• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୬୦ ଲକ୍ଷ ଟଙ୍କାର ସୁନା ଚୋରି !

  • ଲକ୍ଷ୍ମୀସାଗର ଅଞ୍ଚଳରୁ ୬୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି  ।

  • ଘର ମାଲିକ ନ ଥିବା ବେଳେ ଝରକା ଭାଙ୍ଗି ପଶିଥିଲା ଚୋର ।

ଭୁବନେଶ୍ୱର: ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ଥାନା ବୈରାଗୀ ନଗର ଅଞ୍ଚଳରୁ । ସୂଚନା ଅନୁସାରେ ଉକ୍ତ ଘରର ମାଲିକ କିଛି ଦିନ ହେବ ଘରେ ରହୁନଥିଲେ । ଗୁଜରାଟରେ ରହୁଥିବା ତାଙ୍କ ପତ୍ନୀଙ୍କ ପାଖକୁ ସେ ଯାଇଥିଲେ । ତାଙ୍କ ବଡ଼ ଭାଇ ତଳ ମହଲାରେ ରହୁଥିବା ବେଳେ ଉପର ମହଲାରୁ ଚୋରି ହୋଇଥିବା ଜଣାପଡ଼ିଛି । ବାଲକୋନି ପଟେ ଥିବା ଝରକା ଭାଙ୍ଗି ଚୋର ଘରେ ପଶିଥିବା ସନ୍ଦେହ କରାଯାଉଛି ।

ଜଣେ ପଡ଼ୋଶୀ ବିଳମ୍ବିତ ରାତିରେ ଅସ୍ୱାଭାବିକ ଶବ୍ଦ ଶୁଣି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଯାଞ୍ଚ କରିବା ବେଳକୁ ଚୋର ଚୋରି କରିସାରି ଚମ୍ପଟ ମାରିଥିଲା । ଏହି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତଳ ମହଲାରେ ଲୋକ ରହୁଥିବା ବେଳେ ଚୋର କିଭଳି ଏତେ ବଡ଼ ସାହାସ କରିପାରିଲା ? ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ବାଲକୋନୀ ଝରକା ଦେଇ ଚୋର ପଶିବା ବେଳେ ତଳେ ରହୁଥିବା ଲୋକ ଜାଣିପାରିଲେନି କେମିତି ? ତେବେ ଉକ୍ତ ଚୋର ସେହି ଅଞ୍ଚଳର ହୋଇଥିବ ବୋଲି ଅନୁମାନ କରାଯାଉଛି । ନଚେତ ଚୋର କିଛି ଦିନ ହେବ ସେହି ଅଞ୍ଚଳରେ ବୁଲି ସବିଶେଷ ତଥ୍ୟ ସଂଗ୍ରହ କାରିବା ପରେ ଅତି ଚତୁରତାର ସହ ଚୋରି କରିଛି ବୋଲି ସନ୍ଦେହ କରାଯାଉଛି ।

ଅନୁମାନ କରାଯାଉଛି ଯେ, ଚୋର ପାରିପାର୍ଶ୍ୱିକ ପରିସ୍ଥିତି ବିଷୟରେ ପ୍ରଥମେ ତଥ୍ୟ ସଂଗ୍ରହ କରିଥିଲା, ପରେ ବିଳମ୍ବିତ ରାତି ସମୟରେ ଘରେ ପଶି ଚୋରି କରିବାକୁ ପ୍ଲାନ୍‌ କରିଥିଲା । ଯେଉଁଥିରେ ସେ ସଫଳ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିଲେ ମଧ୍ୟ ଏବେ ସୁଦ୍ଧା ଚୋରର ଟେର୍‌ ପାଇ ପାରୁନାହିଁ ।