/odishatv-khabar/media/post_attachments/uploadimage/library/16_9/16_9_0/Crime_1707737251.jpg)
Crime
ଜୀଅନ୍ତା ଜାଳିଦେଲା ଭାଇ । ନିଜ ଭାଇ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ନୃଂଶସ । ଏପରି ଭୟଙ୍କର ଘଟଣା ଘଟି ଯାଇଛି ତେଲେଙ୍ଗାନାରେ । ସିକନ୍ଦରାବାଦରେ ଜଣେ ବ୍ୟକ୍ତି ନିଜ ଭାଇ ଉପରେ ପେଟ୍ରୋଲ ଢ଼ାଳି ଜାଳି ଦେଇଛି ।
ସମ୍ପତ୍ତି ବିବାଦ କାରଣରୁ ଏପରି ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଗତ ଜାନୁଆରୀ୨୦ ସକାଳ ୫:୩୦ ବେଳେ ଏହି ଘଟଣା ଘଟିଥିଲା । କିଛି ସମୟ ଘରେ ଝଗଡ଼ା ଚାଲିବା ପରେ ହଠାତ୍ ଭାଇକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଭାଇ । ଅଭିଯୁକ୍ତ ଜଣକ ହେଲେ କୋଣ୍ଡିକୋଣ୍ଡା ବିନୋଦ । ବିନୋଦ ନିଜ ଭାଇ ଶ୍ରୀନିବାସଙ୍କ ଉପରେ ପେଟ୍ରୋଲ ଢ଼ାଳି ପରେ ଦିଆସିଲ ଦ୍ୱାରା ନିଆଁ ଲଗାଇ ଦେଇଥିଲେ ।
ସ୍ଥାନୀୟ ବାସିନ୍ଦାମାନେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଶ୍ରୀନିବାସ ଗୁରୁତର ଭାବେ ଅସୁସ୍ଥ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଶ୍ରୀନିବାସଙ୍କର ମୁଣ୍ତ ଓ ଶରୀର ପୋଡ଼ିଡ଼ ଯାଇଥିବା ଜଣାପଡ଼ିଛି । ତେବେ ଏନେଇ ବୋଇନପାଲି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)