Advertisment

ନିର୍ଦ୍ଦୟ ମଣିଷ ! ଗର୍ଭବତୀଙ୍କୁ ପିଟି ପିଟି ମାରିଦେଲେ !

ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି ଗର୍ଭବତୀଙ୍କ ପେଟକୁ ଗୋଇଠା ବା ପିଟା ଯାଇଥାଇପାରେ। ଯେଉଁଥିପାଇଁ ମହିଳାଙ୍କ ଗର୍ଭରେ ଥିବା ପିଲା ଅଧା ପ୍ରସବ ଅବସ୍ଥାରେ ରହିଛି। ଆଉ ମହିଳାଙ୍କ ପ୍ରାଣବାୟୁ ଉଡିଯାଇଛି। ଆଜି ଅଧା ପ୍ରସବ ଅବସ୍ଥାରେ ହାତ ଓ ଗୋଡ଼ ବନ୍ଧା ମହିଳାଙ୍କ ମୃତଦେହଟି ଢେଙ୍କାନାଳ ଜିଲ୍ଲାରେ ଏକ ବ୍ରିଜ୍‌ ତଳୁ ଜବତ ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Attack on woman

Attack on woman

କାମାକ୍ଷାନଗର: ଗର୍ଭବତୀ ମହିଳାଙ୍କୁ ବିଭତ୍ସ ହତ୍ୟା। ହାତ ଓ ଗୋଡ଼ ବାନ୍ଧି ଅତି ନିର୍ଦ୍ଦୟ ଭାବେ ପିଟି ଜୀବନ ନେଇ ନେଇଗଲେ ଦୁର୍ବୃତ୍ତ। ବୋଧହୁଏ ଯନ୍ତ୍ରମା ସହିନପାରି ଅଧା ପ୍ରସବ କରି ଜୀବନ ହାରିଲେ ମହିଳା। ଏଭଳି ଘଟଣା ଘଟିଛି ପରଜଙ୍ଗ ଥାନା ଅଞ୍ଚଳରେ। ଆଜି ଅଧା ପ୍ରସବ ଅବସ୍ଥାରେ ହାତ ଓ ଗୋଡ଼ ବନ୍ଧା ମହିଳାଙ୍କ ମୃତଦେହଟି ଢେଙ୍କାନାଳ ଜିଲ୍ଲାରେ ଏକ ବ୍ରିଜ୍‌ ତଳୁ ଜବତ ହୋଇଛି। ପରଜଙ୍ଗ ଥାନା ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟରେ ରହିଛି ରଗରାଗିଆ ପୋଲ। ଏହି ବ୍ରିଜ୍‌ ତଳେ ଅନାବନା ଗଛ ଉଠିଛି। ସାଧାରଣତଃ ଏଠାକୁ କେହି ଯିବାଆସିବା କରନ୍ତି ନାହିଁ। କିନ୍ତୁ ଆଜି କେତେକ ଲୋକ ଛତୁ ତୋଳିବାକୁ ଯାଇଥିଲେ। ଏହି ସମୟରେ ହାତ ଓ ଗୋଡ଼ ବନ୍ଧା ଜଣେ ମହିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ପରେ ସେମାନେ ଏନେଇ ପୁଲିସକୁ ସୂଚନା ଦେଇଥିଲେ।

Advertisment

ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି ଗର୍ଭବତୀଙ୍କ ପେଟକୁ ଗୋଇଠା ବା ପିଟା ଯାଇଥାଇପାରେ। ଯେଉଁଥିପାଇଁ ମହିଳାଙ୍କ ଗର୍ଭରେ ଥିବା ପିଲା ଅଧା ପ୍ରସବ ଅବସ୍ଥାରେ ରହିଛି। ଆଉ ମହିଳାଙ୍କ ପ୍ରାଣବାୟୁ ଉଡିଯାଇଛି। ଆଜି ଅଧା ପ୍ରସବ ଅବସ୍ଥାରେ ହାତ ଓ ଗୋଡ଼ ବନ୍ଧା ମହିଳାଙ୍କ ମୃତଦେହଟି ଢେଙ୍କାନାଳ ଜିଲ୍ଲାରେ ଏକ ବ୍ରିଜ୍‌ ତଳୁ ଜବତ ହୋଇଛି। ମହାବିରୋଡ୍‌ ଥାନା ପୁଲିସ, ପରଜଙ୍ଗ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନାହିଁ। 

ମହିଳାଙ୍କ ମୁହଁରୁ ଠିକ୍‌ ଭାବେ ଚିହ୍ନି ହେଉ ନାହିଁ। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଖବର ଲେଖା ହେବା ଯାଏଁ ମୃତଦେହ ଘଟଣାସ୍ଥଳରେ ପଡ଼ିଥିଲ। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଅନ୍ୟ କେଉଁଠି ହତ୍ୟା କରାଯାଇ ସେଠାରେ ମୃତଦେହ ରଖାଯାଇଥିବା ଅନୁମାନ କରାଯାଉଛି।

Advertisment

ଏପରିକି ମୃତ ମହିଳାଙ୍କ ଗର୍ଭରୁ ଅଧା ପ୍ରସବ ଅବସ୍ଥାରେ ପିଲାଟିଏ ବାହାରିଥିବା ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ମୃତ ମହିଳା ଜଣକ ଗର୍ଭବତୀ ଥିଲେ। ଆଉ ତାଙ୍କ ହାତ ଓ ଗୋଡ଼ ବାନ୍ଧି ପିଟି ପିଟି ହତ୍ୟା କରାଯାଇଥାଇ ପାରେ। ମାଡ଼ ଯୋଗୁ ଗର୍ଭବତୀ ଗର୍ଭରୁ ପିଲାଟି ଅଧା ପ୍ରସବ ଅବସ୍ଥାରେ ବାହାରିଛି। ବର୍ତ୍ତମାନ ସୁଦ୍ଧା ତାଙ୍କର ପରିଚୟ ଜଣାପଡ଼ି ନାହିଁ।

Odisha News
Advertisment
Advertisment