ଚୋରି କରିବାକୁ ଆସି ବେକ କାଟି ଦେଲା ଚୋର

ରକ୍ତାକ୍ତ ଅବସ୍ଥାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ପୂରା ମାମଲାରେ ଏବେ ପୋଲିସ୍ ତଦନ୍ତ କରୁଛି ।

Berhampur

ବ୍ରହ୍ମପୁରରେ ଚାଞ୍ଚଲ୍ୟ । ଘରେ ଚୋରି କରିବାକୁ ଆସି ବେକ କାଟି ଦେଲେ ଚୋର । ଏଭଳି କିଛି ଘଟଣା ଘଟିଛି ବ୍ରହ୍ମପୁର ବଡ଼ବଜାର ଥାନା ଗୌଡ଼ସାହିରେ । ସୁନା ବ୍ୟବସାୟୀ ସତୀଶ କୁମାର ସୁବୁଦ୍ଧିଙ୍କ ଘରେ ଚୋର ପଶିଥିଲା । ଘରେ ସତୀଶ ଓ ତାଙ୍କ ପତ୍ନୀ ଶୋଇଥିବା ବେଳେ ଘର ଛାତ କଣା କରି ପଶିବାକୁ ଚେଷ୍ଟା କରିଥିଲା ଚୋର । ହେଲେ ଚୋର ଘରେ ପଶୁଥିବା ଦେଖି ତାକୁ ଅଟାଇଥିଲେ ସତୀଶ । ହେଲେ ଏହି ସମୟରେ ଚୋର ସତୀଶଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏପରିକି ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରି ଫେରାର ମାରିଛି ଅଭିଯୁକ୍ତ ।

ଅଧିକ ପଢ଼ନ୍ତୁ: ଚୋରି କରିବାକୁ ଆସି ଏସିରେ ଶୋଇଗଲା ଚୋର, ସକାଳୁ ଉଠାଇଲା ପୋଲିସ

ରକ୍ତାକ୍ତ ଅବସ୍ଥାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ପୂରା ମାମଲାରେ ଏବେ ପୋଲିସ୍ ତଦନ୍ତ କରୁଛି । ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାରୁ ତାଙ୍କୁ ଧରିବା ପାଇଁ ପୋଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି ।

ଅଧିକ ପଢ଼ନ୍ତୁ: ଆଲିସାନ୍‌ ଚୋର; ଫ୍ଲାଇଟ୍‌ରେ ବୁଲିବୁଲି କରୁଥିଲା ଚୋରି..ଲୁଟୁଥିଲା ଦାମୀ ଗହଣା