Advertisment

Teen Raped: ନାବାଳିକାଙ୍କୁ ଅପହରଣ ପରେ ଚଳନ୍ତା ଟ୍ରେନରେ ଦୁଷ୍କର୍ମ, ଷ୍ଟେସନରେ ଛାଡି ଦେଲା ଯୁବକ

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଅପହରଣ କରି ଚଳନ୍ତା ଟ୍ରେନରେ ଦୁଷ୍କର୍ମ କରିଥିଲା । ଏହା ପରେ ଯୁବକ ଜଣକ ତାଙ୍କୁ ଷ୍ଟେସନରେ ଏକା ଛାଡି ଚାଲିଯିବା ପରେ ଜିଆରପି ପକ୍ଷରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

ଅଦ୍ୟତନ ହୋଇଛି
Teen raped

Teen raped

Advertisment

ପ୍ରତିଦିନ ଦୁଷ୍କର୍ମ ମାମଲା ଘଟୁଥିବା ବେଳେ ଆଜି ଆଉ ଏକ ଛାତି ଥରା ଘଟଣା ସାମନାକୁ ଆସିଛି । ଟ୍ରେନ ଭିତରେ  ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ନଜରକୁ ଆସିଛି । ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି । ଜଣେ ଯୁବକ ନିଜ ସାଥୀରେ ଟ୍ରେନ ଯୋଗେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅକୋଲା ଅଭିମୁଖେ ନେଇ ଯାଉଥିବା ବେଳେ ଟ୍ରେନ ଭିତରେ ତାଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ଅନ୍ଧବିଶ୍ୱାସ କବଳରେ ଫସି ଚାଲିଗଲା ଜୀବନ, ପାଇଖାନା ପାଣି ପିଆଇ ତଣ୍ଟି ଚିପି ଦେଲା ତାନ୍ତ୍ରିକ

ମିଳିଥିବା ସୂଚନା ମୁତାବକ, ଡମ୍ବିବ୍ଲି ଅଞ୍ଚଳର ମନପଦା ଅନ୍ତର୍ଗତ ଆଦିବଲିରେ ରୁହନ୍ତି ଉକ୍ତ ନାବାଳିକା । ଗତ ୩୦ ତାରିଖରେ ୨୦ ବର୍ଷ ବୟସର ଜଣେ ଯୁବକ ନାବାଳିକାଙ୍କୁ ଟ୍ରେନ ଯୋଗେ ଅକୋଲା ଅଭିମୁଖେ ନେଉଥିବା ବେଳେ ଚଳନ୍ତା ଟ୍ରେନରେ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି କଲ୍ୟାଣ ସ୍ଥିତ ସରକାରୀ ରେଳବାଇ ପୋଲିସ୍‌ର ବରିଷ୍ଠ ପୋଲିସ୍ ଇନ୍ସପେକ୍ଟର ପାନ୍ଧାରୀ କାଣ୍ଡେ ସୂଚନା ଦେଇଛନ୍ତି ।

Advertisment

ସେ କହିଛନ୍ତି, ଉକ୍ତ ଯୁବକ ତାଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ତାଙ୍କ ଘରକୁ ନେଇଥିଲେ । ହେଲେ ତାଙ୍କ ପରିବାର ଲୋକେ ତାଙ୍କୁ ଓ ନାବାଳିକାଙ୍କୁ ଘର ଭିତରକୁ ଯିବା ପାଇଁ ଅନୁମତି ନ ଦେବାରୁ ସେ ନାବାଳିକାଙ୍କୁ ଅକୋଲା ରେଲୱେ ଷ୍ଟେସନରେ ଛାଡି ଦେଇ ନିଜେ ଘରକୁ ପଳାଇଥିଲେ । ଏହା ପରେ ଅକୋଲା ଜିଆରପି କର୍ମଚାରୀମାନେ ନାବାଳିକାଙ୍କୁ ଦେଖି ତାଙ୍କୁ ପଚରାଉଚରା କରିବା ପରେ ନାବାଳିକା ଜଣକ ସବୁ ଘଟଣା ପ୍ରକାଶ କରିଥିଲେ । ଏ ନେଇ ଜିଆରପି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଭାରତୀୟ ନ୍ୟାୟ ସଂହିତାର ଧାରା ୬୪, ୭୪ ଏବଂ ୧୩୭ ଅନୁସାରେ ଏଫଆଇଆର ରୁଜୁ ହୋଇଛି । ଉକ୍ତ ଯୁବକଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ।

ଅଧିକ ପଢ଼ନ୍ତୁ: ହନିମୁନ୍ ହରର୍‌: ସୋନମର ନାର୍କୋ ଟେଷ୍ଟ୍ ଦାବି କଲେ ରାଜାଙ୍କ ପରିବାର

Maharashtra Teen Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ