/odishatv-khabar/media/post_attachments/uploadimage/library/16_9/16_9_0/Crime_1728039860.jpg)
Crime
ଅମାନବିକ, ବିଭତ୍ସ ଓ ଭୟଙ୍କର । ଯେ ରକ୍ଷା କରିବାର ଦେଇଥିଲା ପ୍ରତିଶ୍ରୁତି ସେ ହିଁ ସାଜିଲା ଭକ୍ଷକ । ଯେଉଁ ହାତ ଭଉଣୀର ମଥାରେ ରହିବା କଥା ସେହି ହାତ ଇଜ୍ଜତ ନେଲା । ଖାଲି ଏତିକି ନୁହେଁ, ନିଜ ଭଉଣୀ ସହ ଦୁଷ୍କର୍ମ କରିବା ପରେ କଥା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଲା । ଏପରି ଏକ ଅତି ବିଭତ୍ସ ତଥା ଭୟଙ୍କର ଘଟଣା ଘଟିଛି ଗୁଜରାଟରେ ।
ଗୁଜୁରାଟର ସୁରଟରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ତାର ୧୬ ବର୍ଷୀୟ ଭାଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ ନାବାଳିକା ମଧ୍ୟ ୩ ମାସର ଗର୍ଭବତୀ ଥିବା ଜଣାପଡ଼ିଛି । ଗତ କିଛିଦିନ ତଳେ ନାବାଳିକା ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲା । ଫଳରେ ତାଙ୍କ ମାଆ ନିକଟସ୍ଥ ଡାକ୍ତରଖାନାକୁ ନେବା ପରେ ଏହି ଭୟଙ୍କର ସତ ସାମ୍ନାକୁ ଆସିଥିଲା । ପେଟରେ ତିନିମାସର ଗର୍ଭ ଥିବା କଥା କହିଥିଲେ ଡାକ୍ତର ।
ପଚରାଉଚରା ବେଳେ ନାବାଳିକା ଜଣକ ନିଜ ମାଆଙ୍କ ପାଖରେ ସବୁ ସତ କଥା କହିଥିଲେ । ଘଟଣା ଅନୁସାରେ ନାବାଳିକାର ବଡ଼ଭାଇ ତା’ ସହ ଶାରିରୀକ ସମ୍ପର୍କ ରଖିବାକୁ କହିଥିଲା । ଏଥିରେ ନାବାଳିକା ଜଣକ ଅମଙ୍ଗ ହେବାକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଆଉ ଏହି ଘଟଣା ଘରେ କହିଲେ, ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା ।
ଘଟଣା ସାମ୍ନାକୁ ଆସିବା ପରେ ସେପ୍ଟେମ୍ବର ୩୦ରେ ମାଆ ଥାନାରେ ମାମଲା ଦାୟର କରିଥିଲେ । ପୋଲିସ ସୂଚନା ଅନୁସାରେ, ଉଭୟଙ୍କର ପିତାମାତା ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । ଫଳରେ ଘରେ ଏକୁଟିଆ ଉଭୟ ପିଲା ରୁହନ୍ତି । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକା ଜଣକ ଯେତେବେଳେ ସ୍କୁଲରେ ପେଟ ଯନ୍ତ୍ରଣା ଅନୁଭବ କଲା, ସେତେବେଳେ ତାକୁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତିନି ମାସର ଗର୍ଭ ଥିବା କଥା ସ୍ପଷ୍ଟ କରିଥିଲେ ।
ଗତ କିଛିଦିନ ତଳେ ମଧ୍ୟ ଏପରି ଏକ ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା । ଜୁଲାଇରେ ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଏପରି ଏକ ଘଟଣା ଘଟିଥିଲା । ମୋବାଇଲ୍ରେ ପର୍ଣ୍ଣ ଦେଖିବା ପରେ ଜଣେ ନଅ ବର୍ଷର ନାବାଳିକାକୁ ତାର ୧୩ ବର୍ଷୀୟ ଭାଇ ଦୁଷ୍କର୍ମ କରିଥିଲା । ମଧ୍ୟପ୍ରଦେଶ ପୋଲିସର ସୂଚନାନୁସାରେ, ଏହି ଘଟଣା ପରେ ନାବାଳକର ମା ଓ ଭଉଣୀମାନେ କଥା ଲୁଚାଇବାକୁ ଚେଷ୍ଟା କରିଥିଲେ । ତେବେ ମାମଲା ପଦାରେ ପଡ଼ିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)