ରେଳ ଧାରଣାରେ ଗୋଟିଏ ଶବ ୨୪ ଶହ କିମି ଦୂରରୁ ଆସି ଫିଙ୍ଗାଯାଇଥିଲା। ସେହି ଶବଟି ଥିଲା ଜଣେ ନାବାଳିକାର। ତଣ୍ଟିକୁ ଧାରୁଆ ଅସ୍ତ୍ରରେ କଟାଯାଇଥିଲା। ଏତେ ବିଭତ୍ସ ଥିଲା ଯେ ଦେଖିବା କଷ୍ଟକର ଥିଲା। କିନ୍ତୁ ଏମିତି କିଏ ଓ କାହିଁକି ହତ୍ୟା କଲା? କାହିଁକି ୨୪ ଶହ କିମି ଦୂରରେ ଶବକୁ ଫିଙ୍ଗିବାକୁ ଯାଇଥିଲେ ହତ୍ୟାକାରୀ ଦଳ? ଏକଥା ଶୁଣିଲେ ଚକିତ ହେବେ।
Also Read
ବେଙ୍ଗାଲୁରର ଚାନ୍ଦାପୁରା ରେଳ ବ୍ରିଜ ତଳେ ଜଣେ ଅଳିଆ ଗୋଟାଳି ବୁଲୁଥିଲା। ଏକ ଟ୍ରଲି ବ୍ୟାଗ୍ ପଡ଼ିଥିବା ଦେଖିଲା। ଏଥିରେ ମୂଲ୍ୟବାନ ସାମଗ୍ରୀ ଥିବା ଭାବି ପାଖକୁ ଗଲା। ଚେନ୍ ଖୋଲିବାକୁ ଉଦ୍ୟମ କଲା। କିନ୍ତୁ ଖୋଲିଲା ନାହିଁ। ବହୁ କଷ୍ଟରେ ଅଳ୍ପ ଚେନ୍ ଖୋଲିଲା। କିନ୍ତୁ ସେ ଚେନ୍ ଫାଙ୍କରେ ଯାହା ଦେଖିଲା ଚିତ୍କାର କରି ଉଠିଲା। ମଣିଷ ମୁଣ୍ଡ ଚେନ୍ ଫାଙ୍କରେ ଦିଶିଲା। ଏହି ଖବର ବିଜୁଳି ବେଗରେ ବ୍ୟାପିଗଲା। ଆଖାପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଲା ସେହି ଟ୍ରଲି ବ୍ୟାଗ୍।
ପ୍ରଥମେ ଗାଏବ ଓ ପରେ ଶବ
ଏହି ଟ୍ରଲି ବ୍ୟାଗ୍ ଖୋଲିବାରୁ ଏଥିରେ ଗୋଟିଏ ଝିଅର ରକ୍ତ ଜୁଡ଼ୁବୁଡ଼ୁ ଶବ ପଶିଥିବା ଦେଖିବାକୁ ମିଳିଥିଲା। ମୁହଁ ଯଦିଓ ସ୍ପଷ୍ଟ ଦେଖାଯାଉଥିଲା କିନ୍ତୁ କୌଣସି ପରିଚୟ ନଥିଲା। ସୂର୍ଯ୍ୟନଗର ପୁଲିସ ସୋସିଆଲ୍ ମିଡିଆ ମାଧ୍ୟମରେ ପରିଚୟ ସ୍ପଷ୍ଟ କରିବାକୁ ଉଦ୍ୟମ କଲା। ବେଙ୍ଗାଲୁରରୁ ୨୪ ଶହ କିମି ଦୂର ବିହାରର ନବାଦ ଜିଲ୍ଲାର ଏହି ନାବାଳିକା ବୋଲି ଜଣାପଡ଼ିଥିଲା। ମେ ୧୫ରେ ସେହି ଜିଲ୍ଲାରୁ ଜଣେ ନାବାଳିକା ଗାଏବ ଥିବା ଜଣାପଡ଼ିଥିଲା।
ନାବାଳିକା ଝିଅ ସହିତ ସଂସାର ଗଢ଼ିବାକୁ ଜିଦ୍
ବିହାରର ନୱାଡା ଜିଲ୍ଲାର ହିସୁଆ ଗାଁ। ୧୬ ବର୍ଷୀୟା ରିୟା କୁମାରୀଙ୍କୁ ଆଶିକ କୁମାର ବିବାହ କରିବାକୁ ବାରମ୍ବାର ଚାପ ପକାଉଥିଲା। ଯଦିଓ ଆଶିକ ପୂର୍ବରୁ ବିବାହିତ ଓ ଦୁଇଟି ସନ୍ତାନର ବାପା। ସେ ରିୟାଙ୍କୁ ଦ୍ବିତୀୟ ବିବାହ କରିବାକୁ ଚାହୁଁଥିଲା। ଏଭଳି ସମ୍ପର୍କ ଭିତରେ ମେ ୧୫ରେ ହଠାତ୍ ରିୟା କେଉଁଆଡ଼େ ଗାଏବ ହୋଇଯାଏ।
ଛାତିରେ ଚଢ଼ି ତଣ୍ଟି କାଟିଲା ରାକ୍ଷସ
୨୦ ମେ’ରେ ଯୋଜନାବଦ୍ଧ ଭାବେ ରିୟାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲା। ପ୍ରେମିକ ରିୟାଙ୍କୁ ତଳେ ପକାଇ ତାଙ୍କ ଛାତିରେ ବସି ଗଳା କାଟି ହତ୍ୟା କରିଥିଲେ। ତା'ପରେ ସେ ତାଙ୍କ ମୁଣ୍ଡକୁ ଭୂଇଁରେ ପିଟି ଦେଇଥିଲା। ଗଳା କାଟି ହତ୍ୟା କରିବା ଯୋଗୁ ରିୟାଙ୍କ ବେକର ହାଡ଼ ଭାଙ୍ଗି ଯାଇଥିଲା। ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ପ୍ରେମିକ ତାଙ୍କ ବନ୍ଧୁମାନଙ୍କୁ ରୁମକୁ ଡାକି ରିୟା ଆତ୍ମହତ୍ୟା କରିଥିବା କହିଥିଲା। ଚାରିଆଡ଼େ ଏହି କଥା ପ୍ରଚାର କରିବାକୁ କହିଥିଲା। ଏପରି ନକହିବା ପରେ ବନ୍ଧୁମାନଙ୍କୁ ଧମକ ଦେଇଥିଲଶ ଯେ ଯଦି ସେମାନେ ଏପରି ନ କୁହନ୍ତି, ତେବେ ସେ ସମସ୍ତଙ୍କୁ ଫସାଇ ଦେବେ। ଏଭଳି ଷଡ଼ଯନ୍ତ୍ରରେ ସମସ୍ତେ ଭୟଭିତ ହୋଇଯାଇଥିଲେ।
ଓଲା ଗାଡ଼ିରେ ଶବ ପାର୍ସଲ
ହତ୍ୟାକାଣ୍ଡ ପରେ ପ୍ରେମିକଙ୍କ କାକା ଶବକୁ ଲୁଚାଇବାକୁ ପରାମର୍ଶ ଦେଇଥିଲେ। ମୃତଦେହକୁ ଏକ ନୀଳ ରଙ୍ଗର ଟ୍ରଲି ବ୍ୟାଗରେ ରଖାଯାଇଥିଲା। ଏବଂ ଓଲାରୁ ଏକ କାର୍ ବୁକ୍ କରାଯାଇଥିଲା। ପ୍ରେମିକ ଏବଂ ତା ବନ୍ଧୁମାନେ ମୃତଦେହ ନେଇ ବେଙ୍ଗାଲୁରର ଚାନ୍ଦପୁରା ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ। ଏକ ନିଛାଟିଆ ସ୍ଥାନରେ ଗାଡ଼ି ଅଟକାଇବାକୁ ଡ୍ରାଇଭରଙ୍କୁ କହିଥିଲେ। ଡ୍ରାଇଭର ଗାଡ଼ି ରଖିଥିଲେ। କିନ୍ତୁ ସନ୍ଦେହ ହୋଇଥିଲା। ସନ୍ଦେହ ହୋଇଥିଲେ ବି ସେ ବେଶି କିଛି କରିପାରିନଥିଲା। କିନ୍ତୁ ସେ ଟଙ୍କା ନେଇ ଫେରି ଆସିଥିଲେ। ମୃତଦେହକୁ ଏକ ଟ୍ରଲି ବ୍ୟାଗ ସହିତ ରେଳ ଲାଇନ ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ସୂର୍ଯ୍ୟନଗର ପୁଲିସ ମେ ୨୧ ସକାଳେ ଶବ ଉଦ୍ଧାର କରିଥିଲା।
ଏମାନଙ୍କୁ ଗିରଫ କରାଯାଇଛି
ରିୟାଙ୍କ ପ୍ରେମିକ ଥିଲା ଆଶିକ୍ କୁମାର। ପୁଲିସ ଆଶିକ ସମେତ ତା କାକା ମୁକେଶ କୁମାର, ମାଉସୀ ଇନ୍ଦୁ ଦେବୀ, ରଞ୍ଜିତ ରବିଦାସଙ୍କ ପୁଅ ରାଜାରାମ ରବିଦାସ, ପ୍ୟାରେଚାନ୍ଦ ରବିଦାସଙ୍କ ପୁଅ ରାଜୁ କୁମାର, ସୁନୀଲ ରବିଦାସଙ୍କ ପୁଅ କାଲୁ ରବିଦାସ ଏବଂ ମୋହନ କୁମାରଙ୍କୁ ଗିରଫ କଲା। ସମସ୍ତଙ୍କ ମୁହଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଅଧିକ ବିଭତ୍ସ ଲାଗୁଥିଲା ସେଦିନ।