Advertisment

Unusual Marriage Story: ଦୁଇ ପିଲାର ବାପାଙ୍କ ପ୍ରେମରେ ପଡ଼ିବା ପରେ ଯୁବତୀ କଲେ ଏମିତି କାଣ୍ଡ

ଉଭୟଙ୍କ ପ୍ରେମ କାହାଣୀ ଥିଲା ଆଶ୍ଚର୍ଯ୍ୟଜନକ। ସାତ ବର୍ଷ ତଳେ ତାପସୀ ମାହାତୋ ସ୍ଥାନୀୟ ଅଞ୍ଚଳର ଯୁବତୀ ପୁନିତାଙ୍କ ଘରକୁ ଶ୍ରମିକ ଭାବରେ କାମ କରିବାକୁ ଆସୁଥିଲେ। ଏହି ଯିବା ଆସିବା ଭିତରେ ଯୁବତୀ ଜଣକ ଏହି ଦୁଇ ପିଲାର ବାପାଙ୍କ ପ୍ରେମରେ ପଡ଼ିଗଲେ। ପୁରା ସିନେମା କାହାଣୀ ଭଳି ଥିଲା ଏହି ପ୍ରେମ କାହାଣୀ।

author-image
Puspanjali Panda
ଅଦ୍ୟତନ ହୋଇଛି
ଏକାଠି ବଂଚିବୁ ଏକାଠି ମରିବୁ

ଏକାଠି ବଂଚିବୁ ଏକାଠି ମରିବୁ

କୁହାଯାଏ ଯେ ପ୍ରେମ ବୟସ କି ସମ୍ପର୍କ ଦେଖେ ନାହିଁ। ଏଥିପାଇଁ କୌଣସି ଜାତି, ଧର୍ମ କି ଉଚ୍ଚ ନିଚ୍ଚର ପ୍ରଭେଦ ଦେଖେନାହିଁ। ଜଣେ ବ୍ୟକ୍ତି ଥରେ କାହାକୁ ପ୍ରେମ କରିବସିଲେ ସେ ତାକୁ ତା ଜୀବନରେ ପାଇବାକୁ ସବୁ ସ୍ତରକୁ ବି ଖସିଯାଇପାରେ। ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେତିଆ ଅଞ୍ଚଳରେ ସେମିତି କିଛି ଘଟଣା ଘଟିଛି। ଯେଉଁଠାରେ ଦୁଇ ପିଲାଙ୍କ ବାପାଙ୍କୁ ଜଣେ ଯୁବତୀ ବିବାହ କରିଛନ୍ତି। ବାରମ୍ବାର ଏହି ପ୍ରେମୀ ଯୁଗଳ ଘରୁ ଫେରାର ହୋଇଯିବାରୁ ଶେଷରେ ଗ୍ରାମ ପଞ୍ଚାୟତ ଏହି ସମ୍ପର୍କକୁ ସ୍ବୀକୃତି ଦେଇଛି।

Advertisment

ପ୍ରେମୀ ଯୁଗଳ ହେଇ ଗଲେ ଦମ୍ପତ୍ତି ହେଇ ଫେରିଲେ

ଉଭୟଙ୍କ ପ୍ରେମ କାହାଣୀ ଥିଲା ଆଶ୍ଚର୍ଯ୍ୟଜନକ। ସାତ ବର୍ଷ ତଳେ ତାପସୀ ମାହାତୋ ସ୍ଥାନୀୟ ଅଞ୍ଚଳର ଯୁବତୀ ପୁନିତାଙ୍କ ଘରକୁ ଶ୍ରମିକ ଭାବରେ କାମ କରିବାକୁ ଆସୁଥିଲେ। ଏହି ଯିବା ଆସିବା ଭିତରେ ଯୁବତୀ ଜଣକ ଏହି ଦୁଇ ପିଲାର ବାପାଙ୍କ ପ୍ରେମରେ ପଡ଼ିଗଲେ। ପୁରା ସିନେମା କାହାଣୀ ଭଳି ଥିଲା ଏହି ପ୍ରେମ କାହାଣୀ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠତା ହେଲା। ସାତ ବର୍ଷ ଧରି ଚାଲିଥିଲା ସମ୍ପର୍କ। ବାରମ୍ବାର ଏମାନେ ଘରୁ ଗାଏବ ହୋଇଯାଉଥିଲେ। ବାହାରେ ରହୁଥିଲେ।

ପରବର୍ତ୍ତି ସମୟରେ ଯୁବତୀଙ୍କ ପରିବାର ସଦସ୍ୟ ଶିକାରପୁର ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୁଲିସ ଯୁବତୀଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଥିଲା। କିନ୍ତୁ ପ୍ରେମ କଣ ଏମିତି ବନ୍ଧନକୁ ରୋକିପାରିବ? ରୋକିପାରିଲା ନାହିଁ ସତରେ। ଦିନେ ଗଲେ ଯେ ଫେରିଲା ବେଳକୁ ସ୍ବାମୀ ସ୍ତ୍ରୀ ହେଇ ଫେରିଲେ। ଏକ ମନ୍ଦିରରେ ଉଭୟ ବିବାହ କରିଥିଲେ। ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ମନରେ ପାପ ଛୁଇଁଲା

କୌଣସି ପ୍ରକାରେ ପରିବାର ସଦସ୍ୟମାନେ ଉଭୟଙ୍କୁ ବୁଝାଇ ସୁଝାଇ ଘରେ ରଖିଥିଲେ। କିନ୍ତୁ ଯୁବତୀଙ୍କ ମନରେ ସନ୍ଦେହ ହୋଇଥିଲା। ପରିବାର କିମ୍ବା ସମ୍ପର୍କୀୟମାନେ କିଛି ଅଘଟଣ ଘଟାଇପାରନ୍ତି। ମନରେ ପାପ ଛୁଇଁବାରୁ ଏମିତି ଭୟ ଘାରିଥିଲା। ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଲେ। ସରପଞ୍ଚଙ୍କୁ ପୁରା ଘଟଣାଟି କହିଥିଲେ। ସେହି ଯୁବକଙ୍କ ସହିକ ଏକାଠି ରହିବାକୁ କହିବାରୁ ଏଇ କଥା ଶୁଣି ସରପଞ୍ଚ ପଞ୍ଚାୟତ ବସାଇବାକୁ ନିଷ୍ପତ୍ତି ନେଲେ।

ଆମେ ଏକାଠି ବଞ୍ଚିବୁ…ମରିବୁ…

ଦୀର୍ଘ ୭ ବର୍ଷ ଧରି ଚାଲିଥିବା ଏହି ପ୍ରେମ ସମ୍ପର୍କର ପୂର୍ଣ୍ଣଚ୍ଛେଦ ପକାଇବାକୁ ପଞ୍ଚାୟତ ଡକାଇବାକୁ ନିଷ୍ପତ୍ତି ହେଲା। ତାରିଖ ଧାର୍ଯ୍ୟ ହେଲା। ପଞ୍ଚାୟତ ବସିବା ଖବର ଶୁଣି ଆଖପାଖ ଅଞ୍ଚଳର ସାହି ଭାଇ ସମସ୍ତେ ଏକାଠି ହେଲେ। ସରପଞ୍ଚ ବି ଆସିଲେ। ଯେତେବେଳେ ପଞ୍ଚାୟତ ଆରମ୍ଭ ହେଲା ପ୍ରେମିକାର କଥା ଶୁଣିବାକୁ ସମସ୍ତେ ଚାହିଁ ବସିଥିଲେ। ଏହି ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କୁ ବର୍ଷ ବର୍ଷ ଧରି ଭଲ ପାଉଥିବାର କାହାଣୀ କହିଥିଲେ।

ପ୍ରେମିକଙ୍କ ସହିତ ଅତିତରେ ଦୁଇଥର ପଳାଇଯାଇଥିବା ସମ୍ପର୍କରେ କହିଥିଲେ। ସେମାନେ ନେପାଳରେ ଏକାଠି ଥିଲେ। ଏଥର ସେ ତାଙ୍କ ପ୍ରେମିକଙ୍କୁ ବିବାହ କରିଥିବା ସମ୍ପର୍କରେ ଖୋଲାଖୋଲି ଘୋଷଣା କରିଥିଲେ। ଏବେ ସେ ତାଙ୍କ ପ୍ରେମିକଙ୍କ ସହିତ ଏକାଠି ବଞ୍ଚିବା, ମରିବାକୁ ଚାହୁଁଛନ୍ତି ବୋଲି କହିବା ପରେ ଉଭୟ ପରିବାର ସଦସ୍ୟଙ୍କ ହୋସ୍ ଉଡ଼ିଯାଇଥିଲା।

ଗୋଟିଏ ଛାତ ତଳେ ଦୁଇ ପତ୍ନୀ

ପଞ୍ଚାୟତ ବସିବା ଘଟଣା ଓ ବିବାହ କଥା ଶୁଣି ତାପସୀଙ୍କ ପତ୍ନୀ ବ୍ୟସ୍ତ ହୋଇପଡ଼ିଥିଲେ। ଶାଶୁ ଘରେ ପ୍ରଥମ ପତ୍ନୀ ଯେତେବେଳେ ଆଉ ଜଣେ ପୁନିତା ନାମଧାରୀ ମହିଳାଙ୍କୁ ଦେଖିଲେ ସିଧା ଥାନାରେ ପହଞ୍ଚିଥିଲେ। ଅନ୍ୟପଟେ ତାପସୀ ଦୁଇ ପତ୍ନୀଙ୍କ ସହିତ ଏକାଠି ରହିବାକୁ ରାଜି ହୋଇଛନ୍ତି। ପୁଲିସ ଏହି ପ୍ରେମୀ ଯୁଗଳଙ୍କ ବିରୋଧରେ ସେଭଳି କୌଣସି ଆଇନଗତ ପଦକ୍ଷେପ ନେଇନାହିଁ। ତେବେ ଏମାନଙ୍କ ବୈବାହିକ ସମ୍ପର୍କ କେଉଁ ଆଡ଼କୁ ଯାଉଛି ଏବେ ବି ଅନ୍ଧାରରେ।

Bihar Extra Marital Affair
Advertisment
Advertisment