• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅପରାଧୀଙ୍କ ଔକାତ୍ କେତେ .. ଏହା ସୂଚାଇବାକୁ ଯାଇ ପୋଲିସ ନେଇଛି ଅଭିନବ ପଦକ୍ଷେପ । ତିନି ଜଣ ଅପରାଧୀଙ୍କୁ ଧରାଇବାକୁ ପୋଲିସ ଘୋଷଣା କରିଛି ପୁରସ୍କାର ରାଶି । ଆଉ ଆପଣ ଜାଣନ୍ତି ସେହି ପୁରସ୍କାର ରାଶି କେତେ .. ମାତ୍ର ପାଞ୍ଚ ଟଙ୍କା । ବିଶ୍ୱାସ ନହେଲେ ବି କଥାଟି ସତ! ଅପରାଧୀଙ୍କୁ ନିଜର ଔକାତ୍ ଜଣାଇବାକୁ ଯାଇ ପୋଲିସ ଏପରି ପୁରସ୍କାର ରାଶି ଘୋଷଣା କରିଛି ।

ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ଘଟଣାରେ ଉତ୍ତରାଖଣ୍ତର ଉଦ୍ଧମ ସିଂ ନଗର ପୋଲିସ ତିନିଜଣ ସନ୍ଦିଗ୍ଧଙ୍କୁ ଧରିବାକୁ ପ୍ରୟାସ କରୁଛି । ତେବେ ସେମାନଙ୍କୁ ହତୋତ୍ସାହିତ କରିବାକୁ ଯାଇ ପୋଲିସ ଏପରି ପୁରସ୍କାର ରାଶି ଘୋଷଣା କରିଛି । ଘଟଣାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ପୁରସ୍କାର ରାଶି ଜରିଆରେ କୁଖ୍ୟାତ ଅପରାଧୀଙ୍କୁ ହତୋତ୍ସାହିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ।

ଅପରାଧୀମାନେ ହେଲେ, ରୁଦ୍ରପୁରର ଯଶବୀର ସିଂ, ଦୀନେଶପୁରର ମନମୋହନ ସିଂ ଏବଂ ରାମପୁର (ଉତ୍ତରପ୍ରଦେଶ)ର ସାହାବ ସିଂ । ଚଳିତ ମାସ ଆରମ୍ଭରେ ଜାଫରପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷରେ ଏହି ତିନିଜଣ ଅଭିଯୁକ୍ତ ଥିଲେ । ଉକ୍ତ ଘଟଣାରେ ପ୍ରାୟ ୪୦ ରାଉଣ୍ଡ ଗୁଳି ବିନିମୟ ହୋଇଥିବା ବେଳେ ଆଠ ଜଣ ଆହତ ହୋଇଥିଲେ ।

ଘଟଣାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଯେତେବେଳେ ବି କୌଣସି ଅପରାଧ ଘଟେ, ଲୋକଙ୍କୁ ଉତ୍ସାହିତ କରିବା ପାଇଁ ପୋଲିସ ବହୁ ପରିମାଣର ପୁରସ୍କାର ରାଶି ଘୋଷଣା କରେ । କିନ୍ତୁ ସେତେବେଳେ ନିଜର ମୂଲ୍ୟ ନେଇ ଅପରାଧୀମାନେ ଗର୍ବ କରନ୍ତି । ଏହା ହିଁ ତାଙ୍କୁ ଗୌରବାନ୍ୱିତ କରେ । ଏହା ଧାରାକୁ ନିରୁତ୍ସାହିତ କରିବା ପାଇଁ ବର୍ତ୍ତମାନ ମୂଲ୍ୟ ମାତ୍ର ପାଞ୍ଚ ଟଙ୍କା ରଖାଯାଇଛି ବୋଲି ରୁଦ୍ରପୁର ଏସପି (ସିଟି) ମନୋଜ କାଟାଲ କହିଛନ୍ତି ।

ତେବେ ଏହି ଘଟଣା ପରେ ପୋଲିସ କହିଛି ଯେ, ଉକ୍ତ କୁଖ୍ୟାତ ଅପରାଧୀମାନେ ନିଜର ମୂଲ୍ୟ ଜାଣିବା ପରେ ଲଜ୍ଜା ଅନୁଭବ କରୁଛନ୍ତି । ସୂତ୍ରରୁ ମିଳିଥିବା ଖବର ଅନୁସାରେ, ନିଜର ଏତେ କମ୍ ମୂଲ୍ୟ ପାଇଁ ସେମାନଙ୍କ ଗର୍ବ ଭାଙ୍ଗିଯାଇଛି । ପୋଲିସ ଆହୁରି ମଧ୍ୟ କହିଛି, ଲକ୍ଷ୍ୟ କେବଳ ଦଣ୍ଡ ଦେବା ନୁହେଁ ବରଂ ସଂସ୍କାର ମଧ୍ୟ ଆବଶ୍ୟକ । ଅପରାଧୀମାନେ ଅପରାଧ ଦୁନିଆରେ ସେମାନଙ୍କର ମୂଲ୍ୟ ବୃଦ୍ଧି ପାଇଁ ଏହି ପୁରସ୍କାର ରାଶିର ବ୍ୟବହାର କରନ୍ତି । ଫଳରେ ଏପରି କମ୍ ମୂଲ୍ୟ ରହିବା ଠିକ୍ ବୋଲି ପୋଲିସ କହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now