Advertisment

Thiefs Love Story: ଅଜବ ପ୍ରେମ, ଚୋରି କରି ପ୍ରେମିକାକୁ ୩ କୋଟିର ଘର ଗିଫ୍ଟ

ବେଙ୍ଗାଲୁରୁରେ ଜନୈକ ଚୋରର ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଚୋରି କରିଥିଲା ଆଉ ସେ ପଇସାରେ ପ୍ରେମିକା ପାଇଁ ତିଆରି କରିଥିଲା ଆଲିଶାନ ବଙ୍ଗଳା।

thief

thief

Advertisment

ପ୍ରେମ ବିଷୟରେ ଆପଣ ଅନେକ କାହାଣୀ ଶୁଣିଥିବେ। ପ୍ରେମ ପାଇଁ କିଏ ତାଜମହଲ ତିଆରି କରିଛି, ତ କିଏ ପାହାଡର ଛାତି ଚିରି ତିଆରି କରିଛି ସଡକ। ହେଲେ ବେଙ୍ଗାଲୁରୁରେ ଜନୈକ ଚୋରର ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଚୋରି କରିଥିଲା ଆଉ ସେ ପଇସାରେ ପ୍ରେମିକା ପାଇଁ ତିଆରି କରିଥିଲା ଆଲିଶାନ ବଙ୍ଗଳା।

Advertisment

ତେବେ ପୋଲିସ ହାତରେ ଧରାପଡି ବର୍ତ୍ତମାନ ଅଭିଯୁକ୍ତ ଜେଲର ଚାରି କାନ୍ଥ ମଧ୍ୟରେ ଚକି ପେଶୁଛି। ଅଭିଯୁକ୍ତର ନା ପଞ୍ଚାକ୍ଷରୀ ସ୍ବାମୀ। ଏପରିକି ଅଭିଯୁକ୍ତ ଜଣଙ୍କର ପ୍ରେମିକା ଜଣେ ଅଭିନେତ୍ରୀ  ବୋଲି ଜଣା ପଡିଛି। ୩୭ ବର୍ଷର ପଞ୍ଚାକ୍ଷର ସ୍ବାମୀ ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳର ଅଟେ। ସେ ବିବାହିତ ଓ ତାର ଛୁଆ ରହିଥିଲେ ମଧ୍ୟ ଅନ୍ୟ ମହିଳାଙ୍କ ସହ ତାର ସମ୍ପର୍କ ଥାଏ।

୨୦୦୩ ମସିହାରେ ନାବାଳକ ଥିବା ଅବସ୍ଥାରେ ଚୋରି କରିବା ଆରମ୍ଭ କରିଥିଲା ସ୍ବାମୀ। ୨୦୦୯ ବେଳକୁ ସେ ଜଣେ ପେଶାଦାର ଚୋର ହୋଇ ସାରିଥିଲା। ଏହା ମଧ୍ୟରେ କୋଟି କୋଟି ଟଙ୍କା ଆୟ କରୁଥିବା ବେଳେ ୨୦୧୪-୧୫ରେ ଜଣେ ଅଭିନେତ୍ରୀଙ୍କ ସହ ତାର ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ବାଲେଶ୍ବରରେ ବେଧଡ଼କ୍ ଚାଲିଛି ଧଳାଜହର କାରବାର, ପଶ୍ଚିମବଙ୍ଗରୁ ଜଳପଥ ଦେଇ ଆସୁଛି ଓଡ଼ିଶା

ଜେରା ସମୟରେ ଚୋର ଜଣଙ୍କ ଉକ୍ତ ଅଭିନେତ୍ରୀଙ୍କ ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ସ୍ବୀକାର କରିଥିଲା ଚୋର। ଅଭିନେତ୍ରୀଙ୍କ ଘର କୋଲକାତାରେ ହୋଇଥିବା ବେଳେ ତାଙ୍କ ପାଇଁ ସେ ୩ କୋଟିର ଘର ତିଆର କରିଥିଲା। ଏହା ସହିତ ୨୨ ଲକ୍ଷ ଟଙ୍କାର ଏକ ଆକ୍ବାରିୟମ ମଧ୍ୟ ଗିଫ୍ଟ କରିଥିଲା।

Advertisment

୨୦୧୬ରେ ସ୍ବାମୀ ପ୍ରଥମ ଥର ଗୁଜରାଟ ପୋଲିସ ଦ୍ବାରା ଗିରଫ ହୋଇଥିବା ବେଳେ ୬ ବର୍ଷ ଜେଲରେ ରହିଥିଲ। ପରେ ମହାରାଷ୍ଟ୍ରରେ ସମାନ ଏକ ମାମଲାରେ ଗିରଫ ହୋଇଥିଲା। ୨୦୨୪ରେ ଜେଲରୁ ମୁକୁଳିବା ପରେ ସେ ବେଙ୍ଗାଲୁରୁକୁ ସିଫ୍ଟ କରିଥିଲା। ଜାନୁଆରୀ ୯ ତାରିଖରେ ବେଙ୍ଗାଲୁରୁର ମଦିଭାଲା ମାର୍କେଟରୁ ଚୋରି କରି ଧରା ପଡିଥିଲା ସ୍ବାମୀ। ପୋଲିସ ତା ନିକଟରୁ ଏକ ଲୁହା ରଡ, ସୁନା ତରଳାଇବାରେ ବ୍ୟବହୃତ ଫାୟାର ଗନ ଉଦ୍ଧାର କରିଥିଲା। ଏହା ସହିତ ୧୮୧ ଗ୍ରାମର ସୁନା ବିସ୍କୁଟ ଓ ୩୩୩ ଗ୍ରାମର ରୂପା ଉଦ୍ଧାର କରାଯାଇଥିଲା।

କରାଟେରେ ବ୍ଲାକ ବେଲ୍ଟ ଡିଗ୍ରୀ ହାସଲ କରିଥିବା ସ୍ବାମୀ ଚୋରି କରିବା ପରେ ରାସ୍ତାରେ ହିଁ ନିଜର କପଡା ବଦଳାଏ। ଯାହା ଫଳରେ ତଦନ୍ତରେ ସେ ଧରା ପଡି ନ ଥାଏ। ପିତାଙ୍କ ମୃତ୍ୟୁ ପରେ ମା ରେଲୱେଜରେ ସାନ୍ତ୍ବନାମୂଳକ ଚାକିରି ପାଇଥିଲେ। ମା’ ନାମରେ ଗୋଟିଏ ଘର ରହିଥିବା ବେଳେ ଏହାର ନିଲାମୀ ପାଇଁ ବ୍ୟାଙ୍କ ନୋଟିସ ଆସିଥିବା ଜଣା ପଡିଛି।

ଅଧିକ ପଢ଼ନ୍ତୁ: ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା, ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ

Love Story Thief
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ