୍କଠାରୁ ଅନେକ ତଥ୍ୟ ହାସଲ କରିଛି ପୋଲିସ୍‌। ସେପଟେ ଫେରାର ହୋଇଥିବା ଗ୍ରୁପ୍‌ର ମାଷ୍ଟରମାଇଣ୍ଡ ବୁବୁ ଜେନା ଓ ଅନ୍ୟ ସଦସ୍ୟଙ୍କୁ ଧରିବା ଲାଗି ପୋଲିସ ଚେଷ୍ଟା ଚଳାଇଛି। ବୁବୁକୁ ଧରିବା କମିଶନରେଟ୍ ପୋଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି। ଜେରାବେଳେ ପୋଲିସ୍‌  KBN ଗ୍ୟାଙ୍ଗ୍‌ର ଏହି ନୂଆ ଗ୍ରୁପ୍‌ ନାଁ ‘ଟାଉନ୍ ଟାଇଗର’ ସମ୍ପର୍କରେ ମଧ୍ୟ ସୁରାଗ ପାଇଥିଲା। 

Advertisment
KBN Group Town Tiger Group
Advertisment
Advertisment