/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693584033.jpg)
Mid Day Meal
ପିଲାଙ୍କ ଚାଉଳକୁ ବି ଛାଡିଲେନି । ଅଧ ରାତିରେ ପଶିଲେ, ଅଧା ନେଇ ପଳାଇଗଲେ । ସକାଳୁ ଦିଦି ଦେଖିଲା ବେଳକୁ ଗାଏବ ହୋଇଯାଇଛି ପିଲାଙ୍କ ଚାଉଳ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବଢିଛି ଚର୍ଚ୍ଚା ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ଗାଁରୁ ସାମ୍ନାକୁ ଆସିଲା ଅଭାବନୀୟ ଘଟଣା । ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୨ କୁଇଣ୍ଟାଲରୁ ଅଧିକ ଚାଉଳ ଲୁଟିନେଲା ଦୁର୍ବୃତ୍ତ । ଚାଉଳ ବ୍ୟତୀତ ଚୋର ଅନ୍ୟ କୌଣସି ଜିନିଷ ଚୋରି କରିନଥିବା ଅଭିଯୋଗ ହୋଇଛି । ହୃଦୟବାନ ଚୋର ଅଧା ଚାଉଳ ଲୁଟି ନେଇଥିବା ବେଳେ ଅଧା ଚାଉଳକୁ ବିଦ୍ୟାଳୟରେ ଛାଡି ଚାଲିଯାଇଛି ।
ସ୍କୁଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁସାରେ, ବିଦ୍ୟାଳୟରେ ପିଲାଙ୍କ ମିଡ୍-ଡେ ମିଲ୍ ପାଇଁ ଥିବା ୪ କୁଇଣ୍ଟାଲ ୭୦ କିଲୋଗ୍ରାମ ଚାଉଳରୁ ୨କୁଇଣ୍ଟାଲ ଚାଉଳ ଚୋରି ହୋଇଛି । ଯାହାକୁ ନେଇ ବିଦ୍ୟାଳୟ ପକ୍ଷରୁ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି । କେବଳ ଏବେ ନୁହେଁ ବରଂ ପୂର୍ବରୁ ବି ବିଦ୍ୟାଳୟରୁ ଚାଉଳ ଚୋରି ହେଇଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ଏବେ ପୁଣି ଥରେ ଚାଉଳ ଚୋରି ହୋଇଛି । ତେବେ ଚୋର ଅଧା ଚାଉଳ ଚୋରି କରି ଅଧା ଛାଡି ଦେଇଯାଉଥିବାରୁ ସ୍ଥାନୀୟ ଅଂଚଳରେ ବେଶ୍ ଚର୍ଚ୍ଚା ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)